‘ସର୍କସ’ର ଫାଷ୍ଟ ଲୁକ

ମୁମ୍ବାଇ: ବଲିଉଡର ମୋଷ୍ଟ ପପୁଲାର ଆକ୍ଟର ରଣବୀର ସିଂ ସବୁବେଳେ କିଛି ନା କିଛି କାରଣ ପାଇଁ ଆସିଥାଆନ୍ତି ଚର୍ଚ୍ଚାକୁ । ବେଶ କିଛି ଦିନ ହେବ ଅଭିନେତାଙ୍କ ଫିଲ୍ମ ‘ସର୍କସ’ ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରଶଂସକ ଫିଲ୍ମର ଟ୍ରେଲରକୁ ଅପେକ୍ଷା ରଖିଥିଲେ । ଶୁକ୍ରବାର ଅଭିନେତା ଫିଲ୍ମ ‘ସର୍କସ’ର ଫାଷ୍ଟ ଲୁକ ଶେୟାର କରିଛନ୍ତି । ସୂଚନାଯୋଗ୍ୟ, ରଣବୀର ଫିଲ୍ମର ସମସ୍ତ ଷ୍ଟାରକାଷ୍ଟଙ୍କ ଚରିତ୍ରକୁ ଏକ ଭିଡିଓ ମାଧ୍ୟମରେ ଶୋକେସ କରିଛନ୍ତି ।
ଶୁକ୍ରବାର ରଣବୀର ତାଙ୍କ ଇନଷ୍ଟାଗ୍ରାମରେ ‘ସର୍କସ’ର ଷ୍ଟାରକାଷ୍ଟ ସମ୍ପର୍କରେ ସୂଚନା ଦେଇଛନ୍ତି । ଏଥିରେ ସମସ୍ତ କଳାକାରଙ୍କ ଫିଲ୍ମ ଲୁକ୍ସ ଶେୟାର କରାଯାଇଛି । ଏହି ପୋଷ୍ଟ ସହ ରଣବୀର ଲେଖିଛନ୍ତି, ଆସନ୍ତା ସପ୍ତାହରେ ଟ୍ରେଲର ରିଲିଜ୍ ହେବା ପୂର୍ବରୁ ଦେଖନ୍ତୁ ଆମ ସର୍କସ ପରିବାରକୁ । ଅଭିନେତାଙ୍କ ଏହି ଶେୟାରକୁ ନେଇ ଅନେକେ କଳାକାର ଫିଲ୍ମକୁ ସପୋର୍ଟ କରିଥିବା ଦେଖାଯାଇଛି । ଏହାସହ ଅଭିନେତ୍ରୀ ନିଲମ କୋଠାରି ଲେଖିଛନ୍ତି, ଅପେକ୍ଷା କରି ହେଉନି । ଆଉ ଜଣେ ପ୍ରଶଂସକ ଲେଖିଛନ୍ତି ଜବରଦସ୍ତ । କେବଳ ଏତିକି ନୁହେଁ ରଣବୀରଙ୍କ ଅନେକ ପ୍ରଶଂସକ ଓ ଫଲୋୟର୍ସ ଏହି ପୋଷ୍ଟକୁ ଦେଖି ନିଜର ଖୁସି ଜାହିର କରିଛନ୍ତି ।
ଫିଲ୍ମର ଷ୍ଟାରକାଷ୍ଟ କଥା କହିଲେ ଏଥିରେ ରଣବୀର ସିଂଙ୍କ ସହ ପୂଜା ହେଗଡେ, ଜ୍ୟାକଲିନ ଫର୍ନାଡିଜ, ଜନି ଲିଭର, ବରୁଣ ଶର୍ମା, ମୁକେଶ ତିୱାରୀ, ସିଦ୍ଧାର୍ଥ ଯାଦବ ଓ ସଞ୍ଜୟ ମିଶ୍ରଙ୍କ ସମେତ ଆଉ କେତେଜଣ କଳାକାର ରହିଛନ୍ତି । ଫିଲ୍ମଟି ରୋହିତ ସେଟ୍ଟି ପ୍ରଡକସନ୍ସ ଓ ଭୁଷଣ କୁମାରଙ୍କ ଟି ସିରିଜ ବ୍ୟାନରରେ ପ୍ରସ୍ତୁତ କରାଯାଇଛି । ଏବେ ଦର୍ଶକେ ଫିଲ୍ମର ଫାଷ୍ଟ ଲୁକ ଦେଖିବା ପରେ ଏହାର ଟ୍ରେଲରକୁ ଅପେକ୍ଷା ରଖିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ଭିଣେଇଙ୍କୁ ରାଣୀଡୁଡୁମା ବୁଲେଇବାକୁ ଆଣି ପାଣିରେ ବୁଡି ଶଳାଙ୍କ ମୃତ୍ୟୁ

ନନ୍ଦପୁର,୯।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ବୁଲି ଆସିଥିବା ଭିଣେଇଙ୍କୁ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନନ୍ଦପୁର ରାଣୀଡୁଡୁମାକୁ ବୁଲେଇବାକୁ ଆଣିଥିବା ଶଳାଙ୍କ ଗୁରୁବାର ପାଣିରେ ବୁଡି ମୃତ୍ୟୁ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri