ମିଥ୍ୟା ସୂଚନା ଅଭିଯୋଗରେ ସିଆଇଏ. ଏଫବିଆଇର ୱେବସାଇଟ ବ୍ଲକ, ରୁଷିଆ ସେନାଙ୍କୁ ବଦନାମ କରିବାକୁ ଥିଲା ଯୋଜନା

ମସ୍କୋ,୨୮ ।୧: ମିଥ୍ୟା ଖବର ପ୍ରଚାର ଅଭିଯୋଗରେ ରୁଷିଆ ଆମେରିକାର ସରକାରୀ ଏଜେନ୍ସି ସିଆଇଏ ଓ ଏଫବିଆଇର ୱେବସାଇଟକୁ ବ୍ଲକ କରିଦେଇଛି । ରୁଷିଆର ସଂଚାର ନିୟାମକ ରୋସକୋମ୍ନାଡଜୋର ଶୁକ୍ରବାର ଏହି ସୂଚନା ଦେଇଛନ୍ତି । ଏକ ବୟାନରେ ସେ କହିଛନ୍ତି, ରୁଷିଆରେ ସାମାଜିକ-ରାଜନୈତିକ ସ୍ଥିତିକୁ ଅସ୍ଥିର କରିବା ପାଇଁ ଉଦ୍ଦିଷ୍ଟ ମିଥ୍ୟା ସାମଗ୍ରୀର ପ୍ରସାର ପାଇଁ ଏହା ଶତ୍ରୁ ଦେଶର ସରକାରୀ ଏଜେନ୍ସି ଗୁଡିକରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି । ଏଥିରେ ଆମେରିକାର ଦୁଇଟି ୱେବସାଇଟ ରହିଛନ୍ତି । ଉଭୟ ୱେବସାଇଟ ରୁଷିଆ ସେନାଙ୍କୁ ବଦନାମ କରିବାକୁ ଭୁଲ ସାମଗ୍ରୀ ଓ ସୂଚନା ପ୍ରକାଶିତ କରିଥିଲେ ।

Share