Posted inଜାତୀୟ

ମୃତକଙ୍କୁ ନାଗରିକତ୍ୱ ପ୍ରମାଣ ନିର୍ଦ୍ଦେଶ

ସିଲଚର,୨୪ା୩: ଆସାମରେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)ରୁ ବାଦ୍‌ ପଡ଼ିଥିବା ହଜାର ହଜାର ଲୋକଙ୍କୁ ନିଜ ନାଗରିକତ୍ୱ ପ୍ରମାଣିତ କରିବା ପାଇଁ ଫରେନର୍ସ ଟ୍ରିବ୍ୟୁନାଲ ପକ୍ଷରୁ ନୋଟିସ ଜାରି କରାଯାଇଛି। ସେମାନଙ୍କ ମଧ୍ୟରୁ ଶ୍ୟାମଚରଣ ଦାସ ଅନ୍ୟତମ, ଯାହାଙ୍କ ମୃତ୍ୟୁ ୨୦୧୬ ମସିହାରେ ଘଟିଥିଲା। ଅର୍ଥାତ୍‌ ଆସାମ ପୋଲିସ ଲୋକଙ୍କ ଘରକୁ ଭେରିଫିକେଶନ ପାଇଁ ନ ଯାଇ କିମ୍ବା କୌଣସି ଦସ୍ତାବିଜକୁ ଯାଞ୍ଚ ନ କରି ମାମଲା ରୁଜୁ କରୁଛି। ମୃତକ ଶ୍ୟାମଚରଣଙ୍କ ମାମଲା ଏହାର ସଦ୍ୟତମ ଦୃଷ୍ଟାନ୍ତ।
ଆସାମର ଚାଚରସ୍ଥିତ ଏକ ଫରେନର୍ସ ଟ୍ରିବ୍ୟୁନାଲ ଜଣେ ମୃତ ବ୍ୟକ୍ତିଙ୍କୁ ନିଜ ଭାରତୀୟ ନାଗରିକତ୍ୱ ପ୍ରମାଣିତ କରିବା ପାଇଁ ନୋଟିସ ଦେଇଛି। ୨୦୧୬ ମେ’ ୬ରେ ଉଧାରବନ୍ଦ ବାସିନ୍ଦା ଶ୍ୟାମଚରଣ ଦାସ ୭୪ ବର୍ଷ ବୟସରେ ଆଖି ବୁଜିଦେଇଥିଲେ। ସେହି ସମୟରେ ଆସାମ ସରକାରଙ୍କ ପକ୍ଷରୁ ଜାରି ମୃତ୍ୟୁ ପ୍ରମାଣପତ୍ର ଆଧାରରେ ଚାଚର ଜିଲା ଫରେନର୍ସ ଟ୍ରିବ୍ୟୁନାଲ ତାଙ୍କ ବିରୋଧରେ ନାଗରିକତ୍ୱ ବିବାଦ ମାମଲା ବନ୍ଦ କରିଦେଇଥିଲା। ଏବେ ସେହି ସମାନ କୋର୍ଟ ଶ୍ୟାମଚରଣଙ୍କ ଘରକୁ ନୋଟିସ ପଠାଇଛି। ସିଲଚରରେ ଥିବା ଏଫ୍‌ଟି-୩ରେ ମାର୍ଚ୍ଚ ୧୫ରେ ହାଜର ହୋଇ ନିଜକୁ ଭାରତୀୟ ବୋଲି ପ୍ରମାଣିତ କରିବା ପାଇଁ ଉକ୍ତ ନୋଟିସରେ ଉଲ୍ଲେଖ କରାଯାଇଛି।
ଶ୍ୟାମଚରଣଙ୍କ ମୃତ୍ୟୁ ପରେ ପରିବାର ଲୋକେ ଏଫ୍‌ଟି-୩ରେ ତାଙ୍କର ମୃତ୍ୟୁ ପ୍ରମାଣପତ୍ର ଦାଖଲ କରିଥିଲେ। ଏହାକୁ ଭିତ୍ତିକରି ୨୦୧୬ ସେପ୍ଟେମ୍ବର ୨୩ରେ ବିଚାରପତି ବି.କେ. ତାଲୁକ୍‌ଦାର ନିଜ ରାୟରେ ଲେଖିଥିଲେ, ଉଧାରବନ୍ଦ ଥାନା ଅଧୀନ ଥଲିଗ୍ରାମ ନିବାସୀ ସୁଧନ ରାମ ଦାସଙ୍କ ନାମ ୧୯୬୫ ଓ ୧୯୭୦ ମସିହାର ଭୋଟର ତାଲିକାରେ ଥିଲା। କିନ୍ତୁ ତାଙ୍କ ପୁଅ ଶ୍ୟାମଚରଣ ହେଉଛନ୍ତି ଜଣେ ସନ୍ଦିଗ୍ଧ ମତଦାତା। ଶ୍ୟାମଚରଣଙ୍କ ମୃତ୍ୟୁ ଘଟିଥିବାରୁ ତାଙ୍କ ପରିବାରକୁ ସିଲଚର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପକ୍ଷରୁ ଡେଥ୍‌ ସାର୍ଟିଫିକେଟ୍‌ ଜାରି କରାଯାଇଛି। ପରିବାର ଲୋକେ ଉକ୍ତ ଦସ୍ତାବିଜ ଦାଖଲ କରିଛନ୍ତି। ତେଣୁ ମୃତ ବ୍ୟକ୍ତିଙ୍କ ନାମରେ ଏହି ମାମଲା(ନଂ.୭୫୮୨/୯୮)କୁ ବନ୍ଦ କରାଯାଉଛି ବୋଲି ବିଚାରପତି ରାୟରେ ସ୍ପଷ୍ଟ କରିଥିଲେ। କିନ୍ତୁ ନିକଟରେ ବର୍ଡର ପୋଲିସ ଶ୍ୟାମଚରଣଙ୍କୁ ଜଣେ ବେଆଇନ ପ୍ରବାସୀ ସନ୍ଦେହ କରି ତାଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ କରିଥିଲା। ଶ୍ୟାମଚରଣ ବିନା କୌଣସି ବୈଧ ଦସ୍ତାବିଜରେ ୧.୧.୧୯୬୬ରୁ ୨୪.୩.୧୯୭୧ ମଧ୍ୟରେ ଆସାମକୁ ଅନୁପ୍ରବେଶ କରି ସିଲଚରରେ ବସବାସ କରିଥିବା ଅଭିଯୋଗରେ ଦର୍ଶାଯାଇଛି। ତେଣୁ ୨୦୨୨ ମାର୍ଚ୍ଚ ୧୫ରେ ମୃତକଙ୍କ ଘରକୁ ପୁଣି ଏକ ନୋଟିସ ଆସିଛି। ଫରେନର୍ସ (ଟ୍ରିବ୍ୟୁନାଲ) ଅର୍ଡର, ୧୯୬୪ ଅନୁସାରେ ଆସନ୍ତା ୩୦ ତାରିଖ ପୂର୍ବାହ୍ନ ୧୦ଟାରେ ହାଜର ହୋଇ ନିଜ ନାଗରିକତ୍ୱ ସପକ୍ଷରେ ମତ ରଖିବା ସହ ବୈଧ ଦସ୍ତାବିଜ ଦାଖଲ କରିବା ପାଇଁ ଏଥିରେ ନିର୍ଦ୍ଦେଶ ରହିଛି। ବୈଧ କାଗଜପତ୍ର ଦାଖଲ କରି ନ ପାରିଲେ ଶ୍ୟାମଚରଣଙ୍କୁ ଏକତରଫା ଭାବେ ବେଆଇନ ପ୍ରବାସୀ ବିବେଚନା କରାଯିବ ବୋଲି କୁହାଯାଇଛି।
କେବଳ ଶ୍ୟାମଚରଣ ନୁହନ୍ତି, ତାଙ୍କ ସ୍ତ୍ରୀ ସୁଲେଖା ଦାସ ମଧ୍ୟ ପୂର୍ବରୁ ଏକ ଅନୁରୂପ ଅର୍ଡର ବଳରେ ନିଜ ଭାରତୀୟ ନାଗରିକତ୍ୱ ହରାଇସାରିଛନ୍ତି। ୨୦୧୮ ଏପ୍ରିଲରୁ ସୁଲେଖାଙ୍କୁ ବିଦେଶୀଙ୍କ ପାଇଁ ଉଦ୍ଦିଷ୍ଟ ଏକ ଟିଟେନଶନ୍‌ ସେଣ୍ଟରରେ ରଖାଯାଇଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୨୦୨୦ ଏପ୍ରିଲରେ ତାଙ୍କୁ ଜାମିନରେ ଛାଡ଼ିଦିଆଯାଇଥିଲା। ଶ୍ୟାମଚରଣଙ୍କ ଝିଅ ବବି ଦାସ କହିଛନ୍ତି, ୫ ବର୍ଷ ପୂର୍ବେ ବାପାଙ୍କୁ ହରାଇଛି। କିନ୍ତୁ କୋର୍ଟଙ୍କ ମତରେ ସେ ଜୀବିତ। ଜୀବିତାବସ୍ଥାରେ ନାଗରିକତ୍ୱ ପ୍ରମାଣ ପାଇଁ ବାପା ଜରୁରୀ ଦସ୍ତାବିଜ ଦାଖଲ କରିବା ସତ୍ତ୍ୱେ ଟ୍ରିବ୍ୟୁନାଲ ଶୁଣି ନ ଥିଲା। ବାପାଙ୍କ ମୃତ୍ୟୁ ପରେ ତାଙ୍କ ପକ୍ଷରୁ କୋର୍ଟରେ କିପରି ହାଜର ହେବି ଓ କ’ଣ ଯୁକ୍ତି ବାଢ଼ିବି କିଛି ଜାଣିପାରୁନାହିଁ। ଏବେ ଜିଲା ଆଇନ ସେବା କର୍ତ୍ତୃପକ୍ଷ (ଡିଏଲ୍‌ଏସ୍‌ଏ) ତଥା ସାମାଜିକ କର୍ମୀ କମଳ ଚକ୍ରବର୍ତ୍ତୀ ବବିଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ପୋଲିସର ଫିଲ୍ଡ ଭେରିଫିକେଶନ ପରେ ମୃତବ୍ୟକ୍ତିଙ୍କୁ କୋର୍ଟରେ ହାଜର ପାଇଁ ନୋଟିସ ଦିଆଯିବା ଆମ ବ୍ୟବସ୍ଥାର ଅଜ୍ଞତାକୁ ଦର୍ଶାଉଛି। ଆସାମରେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)ରୁ ବାଦ୍‌ ପଡ଼ିଥିବା ଏପରି ହଜାର ହଜାର ଲୋକଙ୍କୁ ଫରେନର୍ସ ଟ୍ରିବ୍ୟୁନାଲ ପକ୍ଷରୁ ନୋଟିସ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିଏମ୍‌ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ

ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ

ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

ଜନ୍ମଦିନର ୬ ଦିନ ପୂର୍ବରୁ ଆତ୍ମହତ୍ୟା କଲେ ଏହି ଅଭିନେତ୍ରୀ: ମୃତ୍ୟୁ ପୂର୍ବରୁ ସ୍ବାମୀଙ୍କୁ ଭିଡିଓ କଲ୍‌ କରି…

ଟିଭି ଅଭିନେତ୍ରୀ ସୁଭାଷିନୀ ତାଙ୍କ ଜନ୍ମଦିନର ମାତ୍ର ୬ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ସୁଭାଷିନୀ ଫାଶୀ ଦେଇ ଦେଇଥିବା ଜଣାପଡ଼ିଛି। ସେ ସନ ଟିଭିରେ ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri