ଡାଲମିଆ ଭାରତକୁ ସିଆଇଆଇ-ଆଇଟିସି ସଷ୍ଟେନେବିଲିଟି ଆୱାର୍ଡ

ଭୁବନେଶ୍ୱର,୧୨।୫: ଦେଶର ପ୍ରମୁଖ ସିମେଣ୍ଟ କମ୍ପାନୀ ଡାଲମିଆ ଭାରତକୁ ନିକଟରେ ଆଉ ଏକ ଜାତୀୟ ସ୍ତରର ପୁରସ୍କାର ମିଳିଛି। ବିଶେଷକରି କମ୍ପାନୀର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ(ସିଏସ୍‌ଆର୍‌) କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସମ୍ମାନଜନକ ସିଆଇଆଇ-ଆଇଟିସି ସଷ୍ଟେନେବିଲିଟି ଆୱାଡର୍‌ସ-୨୦୨୨ ପ୍ରଦାନ କରାଯାଇଛି। ଏହି ସ୍ବୀକୃତି ଜନସମୁଦାୟଙ୍କ କଲ୍ୟାଣ ଏବଂ ସିମେଣ୍ଟ ଉପତ୍ାଦନ କ୍ଷେତ୍ରରେ ନିରନ୍ତର ଶ୍ରେଷ୍ଠ କାର୍ଯ୍ୟାଭ୍ୟାସ ନିମନ୍ତେ ମଜଭୁତ ଏବଂ ଆନ୍ତରିକ ପ୍ରୟାସ ସମ୍ପର୍କରେ ଉଲ୍ଲେଖ କରୁଛି। ସେହିଭଳି କମ୍ପାନୀଗୁଡ଼ିକର କାର୍ଯ୍ୟକାରିତା ଏବଂ ଗୋଷ୍ଠୀ ପ୍ରୟାସ ସମୂହରେ ନିରନ୍ତରତା ଏବଂ ସମାବେଶୀ ପ୍ରଚେଷ୍ଟା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରୁଥିବା କମ୍ପାନୀଗୁଡ଼ିକୁ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଏବଂ ଆଇଟିସି ଲିମିଟେଡ୍‌ ପକ୍ଷରୁ ‘ସିଆଇଆଇ-ଆଇଟିସି ସଷ୍ଟେନେବିଲିଟି ଆୱାଡର୍‌ସ’ ପ୍ରଦାନ କରାଯାଉଛି। ଉଲ୍ଲେଖଯୋଗ୍ୟ, ଡାଲମିଆ ଗ୍ରୁପ୍‌ର ସିଏସ୍‌ଆର୍‌ ଶାଖା ଡାଲମିଆ ଭାରତ ଫାଉଣ୍ଡେଶନ (ଡିବିଏଫ୍‌) ର ବିବିଧ ସାମାଜିକ ଏବଂ ଜୀବିକା ଉପାର୍ଜନ ଯୋଜନାଗୁଡ଼ିକ ସହିତ ସୁସମ୍ପର୍କ ରହିଛି। ଏ ସମ୍ପର୍କରେ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ୍‌ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର ତଥା ଇଏସ୍‌ଜି ହେଡ୍‌ ଏବଂ ଚିଫ୍‌ ରିସ୍କ ଅଫିସର ଡ. ଅରବିନ୍ଦ ବୋଧନକର କହିଥିଲେ, ଚଳିତ ବର୍ଷ ପୁନର୍ବାର ସିଆଇଆଇ-ଆଇଟିସି ସଷ୍ଟେନେବିଲିଟି ଆୱାଡର୍‌ସ ଗ୍ରହଣ କରିବା ଆମ ପାଇଁ ଗୌରବର ବିଷୟ। ଏପରିକି ଏକ କର୍ପୋରେଟ ସଂସ୍ଥା ଭାବେ ଆମେ ବ୍ୟବସାୟ କରୁଥିବା ଅଞ୍ଚଳଗୁଡ଼ିକରେ ମଧ୍ୟ ଅର୍ଥନୈତିକ,ସାମାଜିକ ଏବଂ ପାରିପାର୍ଶ୍ୱକ ଲକ୍ଷ୍ୟ ସମୂହକୁ ଦ୍ରୁତତର ଅଭିବୃଦ୍ଧି କରାଇବା ନିମନ୍ତେ ପ୍ରତିବଦ୍ଧ ରହିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri