Categories: ଜାତୀୟ

ନିଜ ଠାରୁ କମ୍‌ ବୟସ୍କ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପାଦ ଛୁଇଁଲେ ସିଭିଲ ସର୍ଜନ, ସୋସିଆଲ ମିଡ଼ିଆରେ ଭାଇରାଲ…

ଗୋପଳଗଞ୍ଜ,୨୬।୯: ଏବେ ସୋସିଆଲ ମିଡ଼ିଆରେ ନିଜ ଠାରୁ କମ୍‌ ବୟସ୍କ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପାଦ ଛୁଇଁ ପ୍ରଣାମ କରୁଥିବା ଜଣେ ସଭିଲ୍‌ ସର୍ଜନଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଗତ କିଛି ଘଣ୍ଟା ଧରି ଏହାକୁ ନେଇ ସୋସିଆଲ ମିଡ଼ିଆରେ ବାଦ ବିବାଦ ଜାରି ରହିଛି। ଘଟଣା ହେଉଛି ବିହାର ଗୋପଳଗଞ୍ଜ ଅଞ୍ଚଳର। ଫଟୋଟି ଶନିବାର ଉଠାଯାଇଥିବା କୁହାଯାଉଛି।

ସ୍ବାସ୍ଥ୍ୟମନ୍ତ୍ରୀ ମଙ୍ଗଳ ପାଣ୍ଡେ ସର୍କିଟ୍‌ ହାଉସ୍‌କୁ ଆସିଥିଲେ। ତାଙ୍କୁ ସ୍ବାଗତ କରିବା ପାଇଁ ହାତରେ ଫୁଲତୋଡ଼ା ଧରି ଛିଡ଼ା ହୋଇଥିବା ସିଭିଲ୍‌ ସର୍ଜନ ଡ. ଯୋଗେନ୍ଦ୍ର ମହତୋ ପ୍ରବେଶ ଦ୍ୱାର ନିକଟରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପାଦ ଛୁଇଁଥିଲେ। ସିଭିଲ ସର୍ଜନଙ୍କ ବୟସ ସ୍ବାସ୍ଥ୍ୟମନ୍ତ୍ରୀଙ୍କଠାରୁ ଯଥେଷ୍ଟ ଅଧିକ। ସିଭିଲ୍‌ ସର୍ଜନ ଜଣକ ନିଜଠାରୁ କମ୍‌ ବୟସ୍କ ମନ୍ତ୍ରୀଙ୍କ ପାଦ କାହିଁକି ଛୁଇଁଲେ ସେ ନେଇ ନାନା ଚର୍ଚ୍ଚା ଜାରି ରହିଛି।

Share