Posted inଜାତୀୟ

ଏହି ରାଜ୍ୟର ଲୋକଙ୍କ ପାଖରେ ଭାରତ ସହିତ ନେପାଳର ନାଗରିକତ୍ୱ ପ୍ରମାଣ ପତ୍ର…

ଡେରାଡୁନ,୨୪।୧୦ : ଭାରତ ସହିତ ନେପାଳର ନାଗରିକତ୍ୱ ପ୍ରମାଣ ପତ୍ର ଥିବା ଲୋକଙ୍କୁ ନେଇ କେନ୍ଦ୍ର ସରକାର ଚିନ୍ତାରେ ପଡ଼ିଛନ୍ତି। ଅନ୍ତର୍ଜାତୀୟ ସୀମାରେ ରହୁଥିବା ଉତ୍ତରାଖଣ୍ଡର ପିଥୋରାଗଡ ଏବଂ ଚମ୍ପୱାତ ଜିଲାର ବହୁ ଲୋକଙ୍କର ନେପାଳ ଏବଂ ଭାରତର ଦ୍ୱୈତ ନାଗରିକତା ରହିଛି ଏବଂ ଏହିପରି ଲୋକଙ୍କୁ ଚିହ୍ନଟ କରାଯାଉଛି। ସଶସ୍ତ୍ର ସୀମା ବଳ (ଏସଏସବି)ର ଆଲମୋରା ଅଞ୍ଚଳର ଡେପୁଟି ଇନ୍ସପେକ୍ଟର ଡି ଏନ ବୋମ୍ବେ କହିଛନ୍ତି ଆମେ ପିଥୋରାଗଡ ଜିଲାର ଜୁଲାଘାଟ ଏବଂ ଚମ୍ପାୱାତ ଜିଲାର କିଛି ଅଞ୍ଚଳରେ ଭାରତ-ନେପାଳ ସୀମାରେ ଏପରି ମାମଲା ପାଇଛୁ। ଏ ସମ୍ପର୍କରେ ସମ୍ପୃକ୍ତ ଜିଲା ପ୍ରଶାସନକୁ ସୂଚନା ଦିଆଯାଇଛି।

ଏସଏସବି ଅଧିକାରୀ କହିଛନ୍ତି ଉତ୍ତରାଖଣ୍ଡରେ ଉପସ୍ଥିତ ଥିବା ଫୋର୍ସର ସମସ୍ତ ୫୪ ସୀମା ଆଉଟପୋଷ୍ଟରେ ନିୟୋଜିତ ଫୋର୍ସ କର୍ମଚାରୀମାନେ ଭାରତ ଏବଂ ନେପାଳର ଦ୍ୱୈତ ନାଗରିକତା ଥିବା ଭାରତୀୟ ଅଞ୍ଚଳରେ ରହୁଥିବା ଏପରି ବ୍ୟକ୍ତିଙ୍କୁ ଚିହ୍ନଟ କରୁଛନ୍ତି। ସେ କହିଛନ୍ତି ଏସଏସବି ମଧ୍ୟ ଏହି କାର୍ଯ୍ୟରେ ସମ୍ପୃକ୍ତ ଜିଲା ପ୍ରଶାସନର ସହାୟତା ନେଉଛି।

ପିଥୋରାଗଡ ଡେପୁଟି ଜିଲା ମାଜିଷ୍ଟ୍ରେଟ ଅନିଲ କୁମାର ଶୁକ୍ଲା କହିଛନ୍ତି ଭାରତରେ ଦୁଇ ପ୍ରକାର ନେପାଳୀ ଲୋକ ବାସ କରୁଛନ୍ତି। ସେ କହିଛନ୍ତି ପ୍ରଥମ ଶ୍ରେଣୀରେ ସେହି ଝିଅମାନେ ଅଛନ୍ତି ଯେଉଁମାନେ ବିବାହ ପରେ ଭାରତ ଆସିଥିଲେ, କିନ୍ତୁ ସେମାନଙ୍କର ନେପାଳର ନାଗରିକତ୍ୱ ଛାଡି ନାହାଁନ୍ତି କିମ୍ବା ଭାରତୀୟ ନାଗରିକତା ହାସଲ କରିନାହାଁନ୍ତି।

ଶୁକ୍ଲା କହିଛନ୍ତି ଦ୍ୱିତୀୟ ଶ୍ରେଣୀରେ ସେହି ବ୍ୟକ୍ତି ଅନ୍ତର୍ଭୁକ୍ତ, ଯାହାର ସମସ୍ତ ପରିବାର ଭାରତୀୟ ନାଗରିକତ୍ୱ ନ ନେଇ ନେପାଳରୁ ଭାରତୀୟ ଅଞ୍ଚଳରେ ବସବାସ କରିଥିଲେ। ସବ-କଲେକ୍ଟର କହିଛନ୍ତି, ଆମେ ଅନେକ ମାମଲା ପାଇଲୁ ଯେଉଁଥିରେ ନେପାଳୀ ଠକେଇ କରି ଭାରତରେ ଆଧାର କାର୍ଡ ଏବଂ ଭୋଟର ପରିଚୟ ପତ୍ର ପାଇଥିଲେ। ଆମେ ତାଙ୍କ ନକଲି ଦଲିଲକୁ ତୁରନ୍ତ ବାତିଲ କରିଛୁ।

ଏସଏସବିର ଡେପୁଟି ଇନ୍ସପେକ୍ଟର ଜେନେରାଲ କହିଛନ୍ତି ବନ୍ୟପ୍ରାଣୀଙ୍କ ଅଂଶ ତଥା ଡ୍ରଗ୍ସ ଚୋରା ଚାଲାଣ ବ୍ୟତୀତ ଆମେ ମାନବ ଚାଲାଣକୁ ରୋକିବାକୁ ମଧ୍ୟ ଅଗ୍ରାଧିକାର ଦେଉଛୁ ଯେଉଁଥି ପାଇଁ ଆମେ ଏକ ଦ୍ୱତନ୍ତ୍ର ଦଳ ଗଠନ କରିଛୁ।

ଭାରତ-ନେପାଳ ସୀମା ୧୭୪୦ କିଲୋମିଟର ଲମ୍ବ। ସେଥିମଧ୍ୟରୁ ୨୫୪ କିଲୋମିଟର ଲମ୍ବା ସୀମା ଉତ୍ତରାଖଣ୍ଡରେ ଅଛି ।

ସେ କହିଛନ୍ତି ସେମାନଙ୍କ କର୍ମଚାରୀମାନେ ସୀମାନ୍ତ ଅଞ୍ଚଳରେ ରହୁଥିବା ଗ୍ରାମବାସୀଙ୍କ ସହ ଘନିଷ୍ଠ ସମ୍ପର୍କ ରଖୁଛନ୍ତି ଯାହା ଦ୍ୱାରା ସେମାନେ ସେଠାରେ କୌଣସି ବାହାର ଲୋକଙ୍କର ଆଗମନ ବିଷୟରେ ଜାଣିପାରିବେ।

 


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

ଇରାନକୁ ନୂଆ ଧମକ ଦେଲେ ଟ୍ରମ୍ପ, ଇରାନୀ କୋଠରୀ ଭିତରେ ନିବେଦନ କରନ୍ତି କିନ୍ତୁ…

ନୂଆଦିଲ୍ଲୀ,୨୬ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇଯାଇଛନ୍ତି। ତାଙ୍କ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ, ସେ ଇରାନକୁ ଏକ ନୂତନ ଧମକ ଦେଇଛନ୍ତି। ସେ…

ଚୌକା-ଛକାରେ ଝୁମି ଉଠୁଥିବା ଚିୟରଲିଡର୍ସଙ୍କୁ କେତେ ମିଳେ ଦରମା… ଗୋଟିଏ ମ୍ୟାଚର ପାରିଶ୍ରମିକ ସହ ବିଳାସପୂର୍ଣ୍ଣ ସୁବିଧା ପଛର କାହାଣୀ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୩: ଆଇପିଏଲର ୧୯ତମ ସିଜିନ ୨୮ ମାର୍ଚ୍ଚରୁ ଆରମ୍ଭ ହେଉଛି। ଫାଇନାଲ ମ୍ୟାଚ ୩୧ ମଇରେ ଖେଳାଯିବ। ପଡ଼ିଆରେ ଖେଳାଳିମାନେ ସେମାନଙ୍କ ବିଡ ଏବଂ ଦୌଡ଼ ପାଇଁ…

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

ହର୍ମୁଜ ବନ୍ଦ ହେଲେ LPG ପାଇଁ ଛଟପଟ ହେବ ସାରା ବିଶ୍ୱ, ଇରାନ ଏହି ରାସ୍ତା ବନ୍ଦ କଲେ କ’ଣ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ/ତେହରାନ୍‌,୨୬।୩: ଯେତେବେଳେ ଇରାନ ଆମେରିକା ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ହର୍ମୁଜ ପ୍ରଣାଳୀ ବନ୍ଦ କରିଦେଲା, ସମଗ୍ର ବିଶ୍ୱ ଚିନ୍ତାରେ ପଡ଼ିଗଲା। ପେଟ୍ରୋଲ ପମ୍ପରେ ଧାଡ଼ି ଲାଗିଲା…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ତାତିରୁ ମିଳିଲା ତ୍ରାହି; ରାଜଧାନୀରେ ଘଡ଼ଘଡ଼ି ସହ କୁଆପଥର ବର୍ଷା

ଭୁବନେଶ୍ବର,୨୬ା୩: ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପବନ, ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri