Categories: ଜାତୀୟ

ସିଭିଲ୍‌ ସର୍ଭିସ ପରୀକ୍ଷା କାର୍ଯ୍ୟସୂଚୀ ଜାରି

ନୂଆଦିଲ୍ଲୀ, ୧୩।୧୨: କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସ୍‌ସି) ସିଭିଲ୍‌ ସର୍ଭିସ୍‌ (ମେନ୍‌) ପରୀକ୍ଷା କାର୍ଯ୍ୟସୂଚୀ ଜାରି କରିଛି। ଆସନ୍ତା ବର୍ଷ ଜାନୁୟାରୀ ୮ରୁ ୧୭ ଏହି ପରୀକ୍ଷା ହେବାକୁ ଥିବାବେଳେ ସପ୍ତାହାନ୍ତରେ ଦୁଇଟି ସେସନ୍‌ (ପୂର୍ବାହ୍ନ ଓ ଅପରାହ୍ନ)ରେ ଅନୁଷ୍ଠିତ ହେବ। ଜାନୁୟାରୀ ୮ (ଶୁକ୍ରବାର) ଗୋଟିଏ ସେସନ୍‌ ସକାଳ ୯ରୁ ୧୨ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ପ୍ରାର୍ଥୀ ପେପର-୧ ପ୍ରବନ୍ଧ ପରୀକ୍ଷା ଦେବେ। ୯ ତାରିଖ ପୂର୍ବାହ୍ନ ସେସନ୍‌ରେ ପେପର-୨ ସାଧାରଣ ପାଠ-୧ ଏବଂ ଅପରାହ୍ନ ସେସନ୍‌ରେ ପେପର-୩ ସାଧାରଣ ପାଠ-୨ ପରୀକ୍ଷା ହେବ। ସାଧାରଣ ପାଠ-୩ ଏବଂ ୪ ପରୀକ୍ଷା ରବିବାର (୯ ତାରିଖ)ଅନୁଷ୍ଠିତ ହେବ। ସେହିପରି ୧୬ ତାରିଖରେ ପେପର-ଏ ଭାରତୀୟ ଭାଷା ଉପରେ ପରୀକ୍ଷା ହେବାକୁ ଥିବାବେଳେ ଅପରାହ୍ନରେ ପେପର-ବି ଇଂଲିଶ ପରୀକ୍ଷା ହେବ। ୧୭ ତାରିଖ ପୂର୍ବାହ୍ନରେ ପେପର-୬ ଇଚ୍ଛାଧୀନ ପେପର-୧ ଓ ଅପରାହ୍ନରେ ପେପର-୭ ଇଚ୍ଛାଧୀନ ପେପର-୨ ପରୀକ୍ଷା କରାଯିବ।

Share