Categories: ଜାତୀୟ

ଦେଢ଼ବର୍ଷ ପରେ କେରଳରେ ଖୋଲିବ ସିନେମା ହଲ୍‌

ଥିରୁଭାନନ୍ତପୁରମ୍‌,୨୩ା୯: କରୋନା ମହାମାରୀ ଯୋଗୁ କେରଳରେ ଦେଢ଼ ବର୍ଷରୁ ଅଧିକ ସମୟ ହେବ ସିନେମା ହଲ୍‌ ବନ୍ଦ ରହିଥିଲା। ସ୍କୁଲ ପରେ ଏବେ କେରଳ ସରକାର ଦକ୍ଷିଣ ରାଜ୍ୟରେ ସିନେମା ହଲ୍‌ ଖୋଲିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ହଲ୍‌ ବନ୍ଦ ଥିବାରୁ ଫିଲ୍ମ ଉଦ୍ୟୋଗ ପାଇଁ ଚିନ୍ତାର କାରଣ ପାଲଟିଥିଲା। କାରଣ ଅନେକ ଲୋକ ଏବଂ ତାଙ୍କ ପରିବାରର ଜୀବନଜୀବିକା ପ୍ରଭାବିତ ହୋଇଥିଲା। କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ସରକାର ଗତ ମାର୍ଚ୍ଚ ମାସରୁ ସ୍କୁଲ ବନ୍ଦ କରିଥିବାବେଳେ ନଭେମ୍ବରରେ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଗତ ସପ୍ତାହରେ ଏକ ବୈଠକ ବସିଥିଲା। ଯେଉଁଥିରେ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏବେ ସରକାର ରାଜ୍ୟରେ ସିନେମା ହଲ୍‌ ବି ଖୋଲିବାକୁ ଯାଉଛନ୍ତି।

ଯେତେବେଳେ ସବୁ ରାଜ୍ୟରେ କରୋନା ମାମଲା ଖସୁଥିବା ବେଳେ କେରଳରେ ଏହା ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିଲା। ଏପରିକି ପ୍ରତିଦିନ ୨୦୦୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ। କେରଳର ମୃତ୍ୟୁସଂଖ୍ୟା ମଧ୍ୟ ଚିନ୍ତାଜନକ ଥିଲା। ଏବେ ପୂର୍ବ ସ୍ଥିତିଠାରୁ କରୋନା ଗ୍ରାଫ୍‌ ଖସିଛି। ତେଣୁ ସିନେମା ହଲ୍‌ ଖୋଲିବା ପାଇଁ ପ୍ରସ୍ତୁତି ଚାଲିଛି।

Share