ଗଞ୍ଜାମ,୧୪।୮(ବିଦ୍ୟାଧର ସାହୁ): ଆସନ୍ତାକାଲି ଅଗଷ୍ଟ ପନ୍ଦର ସ୍ବାଧୀନତା ଦିବସ। ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି ସ୍ବାଧୀନତା ଦିବସ ପାଳନ କରାଯାଉଛି। ଏଥିପାଇଁ ଗଞ୍ଜାମ ସହରସ୍ଥିତ ଭାରତୀ ବିଦ୍ୟାପୀଠ ସ୍କୁଲ ଛାତ୍ରଙ୍କ ପକ୍ଷରୁ ଗୁରୁବାର ପରେଡ ପ୍ରସ୍ତୁତି କରାଯାଇଛି। ଜାତୀୟ ତ୍ରିରଙ୍ଗାଙ୍କୁ ସମ୍ମାନ ଜଣାଇ ଅଭିବାଦନ ଗ୍ରହଣ କରିବା ନିମନ୍ତେ ପରେଡ ପ୍ରସ୍ତୁତ କରାଯାଇଛି l କ୍ରୀଡା ଶିକ୍ଷକ ପ୍ରୀତିରଞ୍ଜନ ପ୍ରଧାନ ଛାତ୍ରମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି l ପ୍ରଧାନ ଶିକ୍ଷୟିତ୍ରୀ ସୁନିତା ମାହାଙ୍ଗୁଡ଼ଙ୍କ ସମେତ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।


