Categories: ବାଣିଜ୍ୟ

ମାର୍ଚ୍ଚ ୨୩ରେ ସର୍କଲସ୍ତରୀୟ ଡାକ ଅଦାଲତ

ଭୁବନେଶ୍ୱର,୨।୩: ଭାରତୀୟ ଡାକର ଓଡ଼ିଶା ସର୍କଲ ପକ୍ଷରୁ ଚଳିତ ବର୍ଷ ମାର୍ଚ୍ଚ ୨୩ ତାରିଖ (ଗୁରୁବାର) ପୂର୍ବାହ୍ନ ୧୧ଘଟିକା ସମୟରେ ମୁଖ୍ୟ ମହାଡାକପାଳଙ୍କ କାର୍ଯ୍ୟାଳୟ ଭୁବନେଶ୍ୱରଠାରେ ୧୨୮ତମ ସର୍କଲସ୍ତରୀୟ ଡାକ ଅଦାଲତ ଅନୁଷ୍ଠିତ ହେବ। ଉକ୍ତ ଡାକ ଅଦାଲତ ତ୍ରୈମାସିକ ଭାବେ ଡିଭିଜନ ତଥା ସର୍କଲସ୍ତରରେ ପ୍ରତି ବର୍ଷ ମାର୍ଚ୍ଚ, ଜୁନ୍‌, ସେପ୍ଟେମ୍ବର ଓ ଡିସେମ୍ବରରେ ଆୟୋଜିତ ହୋଇଥାଏ। ଏପରିକି ଜନସାଧାରଣ ସେମାନଙ୍କର ଅଭିଯୋଗଗୁଡ଼ିକ ପ୍ରଥମେ ଡିଭିଜନସ୍ତରୀୟ ଡାକ ଅଦାଲତରେ ଉପସ୍ଥାପିତ କରିବେ। ଯଦି ସେଠାରୁ ସେମାନେ ସନ୍ତୋଷଜନକ ସମାଧାନ ପାଇବାରେ ଅସମର୍ଥ ହୁଅନ୍ତି,ତା’ହେଲେ ସମ୍ପୃକ୍ତ ଅଭିଯୋଗକାରୀ ସର୍କଲସ୍ତରୀୟ ଡାକ ଅଦାଲତରେ ସେମାନଙ୍କର ଅଭିଯୋଗଗୁଡ଼ିକ ଉପସ୍ଥାପିତ କରିପାରିବେ। ଏଥିପାଇଁ ଡାକଘର କାରବାର ସମ୍ବନ୍ଧୀୟ ଅଭିଯୋଗକୁ ୩କିତା କରିବା ସହ ସମ୍ପୃକ୍ତ ଡାକଘର ରସିଦ୍‌ ବା ପ୍ରମାଣପତ୍ର ଓ ଅଭିଯୋଗର ବିବରଣୀ ଏବଂ ଅଭିଯୋଗକାରୀଙ୍କ ନାମ ଆଉ ସମ୍ପୂର୍ଣ୍ଣ ଡାକ ଠିକଣା ସହ ସମ୍ପୃକ୍ତ ଡିଭିଜନର ଡାକଘର ସୁପରିଣ୍ଟେଣ୍ଡେଣ୍ଟ କିମ୍ବା ସହାୟକ ପୋଷ୍ଟ ମାଷ୍ଟର ଜେନେରାଲ (ଜନ ଅଭିଯୋଗ) ଚିଫ୍‌ ପୋଷ୍ଟମାଷ୍ଟର ଜେନେରାଲଙ୍କ କାର୍ଯ୍ୟାଳୟ ଓଡ଼ିଶା ସର୍କଲ ଭୁବନେଶ୍ବର-୭୫୧୦୦୧ ଠିକଣାରେ ୨୦୨୩ ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ପହଞ୍ଚତ୍ବା ଆବଶ୍ୟକ ବୋଲି କୁହାଯାଇଛି। ସେହିଭଳି ଡାକସେବା ଅସମ୍ବନ୍ଧିତ ଅଭିଯୋଗ ନ ପଠାଇବାକୁ ପରାମର୍ଶ ଦିଆଯାଉଛି। ଅପରପକ୍ଷରେ ଉପରୋକ୍ତ ସମୟ ସୀମା ପରେ ମିଳିଥିବା ଅଭିଯୋଗଗୁଡ଼ିକ ବିଚାରକୁ ନିଆଯିବ ନାହିଁ।

 

Share