‘ସର୍କସ’ରେ ରଣବୀରଙ୍କ ଡବଲ ରୋଲ!

ମୁମ୍ବାଇ: ବଲିଉଡ ନାୟକ ରଣବୀର ସିଂ ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କ ସହ ମୁଭି ‘ଶିମ୍ବା’ ଓ ‘ସୂର୍ଯ୍ୟବଂଶୀ’ରେ କାମ କରିସାରିଛନ୍ତି । ଆଉ ଏକ ଫିଲ୍ମ ଏବେ ଏମାନେ ସହ ପ୍ରସ୍ତୁତ ହୋଇଗଲେଣି । ପୁଣିଥରେ ରୋହିତ ସେଟ୍ଟିଙ୍କ ଫିଲ୍ମ ‘ସର୍କସ’ରେ ରଣବୀରଙ୍କୁ ଦେଖିବାକୁ ମିଳିବ । ରଣବୀରଙ୍କ ସହ ରୋହିତ ସେଟ୍ଟି ପୁଣିଥରେ ଧମାକା କରିବାକୁ ରେଡି ହୋଇଗଲେଣି । ନିକଟରେ ରଣବୀର ତାଙ୍କ ଅପକମିଂ ଫିଲ୍ମ ‘ସର୍କସ’ର ପାଷ୍ଟ ଲୁକ୍ ପୋଷ୍ଟର ଶେୟାର କରିଛନ୍ତି । ଯେଉଁଥିରେ ଣବୀରଙ୍କ ଦୁଇଟି ଚେହେରା ଦେଖିବାକୁ ମିଳିଛି । ଏଥିରୁ ଅନୁମାନ କରାଯାଉଛି କି ରଣବୀର ଏହି ଫିଲ୍ମ୍ମରେ ଡବଲ ରୋଲ କରିପାରନ୍ତି । ପୋଷ୍ଟରର ଉପରି ଭାବରେ ରଣବୀରଙ୍କ ଡବଲ ଚେହେରା ଦେଖିବାକୁ ମିଳୁଥିବା ବେଳେ ତଳେ ବାକି ସବୁ କଳାକାର ନଜର ଆସିଛନ୍ତି । ଏହାକୁ ଦେଖି ରଣବୀରଙ୍କ ପ୍ରଶଂସକମାନେ ଉତ୍ସାହର ସହ ଫିଲ୍ମକୁ ଅପେକ୍ଷା ରଖିଛନ୍ତି ।
ସୂଚନାଯୋଗ୍ୟ, ରଣବରୀ ସିଂ ଏବେ ତାଙ୍କ ଅଗାମୀ ଫିଲ୍ମ ‘ଜୟେଶଭାଇ ଜିନ୍ଦାବାଦ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି ।

Share