ସୁରକ୍ଷା ଚିନ୍ତାରେ ସହରବାସୀ

ଅନୁଗୋଳ ଅଫିସ, ୨୪ା୭

ଅନୁଗୋଳ ସହରରେ ବଢ଼ୁଛି ଆପରାଧିକ କାର୍ଯ୍ୟକଳାପ। ବାଇକ୍‌ରେ ଘୂରି ବୁଲୁଥିବା ଦୁର୍ବୃତ୍ତମାନେ ମହିଳା ଓ ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ୍‌ କରୁଛନ୍ତି। ନିଛାଟିଆ ସ୍ଥାନ ଦେଖି ସେମାନଙ୍କ ଠାରୁ ଟଙ୍କା ଓ ସୁନା ଗହଣା ଝାମ୍ପି ନେଉଛନ୍ତି। ସେହିପରି ରାତିରେ ସହରର ବିଭିନ୍ନ ସ୍ଥାନରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନରୁ ଚୋରି ହେଉଛି। ଏ ନେଇ ଥାନାରେ ଅଭିଯୋଗ ବଢ଼ୁଥିଲେ ମଧ୍ୟ ପୋଲିସ ସହରବାସୀଙ୍କ ସୁରକ୍ଷା ଚିନ୍ତା ଦୂର କରିପାରୁ ନାହିଁ। ଯେଉଁ କେତୋଟି ମାମଲାରେ ପୋଲିସକୁ ସଫଳତା ମିଳୁଛି, ସେଠାରେ ଦୁର୍ବୃତ୍ତମାନଙ୍କଠାରୁ ଲୁଟ୍‌ ବା ଚୋରି ହୋଇଥିବା ସାମଗ୍ରୀ ଉଦ୍ଧାର କରାଯାଇପାରୁ ନାହିଁ। ଏହାକୁ ନେଇ ଅଭିଯୋଗକାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
କିଛିଦିନ ତଳେ ଅନୁଗୋଳ ସହର ଉପକଣ୍ଠ ପଞ୍ଚମହଲାଠାରେ ଜଣେ ସୁପରଭାଇଜରଙ୍କ ନିକଟରୁ ଟଙ୍କା ଓ ମୋବାଇଲ ଲୁଟ୍‌ ହୋଇଥିଲା। କେତେଜଣ ଦୁର୍ବୃତ୍ତ ସମ୍ପୃକ୍ତ କର୍ମଚାରୀଙ୍କ ଠାରୁ ଉକ୍ତ ସାମଗ୍ରୀ ଛଡ଼ାଇ ନେଇ ଫେରାର ହୋଇଯାଇଥିଲେ। ସେହିପରି ଜଣେ ଅଟୋ ଚାଳକଙ୍କୁ ମାଡ଼ ମାରି ତାଙ୍କ ମୋବାଇଲ ଫୋନ୍‌ ଲୁଟ୍‌ କରାଯାଇଥିଲା। ତୁରଙ୍ଗ ଅଞ୍ଚଳର ଜଣଙ୍କ ଘରେ ପଶି କେତେଜଣ ଦୁର୍ବୃତ୍ତ ନଗଦ ୩୦ ହଜାର ଟଙ୍କା ସହ ସୁନା ଅଳଙ୍କାର ନେଇ ଚମ୍ପଟ ମାରିଥିଲେ। ଗତ ୧୯ ତାରିଖରେ ଅନୁଗୋଳ ବସ୍‌ଷ୍ଟାଣ୍ଡରେ ଜଣେ ମହିଳାଙ୍କଠାରୁ ମୋବାଇଲ ଝାମ୍ପି ନିଆଯାଇଥିଲା। ଢେଙ୍କାନାଳ ଜିଲାର ମହିଳା ଜଣକ ବସ୍‌ ଯୋଗେ ଘରକୁ ଫେରିବା ପାଇଁ ଅନୁଗୋଳ ବସ୍‌ଷ୍ଟାଣ୍ଡକୁ ଯାଇଥିଲେ। ଅଟୋରୁ ଓହ୍ଲାଇ ଚାଳକଙ୍କୁ ଟଙ୍କା ଦେଉଥିବା ବେଳେ ଉକ୍ତ ଅଟୋଚାଳକ ମୋବାଇଲ୍‌ ଝାମ୍ପି ଚମ୍ପଟ ମାରିଥିଲେ। ସେହିପରି ଗତ ୨୧ ତାରିଖରେ ଅନୁଗୋଳ ସହର ଉପକଣ୍ଠ ଖଲାରୀ ରାମେଶ୍ୱର ମନ୍ଦିର ସାହିରେ ରହୁଥିବା ଶିକ୍ଷକ ପ୍ରଭାତ ଦାସ ଲୁଟ୍‌ର ଶିକାର ହୋଇଥିଲେ। ବାଇକ୍‌ରେ ଆସିଥିବା ଦୁଇଜଣ ଦୁର୍ବୃତ୍ତ ଏଣୁତେଣୁ କଥା କହି ତାଙ୍କୁ ଅନ୍ୟମନସ୍କ କରିଦେବା ପରେ ସାଇକେଲ କ୍ୟାରିୟରରୁ ୭୫ ହଜାର ଟଙ୍କା ଝାମ୍ପି ଫେରାର ହୋଇଯାଇଥିଲେ। ଗତ ୧୯ ତାରିଖରେ ଅନୁଗୋଳ ପୋଲିସ ଏକ ଚୋର ଗ୍ୟାଙ୍ଗର ୩ ସଦସ୍ୟଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡ଼ିଥିଲା। ତେବେ ପୋଲିସ ରାତିରେ ପାଟ୍ରୋଲିଂ ଓ ନାକା ଲଗାଉଥିଲେ ମଧ୍ୟ ଦୁର୍ବୃତ୍ତମାନଙ୍କୁ ଧରିବାକୁ ଏହା ପର୍ଯ୍ୟାପ୍ତ ହେଉନାହିଁ। ଦିନବେଳା ପୋଲିସ ଅଧିକ ତତ୍ପର ହେଲେ ଓ ବିଭିନ୍ନ ସ୍ଥାନ ଉପରେ ସତର୍କ ନଜର ରଖିଲେ ଆପରାଧିକ କାର୍ଯ୍ୟକଳାପ ହ୍ରାସ ହୋଇପାରିବ ବୋଲି ସହରବାସୀ ମତ ଦେଇଛନ୍ତି। ଏ ସମ୍ପର୍କରେ ଜିଲାର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ବିଭିନ୍ନ ଥାନାରେ ସ୍ପେଶାଲ ସ୍କ୍ବାଡ୍‌ ଗଢ଼ା ହୋଇଛି। କେତୋଟି ଘଟଣାର ତଦନ୍ତ କରାଯାଇ ଦୁର୍ବୃତ୍ତମାନଙ୍କୁ ଗିରଫ କରାଯାଇଛି। ଆଉ କେତୋଟି ମାମଲାର ତଦନ୍ତ ଏବେ ଚାଲୁଥିବା ବରିଷ୍ଠ ଅଧିକାରୀ ଜଣଙ୍କ ପ୍ରକାଶ କରିଛନ୍ତି।
ସବୁ ଥାନାରେ ସ୍ପେଶାଲ ଟିମ୍‌
ଅନୁଗୋଳ ଜିଲାରେ ଏପରି ଅପରାଧ ରୋକିବାକୁ ବିଭିନ୍ନ ଥାନାରେ ଜଣେ ଲେଖାଏ ଅଫିସରଙ୍କୁ ନେଇ ସ୍ପେଶାଲ ଟିମ୍‌ ଗଠନ କରାଯାଇଛି। ଏମାନେ ପ୍ରପର୍ଟି ଅଫେନ୍ସ ମାମଲାର ତଦନ୍ତ କରୁଛନ୍ତି। କେତୋଟି ମାମଲାରେ ଦୁର୍ବୃତ୍ତମାନଙ୍କୁ କାବୁ କରାଯାଇଛି। ଆଉ କେତେକ ମାମଲାରେ ତଦନ୍ତ ଜାରି ରହିଛି।
-ଜଗମୋହନ ମୀନା, ଏସ୍‌ପି, ଅନୁଗୋଳ
ପୋଲିସକୁ ଖୋଲା ଚ୍ୟାଲେଞ୍ଜ
ଅନୁଗୋଳ ସହରରେ ଦୁଇଟି ଥାନା ହେଲାଣି। କିନ୍ତୁ ଆପରାଧିକ କାର୍ଯ୍ୟକଳାପ ହ୍ରାସ ପାଉନାହିଁ। ସ୍ପଷ୍ଟ ଦିବାଲୋକରେ ଲୁଟ୍‌ପାଟ୍‌ ହେଉଛି। ପୋଲିସକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇ ଦୁର୍ବୃତ୍ତମାନେ ଅପରାଧ ଘଟାଉଛନ୍ତି। ପୋଲିସ ଅଧିକ ସଜାଗ ନ ରହି କେବଳ ନାମକୁମାତ୍ର ପାଟ୍ରୋଲିଂ କରି କାମ ସାରିଦେଉଛି।
-ସୋମନାଥ ରାଉତ, ସମ୍ପାଦକ, ବାର୍‌ ଆସୋସିଏଶନ
ନିଶା ବଢ଼ାଉଛି ଅପରାଧ
ଅନୁଗୋଳ ପୋଲିସର ଢିଲା ପଣ ଯୋଗୁ ସହରରେ ଆପରାଧିକ କାର୍ଯ୍ୟକଳାପ ବଢ଼ୁଛି। ପୋଲିସ ଯଦି ଚାହିଁବ, ଚୋରି, ଲୁଟ୍‌କୁ ନିୟନ୍ତ୍ରଣ କରିପାରିବ। କିନ୍ତୁ ଏ ଦିଗରେ ପୋଲିସର ଆଗ୍ରହ ଥିବା ପରି ମନେହେଉ ନାହିଁ। ଏଥିସହ ନିଶା କବଳରେ ପଡ଼ିଯାଇଥିବା ଯୁବଗୋଷ୍ଠୀ ପଥ ହୁଡ଼ି ଏବେ ଅପରାଧୀ ପାଲଟିଯାଉଛନ୍ତି।
-ଭବାନୀ ଶଙ୍କର ପ୍ରଧାନ, ଅନୁଗୋଳ
ରାତାରାତି ଅଧିକ ରୋଜଗାର ଇଚ୍ଛା
କରୋନା ମହାମାରୀ ବହୁ ଲୋକଙ୍କୁ ରୋଜଗାରଶୂନ୍ୟ କରିଛି। ଫଳରେ ବେକାରି ଓ ବେରୋଜଗାର ସମସ୍ୟା ବଢ଼ିଚାଲିଛି। ଏଥିରୁ ରାତାରାତି ମୁକ୍ତି ପାଇଁ ବାଟ ଖୋଜୁଥିବା ଯୁବପିଢ଼ି ଅପରାଧ ଘଟାଉଛନ୍ତି। ଜେଲରୁ ବାହାରୁଥିବା ଅପରାଧୀଙ୍କ ଉପରେ ପୋଲିସ ନଜର ରଖିପାରୁ ନାହିଁ।
-ଭୂପେଶ ଚନ୍ଦ୍ର ପ୍ରଧାନ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

୪୦ କିମି ବେଗରେ ବହିବ ପବନ, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ସତର୍କ ସୂଚନା ଜାରି

ଭୁବନେଶ୍ୱର,୪।୪: ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି ହୋଇଛି। ତେବେ ୨ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ…

ଆଜି ରାଜ୍ୟ କ୍ୟାବିନେଟ୍‌: ନିଆଯିବ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୪।୪ (ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ସନ୍ଧ୍ୟା ୬ଟାରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri