ପ୍ରଚାରରେ ସୀମିତ ପ୍ଲାଷ୍ଟିକ, ପଲିଥିନ ବର୍ଜନ

କେନ୍ଦ୍ରାପଡ଼ା, ୮ା୧୦(ଜଗନ୍ନାଥ ଧଳ)ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ସମ୍ପୂର୍ଣ୍ଣ ବର୍ଜନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୨୦୧୬ ଗାନ୍ଧୀ ଜୟନ୍ତୀରେ ଆହ୍ବାନ ଦେଇଥିଲେ। ଏହାକୁ ଇତିମଧ୍ୟରେ ୭ ବର୍ଷ ବିତିଛି। ସେହିପରି ବର୍ଜ୍ୟ ବସ୍ତୁ ପରିଚାଳନା ଆଇନକୁ ଗୁରୁତ୍ୱ ଦେବାକୁ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ନିର୍ଦ୍ଦେଶ ଦେବାସହିତ ଏଥିରେ ବ୍ୟତିକ୍ରମ ହେବାରୁ କେନ୍ଦ୍ରାପଡ଼ା ପୌର ପ୍ରଶାସନକୁ ୨୪ ଲକ୍ଷ ଟଙ୍କା ଜରିମାନା ଦେବାକୁ ଗତ ଦେଢ଼ ବର୍ଷ ପୂର୍ବେ ନୋଟିସ ହୋଇଛି। ଏହାସତ୍ତ୍ୱେ ଏହାର ପରିଚାଳନାରେ ପୌର ପ୍ରଶାସନ ପଛରେ ପଡିଛି। ଗୋବରୀ ନଦୀ ଓ କେନାଲ ଏବେ ବର୍ଜ୍ୟବସ୍ତୁରେ ଭର୍ତ୍ତି ହୋଇ ଜଳପଥ ପୋତି ହେଉଛି। ଫଳରେ ଜଳ ନିଷ୍କାସନରେ ବାଧା ସୃଷ୍ଟି କରୁଛି।
ଏସମ୍ପର୍କରେ ଖଡିଅଙ୍ଗର ମନୋଜ କୁମାର ସିଂହ କୁହନ୍ତି, ୧୫୪ ବର୍ଷର ପୁରୁଣା ଏହି ପୌରାଞ୍ଚଳରେ ବର୍ଜ୍ୟବସ୍ତୁ ପରିଚାଳନା ଠିକ୍‌ ଢ଼ଙ୍ଗରେ ହୋଇପାରୁନାହିଁ। ପୂର୍ବରୁ ଗୋବରୀ ନଦୀ ଓ କେନାଲ ଜଳକୁ ସ୍ନାନ ଶୌଚ ଆଦିରେ ବ୍ୟବହାର କରାଯାଉଥିଲା। ଏବେ ଏହି ୨ ଜଳପଥ ଅଳିଆ ଆବର୍ଜନାରେ ଭରିଯାଇଛି। ଘରୋଇ ଅଶୌଚ କାର୍ଯ୍ୟରେ ନଦୀ ଜଳ ବ୍ୟବହାର କରାଯାଉଛି। ମାତ୍ର ଏହି ଜଳ ପ୍ରଦୂଷିତ ହୋଇଥିବାରୁ ସ୍ନାନ କଲେ ଦେହହାତ କୁଣ୍ଡାଇ ହେଉଛି। ବହୁଦିନ ଧରି ଏହି ଜଳ ଉତ୍ସରେ ଚିଙ୍ଗୁଡିଆ ଦଳ ଭରି ରହିଥିଲେ ମଧ୍ୟ ଜଳ ସମ୍ପଦ ବିଭାଗ ଏହାକୁ ସଫା କରିବାକୁ ବ୍ୟଗ୍ର ନୁହନ୍ତି। ଫଳରେ ବର୍ଷାଦିନେ ପୁତି ଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ସାମାଜିକ କର୍ମୀ ସେକ୍‌ ସାବିର କୁହନ୍ତି, ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରାପଡ଼ା ସହର ପାଇଁ ସମସ୍ୟା ସୃଷ୍ଟି କରିଛି। ଜଣେ ଲୋକ ଦିନକୁ ହାରାହାରି ୫୦୦ ଗ୍ରାମର ଜୈବିକ ଓ ଅଜୈବିକ (ପ୍ଲାଷ୍ଟିକ ଆଦି) ବର୍ଜ୍ୟବସ୍ତୁ ନିଷ୍କାସନ କରୁଥିବା ବେଳେ ମାସକୁ ସହରରେ ୭୫ ମେଟ୍ରିକ ଟନ ବର୍ଜ୍ୟବସ୍ତୁ ନିର୍ଗତ ହେଉଛି। ବର୍ଜ୍ୟବସ୍ତୁ ପରିଚାଳନା ଆଇନ କାର୍ଯ୍ୟକାରୀ ହେଉ ନ ଥିବାରୁ ବହୁ ପାଇଖାନାର ପାଇପ ମୁହଁ ଗୋବରୀ ନଦୀ ଓ କେନାଲକୁ ରହିଛି। ୨୦୧୬ରେ ପ୍ଲାଷ୍ଟିକ ବର୍ଜନ ପାଇଁ ପୌର ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଥିଲା। ତେବେ ପ୍ରଶାସନିକ ଅବହେଳା କାରଣରୁ କିଛିଦିନ ପରେ ଏନେଇ ଗୁରୁତ୍ୱ ରହିଲା ନାହିଁ। ଫଳରେ ବ୍ୟବସାୟ ଅନୁଷ୍ଠାନଠାରୁ ଆରମ୍ଭ କରି ଘରେ ପ୍ଲାଷ୍ଟିକ ଥଳିର ବ୍ୟବହାର ପୁନର୍ବାର ବଢ଼ିଯାଇଛି। ପରିବେଶବିତ୍‌ ସେକ୍‌ ଚାନ୍ଦ କହିଛନ୍ତି, ପ୍ଲାଷ୍ଟିକ ସାମଗ୍ରୀର ବହୁଳ ବ୍ୟବହାର ପରିବେଶ ପାଇଁ ବିପଦ ସୃଷ୍ଟି କରିଛି। କିଛି ବୁଲା ଗାଈଗୋରୁ ଓ କୁକୁର ଖାଦ୍ୟ ସାମଗ୍ରୀ ସହିତ ପ୍ଲାଷ୍ଟିକକୁ ଗିଳି ଦେଉଛନ୍ତି। ଏହି ପ୍ଲାଷ୍ଟିକ ଜୀବଜନ୍ତୁଙ୍କ ପାକସ୍ଥଳୀକୁ ଯାଇ ବିପଦ ସୃଷ୍ଟି କରୁଛି। ସେହିପରି ପ୍ଲାଷ୍ଟିକ ମାଟିରେ ମିଶି ପାରୁ ନ ଥିବାରୁ ବର୍ଷା ଜଳ ଭୂଗର୍ଭକୁ ଯାଇପାରୁନାହିଁ। ଫଳରେ ଭୂତଳ ଜଳସ୍ତର କମିବାରେ ଲାଗିଛି। ଆଗାମୀ ଦିନରେ ଏହା ସହରବାସୀଙ୍କ ପାଇଁ ବିପଦ ସୃଷ୍ଟି କରିବ। ଏସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ପ୍ରଫୁଲ କୁମାର ବିଶ୍ୱାଳ କହିଛନ୍ତି, ସହରର ପରିମଳ ବ୍ୟବସ୍ଥାକୁ ସୁଦୃଢ଼ୀକରଣ କରାଯାଇଛି। ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସହରର ପ୍ରତ୍ୟେକ ସ୍ଥାନରେ ଡଷ୍ଟବିନ ଯୋଗାଇ ଦିଆଯାଇଛି। ଏଥିସହ ବ୍ୟବସାୟୀ ଓ ସହରବାସୀଙ୍କ ମଧ୍ୟରେ ପ୍ଲାଷ୍ଟିକ ବ୍ୟବହାର ବନ୍ଦ ପାଇଁ ସଚେତନତା ସୃଷ୍ଟି କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri