‘ସିଟାଡେଲ ହନିବନି’ ଟ୍ରେଲର ୨ ରିଲିଜ୍‌

ମୁମ୍ବାଇ:ଅଭିନେତା ବରୁଣ ଧାଓ୍ବନ ଓ ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁଙ୍କ ‘ସିଟାଡେଲ ହନିବନି’ ଓ୍ବେବ ସିରିଜ୍‌ ଆସନ୍ତା ନଭେମ୍ବର ୭ରେ ଓଟିଟି ପ୍ଲାଟ୍‌ଫର୍ମ ଆମାଜନ ପ୍ରାଇମରେ ଷ୍ଟ୍ରିମିଂ ହେବାକୁ ଯାଉଛି। ତେବେ ଏହି ସିରିଜ୍‌ର ଦ୍ୱିତୀୟ ଟ୍ରେଲରକୁ ମଙ୍ଗଳବାର ଜାରି କରାଯାଇଛି। ଉକ୍ତ ଟ୍ରେଲରକୁ ବରୁଣ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିବା ସହ ଏଥିରେ ସାମନ୍ଥାଙ୍କୁ ଟ୍ୟାଗ୍‌ କରିଛନ୍ତି। ଏହି ସିରିଜର ପ୍ରଥମ ଟ୍ରେଲର ଗତ ୧୫ରେ ରିଲିଜ୍‌ ହୋଇଥିଲା।
ବରୁଣଙ୍କ ଶୈଳୀ ଏବଂ ଲୁକ୍‌ ବହୁତ ଭିନ୍ନ ରହିଛି। ଟ୍ରେଲର ଆରମ୍ଭରୁ ବରୁଣଙ୍କ ଧମାକାଦାର ଏଣ୍ଟ୍ରି ରହିଥିବାବେଳେ ସେ ବାଇକ୍‌ ଷ୍ଟଣ୍ଟ୍‌ କରୁଥିବା ନଜରକୁ ଆସିଛନ୍ତି। ତେବେ ‘ସିଟାଡେଲ ହନିବନି’ ଓ୍ବେବ ସିରିଜ୍‌ର ଏହି ଦ୍ୱିତୀୟ ଟ୍ରେଲରରେ ଉଭୟ ବରୁଣ ଓ ସାମନ୍ଥାଙ୍କର ବହୁ ଆକ୍ସନ ଦୃଶ୍ୟ ରହିଛି। ଟ୍ରେଲରରେ ବରୁଣ ଓ ସାମନ୍ଥାଙ୍କର ଅଭିନୟକୁ ଦୁହିଙ୍କ ପ୍ରଶଂସକ ଢେର ପସନ୍ଦ କରିଛନ୍ତି।
ବରୁଣ ତାଙ୍କ ବାପା ତଥା ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ଡେଭିଡ ଧାଓ୍ବନଙ୍କ ସହ ଏକ ରୋମାଣ୍ଟିକ୍‌ ଫିଲ୍ମ କରିବାକୁ ଯାଉଛନ୍ତି। ଏହି ଚଳଚ୍ଚିତ୍ରର ନାମ ‘ହେ ଜୱାନି ତୋ ଇସ୍କ ହୋନା ହେ’ ରହିଛି। ଏଥିରେ ବରୁଣଙ୍କ ସହ ଅଭିନେତ୍ରୀ ପୂଜା ହେଗ୍‌ଡେ ନଜରକୁ ଆସିବେ। ଅନ୍ୟପକ୍ଷେ ସାମନ୍ଥାଙ୍କୁ ଖୁବ୍‌ଶୀଘ୍ର ତେଲୁଗୁ ଫିଲ୍ମ ‘ବନ୍‌ଗରମ’ରେ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡି ସ୍ଥାନାନ୍ତରଣକୁ ଚାଷୀଙ୍କ ବିରୋଧ: ଧାନ କିଣାବିକା ସମସ୍ୟା ଅସମାହିତ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟାକୁ ୮ଦିନ ବିତି ଯାଇଛି। ହେଲେ ଧାନବିକ୍ରି ସମସ୍ୟା ଏପର୍ଯ୍ୟନ୍ତ ଅସମାହିତ ରହିଛି।...

୧୦୦ ବିଲିୟନ ଡଲାର ବାଣିଜ୍ୟ ଲକ୍ଷ୍ୟ

ନୂଆଦିଲ୍ଲୀ,୬ା୧୨ : ଭାରତ ଓ ରୁଷିଆ ଶୁକ୍ରବାର ଦ୍ୱିପାକ୍ଷିକ ଅର୍ଥନୈତିକ ଓ ବାଣିଜି୍ୟକ କାରବାର ବୃଦ୍ଧି ନିମନ୍ତେ ଆଗାମୀ ୫ ବର୍ଷ ପାଇଁ ଏକ ରୋଡ୍‌ମ୍ୟାପ୍‌...

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri