Posted inଫୁରସତ

ପର୍ଯ୍ୟଟନ ମାନଚିତ୍ରଠୁ ଦୂରରେ ‘ଚୁଡ଼ଙ୍ଗଗଡ଼’

କଳା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର ରାଜ୍ୟ ଓଡ଼ିଶା। ଏହି ମାଟି ତା’ର କୋଳରେ ଅନେକ ବୀରଙ୍କୁ ଜନ୍ମ ଦେଇଛି। ସେମାନଙ୍କ ପରାକ୍ରମ, ବୀରତ୍ୱ ଗାଥା ଏବେ ମୂକସାକ୍ଷୀ ପାଲଟିଛି। ମାତ୍ର ପ୍ରଶାସନ ଓ ପ୍ରତ୍ନତାତ୍ତ୍ୱିକ ବିଭାଗର ରକ୍ଷଣାବେକ୍ଷଣ ଅଭାବରୁ ବହୁ ଐତିହାସିକ ସ୍ଥାନ ମାଟିରେ ମିଶିଯାଉଛି। ଏହାର ଏକ ଉଦାହରଣ ହେଉଛି ‘ଚୁଡ଼ଙ୍ଗଗଡ଼’। ବିସ୍ତୀର୍ଣ୍ଣ ଜଙ୍ଗଲ ମଧ୍ୟରେ ଦୁର୍ଗଟି ନିର୍ମିତ ହୋଇଥିଲା। ପ୍ରାୟ ୧ହଜାର ଏକରରୁ ଊର୍ଦ୍ଧ୍ୱ ପରିମିତ ଏହି ଅଞ୍ଚଳରେ କେବେ ଗଙ୍ଗବଂଶର ରାଜା ଅନନ୍ତବର୍ମନ ଚୋଡ଼ଗଙ୍ଗଦେବ ନିଜର ଗଡ଼ କରିଥିଲେ। ଇଣ୍ଟରନେଟ୍‌ରୁ ଏହି ସ୍ଥାନ ବିଷୟରେ ପଢ଼ି ଏଠାକୁ ଦେଶ ତଥା ବିଦେଶରୁ ପର୍ଯ୍ୟଟକ ବୁଲି ଆସୁଛନ୍ତି। ମାତ୍ର ପର୍ଯ୍ୟଟନ ମାନଚିତ୍ରରୁ ଏହା ବହୁ ଦୂରରେ ରହିଛି। ୧୯୫୧ ମସିହାରୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ଏହାକୁ ନିଜ ଅଧୀନରେ ରଖିଥିଲେ ମଧ୍ୟ କୌଣସି ଉନ୍ନୟନମୂଳକ କାର୍ଯ୍ୟ ହୋଇ ପାରୁନାହିଁ। ଫଳରେ ଏହାର ଆଖପାଖରେ ଥିବା ଲୋକ ଏଠାରେ ନିଜର ଆଧିପତ୍ୟ ବିସ୍ତାର କରିବାରେ ଲାଗିଛନ୍ତି। ଆବଶ୍ୟକ ପ୍ରୋତ୍ସାହନ ମିଳିପାରିଲେ ଏହି ସ୍ଥାନରୁ ସୋମବଂଶ ଓ ଗଙ୍ଗବଂଶ ସମ୍ପର୍କରେ ଅନେକ କିିଛି ତଥ୍ୟ ମିଳିପାରିବ ବୋଲି ଆଶା କରାଯାଉଛି।
ଖୋର୍ଦ୍ଧା ଜିଲା ଅନ୍ତର୍ଗତ ଦାରୁଠେଙ୍ଗ ପଞ୍ଚାୟତରେ ରହିଛି ଐତିହାସିକ ଗ୍ରାମ ଚୁଡ଼ଙ୍ଗଗଡ଼। ନନ୍ଦନକାନନ ପ୍ରାଣୀ ଉଦ୍ୟାନଠାରୁ ପ୍ରାୟ ୫ କିଲୋମିଟର ଦୂରରେ ଅବସ୍ଥିତ ଏହି ଗ୍ରାମରେ ପ୍ରବେଶ ପାଇଁ ଲମ୍ବିଛି ମାଟି ରାସ୍ତାଟିଏ। ପ୍ରଥମେ ଜେନାମଣି ସାହି, ପରେ ନୁହାଜ ସାହି, ହାତୀଗାଧୁଆ ସାହି ଓ ଡ୍ରେନ୍‌ ସାହି ରହିଛି। ଏହି ସାହିଗୁଡ଼ିକ ରାଜାଙ୍କ ଦ୍ୱାରା ନିର୍ମିତ ପୋଖରୀ ଓ ମନ୍ଦିର ଠାକୁରାଣୀଙ୍କ ନାମକୁ ନେଇ ନାମିତ ହୋଇଛି। ଏଠାରେ ଏବେ ୧ ହଜାରରୁ ଊର୍ଦ୍ଧ୍ୱ ଆଦିବାସୀ ଲୋକ ବସବାସ କରୁଛନ୍ତି। ମୟୂରଭଞ୍ଜର ମୂଳ ବାସିନ୍ଦା ହୋଇଥିଲେ ହେଁ ୮୦ବର୍ଷରୁ ଅଧିକ ସମୟ ଧରି ଏଠାରେ ରହି ଆସୁଛନ୍ତି।
କିମ୍ବଦନ୍ତୀ କୁହେ…
ମାଦଳାପାଞ୍ଜି ଅନୁଯାୟୀ ଏହି ଗଡ଼କୁ କେଶରୀ ବଂଶ(ସୋମବଂଶୀ)ର ଅନ୍ୟତମ ରାଜା ଲଲାଟେନ୍ଦୁ କେଶରୀ ନିର୍ମାଣ କରାଇଥିଲେ। ସେହି ସମୟରେ ଏହି ଗଡ଼ର ନାମ ଥିଲା ‘ସାରଙ୍ଗଗଡ଼’। ଏହି ଗଡ଼ରେ ଏକାଧିକ ଜଳଉତ୍ସ ରହିଥିବାବେଳେ ସେଥିରେ ପଦ୍ମଫୁଲ ଫୁଟୁଥିଲା। ସଂସ୍କୃତରେ ପଦ୍ମକୁ ସାରଙ୍ଗ କୁହାଯାଉଥିବାରୁ ଏହି ଗଡ଼ର ନାମ ଥିଲା ସାରଙ୍ଗଗଡ଼। ରାଜା ବରାହ କେଶରୀଙ୍କ ଦ୍ୱାରା ଗଡ଼ର ପୁନରୁଦ୍ଧାର କରାଯାଇଥିଲା। ଶେଷ ସୋମବଂଶୀ ରାଜା କର୍ଣ୍ଣଦେବଙ୍କୁ ପରାସ୍ତ କରି ୧୧୧୦ ଖ୍ରୀଷ୍ଟାବ୍ଦରେ ଗଙ୍ଗବଂଶୀ ରାଜା ଅନନ୍ତବର୍ମନ ଚୋଡ଼ଗଙ୍ଗଦେବ ଏହାକୁ ଅକ୍ତିଆର କରିବାପରେ ଗଡ଼ର ନାମ ପରିବର୍ତ୍ତନ ହୋଇ ‘ଚୁଡ଼ଙ୍ଗଗଡ଼’ ହୋଇଥିଲା। ଏଠାରେ ରାଜାଙ୍କର ହାତୀଗାଧୁଆ ପୋଖରୀ, ରାଣୀଗାଧୁଆ ପୋଖରୀ, ରାଜାଗାଧୁଆ ବା ବଡ଼ପୋଖରୀ, କ୍ଷୀରଗାଡ଼ିଆ,ପଦ୍ମପୋଖରୀ,ଚୁଡ଼ଙ୍ଗ ଝିଲ, ଛେଦାଗାଡ଼ିଆ ଭଳି ଅନେକ ପୋଖରୀ ରହିଛି। ସେଥିମଧ୍ୟରୁ କେତେକ ଜରାଜୀର୍ଣ୍ଣ ଅବସ୍ଥାରେ ଥିବାବେଳେ ଆଉ କେତେକ ସମୟକ୍ରମେ ପୋତି ହୋଇଗଲାଣି। ପୁଣି ଏଠାରେ ରାଣୀଙ୍କ ପାଇଁ ନିର୍ମିତ ‘ଷୋଳ ଉଆସ’ର କିଛି ଭଗ୍ନାବଶେଷ ରହିଛି। ଏହିଗଡ଼ର ଅନ୍ୟତମ ବିଶେଷତ୍ୱ ଏଠାରେ ଥିବା ଏକ ବଡ଼ ଜଳଉତ୍ସ। ଏଠାରୁ ବାହାରକୁ ଜଳ ପ୍ରବାହିତ ହେଉଥିଲା। ଗଡ଼କୁ ଯିବା ବାଟରେ ରହିଛନ୍ତି ଇଷ୍ଟଦେବୀ ସାରଙ୍ଗୀ ଠାକୁରାଣୀ। ତେନ୍ତୁଳି ଗଛ ମୂଳରେ ଏକ ଅସ୍ଥାୟୀ ମନ୍ଦିରରେ ପୂଜା ପାଉଛନ୍ତି ଦେବୀ। ବାଲିଆ ପଥରରେ ନିର୍ମିତ ଏହି ମୂର୍ତ୍ତିକୁ ରାଜା ନିଜେ ପ୍ରତିଷ୍ଠା କରିଥିବା କୁହାଯାଉଛି। ଏଠାରେ ଅନ୍ନପୂର୍ଣ୍ଣା ବେହେରା ନାମ୍ନୀ ଜଣେ ମହିଳା ଦୀର୍ଘ ୪୦ ବର୍ଷ ଧରି ପୂଜା କରି ଆସୁଛନ୍ତି। ପ୍ରତିବର୍ଷ ଦୁର୍ଗାପୂଜାରେ ଏଠାରେ ମା’ଙ୍କର ୧୦୮ପୂଜା ଅନୁଷ୍ଠିତ ହୁଏ। ସାରଙ୍ଗୀ ଦେବୀଙ୍କ ବ୍ୟତୀତ ମା’ ବାଟ ଭୁଆସୁଣୀ, ଜେମାମଣୀ, କନକଦୁର୍ଗା ଭଳି ବହୁ ଦେବୀ ମନ୍ଦିର ଗଡ଼ରେ ରହିଛି। ତେବେ କାଳକ୍ରମେ ରକ୍ଷଣାବେକ୍ଷଣ ଅଭାବରୁ ସେଥି ମଧ୍ୟରୁ ଅଧିକାଂଶ ମନ୍ଦିର ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି।
କଳାପାହାଡ଼ ଆକ୍ରମଣରୁ ଚୁଡ଼ଙ୍ଗଗଡ଼ ମଧ୍ୟ ବାଦ ପଡ଼ି ନ ଥିଲା। ଆକ୍ରମଣରୁ ବର୍ତ୍ତିବା ପାଇଁ ରାଜା ଏବଂ ତାଙ୍କ ପରିବାରବର୍ଗ ଗଡ଼ ମଧ୍ୟରେ ଥିବା ସୁଡ଼ଙ୍ଗ ଦେଇ ପଳାୟନ କରିଥିଲେ। ଏବେ ମଧ୍ୟ ସେଠାରେ କେତେକ ସୁଡ଼ଙ୍ଗ ରହିଛି। ଯାହାକୁ ପ୍ରତ୍ନତାତ୍ତ୍ୱିକ ବିଭାଗ ପକ୍ଷରୁ ଖନନ କଲେ ଜଣାପଡ଼ିବ ବୋଲି କୁହାଯାଉଛି। ଏହା ବ୍ୟତୀତ ରାଜାଙ୍କ ଦ୍ୱାରା ନିର୍ମିତ ‘ରାଣୀଗାଧୁଆ ପୋଖରୀ’କୁ ନେଇ ମଧ୍ୟ ଲୋକକଥା ରହିଛି। କୌଣସି ଅଭାବୀ ଲୋକ ନିଜ ଝିଅ, ଭଉଣୀ କିମ୍ବା ପରିଜନଙ୍କ ବିବାହ ପାଇଁ ସୁନା ଅଳଙ୍କାର ଆବଶ୍ୟକ କରୁଥିଲେ ଏହି ପୋଖରୀ ସେମାନଙ୍କୁ ଅଳଙ୍କାର ପ୍ରଦାନ କରୁଥିଲା।
ରାଜା ନିଜ ଗଡ଼କୁ ସୁରକ୍ଷିତ ରଖିବା ପାଇଁ ଖୁବ୍‌ ମଜଭୁତ୍‌ ଏବଂ ବିରାଟ ପାଚେରି ନିର୍ମାଣ କରିଥିଲେ। ଏହି ସମସ୍ତ ପାଚେରି ମାଙ୍କଡା ପଥରରେ ନିର୍ମିତ ହୋଇଥିଲା। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ଏଠାରେ ରହିଥିବା ଅସଂଖ୍ୟ ପ୍ରାଚୀର ଏବେ ମାଟିରେ ମିଶିବାକୁ ବସିଲାଣି। ସେହିପରି ରାଜାଙ୍କ ନଅରର ଭଗ୍ନାବଶେଷ ଥିବା ସ୍ଥାନଗୁଡ଼ିକରେ ଏବେ ଜଙ୍ଗଲ ସୃଷ୍ଟି ହୋଇ ସାରିଲାଣି।
ଏମାନେ କୁହନ୍ତି…
ୟୁନାଇଟେଡ୍‌ ପ୍ଲାନ ଆବଶ୍ୟକ
ସରକାର କେବଳ ବଡ଼ ବଡ଼ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ବିକାଶ କଲେ ହେବ ନାହିଁ। ଆମ ରାଜ୍ୟରେ ଯେଉଁ ଛୋଟ ଛୋଟ ଐତିହାସିକ ସ୍ଥାନ ରହିଛି ତା’ ଉପରେ ମଧ୍ୟ ଦୃଷ୍ଟି ଦେବା ଦରକାର। ନଚେତ୍‌ ଚୁଡ଼ଙ୍ଗଗଡ଼, ବାଲେଶ୍ୱରର ‘ରାଇବଣିଆ ଦୁର୍ଗ’ ଭଳି ଐତିହାସିକ ସ୍ଥାନ ଗୁଡ଼ିକ ଲୋପ ପାଇଯିବ। ସମସ୍ତ ଐତିହାସିକ ସ୍ଥଳୀକୁ ସଂରକ୍ଷିତ ରଖିବା ପାଇଁ ଏକ ୟୁନାଇଟେଡ୍‌ ପ୍ଲାନର ଆବଶ୍ୟକତା ରହିଛି।
– ପ୍ରଫେସର ନୀହାର ରଞ୍ଜନ ପଟ୍ଟନାୟକ, ଐତିହାସିକ
ଜଙ୍ଗଲ ବିଭାଗ ପାଇଁ କାମ ହୋଇପାରୁନି
ଚୁଡ଼ଙ୍ଗଗଡ଼ ରିଜର୍ଭ ଫରେଷ୍ଟ ଭିତରେ ଆସୁଛି। ତେଣୁ କୌଣସି କାମ କରିବା ପୂର୍ବରୁ ଆମକୁ ଜଙ୍ଗଲ ବିଭାଗର ଅନୁମତି ନେବାକୁ ପଡୁଛି। ଗଡ଼ର ସୁରକ୍ଷା ପାଇଁ ପାଚେରି କରିବାକୁ ଚେଷ୍ଟା କରିଥିଲୁ। ମାତ୍ର ଜଙ୍ଗଲ ବିଭାଗ ଅନୁମତି ଦେଇ ନ ଥିଲା। ଜଙ୍ଗଲ ବିଭାଗ ଓ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗର ଅଲଗା ଅଲଗା ନିୟମ ରହିଛି। ତେବେ ଏହି ଗଡ଼ର ପୁନରୁଦ୍ଧାର ପାଇଁ ଆମକୁ ମିଳିତ ଭାବେ କାମ କରିବାକୁ ପଡ଼ିବ। ନିଶ୍ଚିତ ଭାବେ ଏହା ଏକ ସୁନ୍ଦର ସ୍ଥାନ। କାମ ହେଲେ ଗଡ଼ ଭିତରକୁ ଯିବାକୁ ରାସ୍ତା ହେବ, ସୁରକ୍ଷିତ ବାଡ଼ ତିଆରି ହେବ, ବୋଟିଂର ବ୍ୟବସ୍ଥା ହୋଇପାରିବ, ସଂରକ୍ଷଣ ହୋଇପାରିଲେ ନିଶ୍ଚିତ ଭାବେ ଏହା ସୁନ୍ଦର ପର୍ଯ୍ୟଟନସ୍ଥଳୀ ହୋଇପାରିବ।
– ଅରୁଣ ମଲ୍ଲିକ, ସୁପରିଣ୍ଟେଣ୍ଡେଣ୍ଟ ଆର୍କୋଲୋଜିଷ୍ଟ, ଏଏସ୍‌ଆଇ, ଭୁବନେଶ୍ୱର ସର୍କଲ
ଅଭୟାରଣ୍ୟ ବାହାରେ ସଂରକ୍ଷଣ କରି ପାରିବ
ଏଏସ୍‌ଆଇ ଅଭୟାରଣ୍ୟ ବାହାରେ ପାଚେରୀ କରିଛି। ଭିତର ପାଖରେ ପାଚେରୀ କରିବା ପାଇଁ ଚଳିତ ବର୍ଷ ଫେବୃୟାରୀ ମାସରେ ନନ୍ଦନକାନନ, ଚନ୍ଦକା ଡିଭିଜନ ଓ ଆଇଏସ୍‌ଆଇ ମିଶିକି ଜଏଣ୍ଟ ଭେରିଫିକେସନ୍‌ ହୋଇଥିଲା। ଏଏସଆଇ ଯେଉଁଠାରେ ପାଚେରୀ କରିବା ପାଇଁ ଚାହୁଁଛନ୍ତି ତାହା ଆମ ଅଭୟାରଣ୍ୟ ପାଖ ଦେଇ ଯାଉଛି। ଏହାଦ୍ୱାରା ଅଭୟାରଣ୍ୟ ଦୁଇଭାଗ ହୋଇଯିବ। ଫଳରେ ବନ୍ୟଜନ୍ତୁଙ୍କ ଯିବା ଆସିବା କରିବାରେ ଅସୁବିଧା ହେବ। ଏହାର ରିପୋର୍ଟ ନ୍ୟାସନାଲ୍‌ ବୋର୍ଡ ଅଫ୍‌ ଓ୍ବାଇଲ୍ଡ ଲାଇଫ୍‌କୁ ଦିଆଯାଇଛି। ଯେହେତୁ ବନ୍ୟଜନ୍ତୁଙ୍କ ପାଇଁ ସମସ୍ୟା ହେବ ତେଣୁ ଏହି ଯୋଜନା କାର୍ଯ୍ୟକାରୀ ହୋଇ ପାରିବ ନାହିଁ। ଏଏସ୍‌ଆଇ ଚାହିଁଲେ ଅଭୟାରଣ୍ୟ ବାହାରେ ଗଡ଼ର ସଂରକ୍ଷଣ କରି ପାରିବ।
– ହିମାଂଶୁ ଶେଖର ମହାନ୍ତି, ଆସିଷ୍ଟାଣ୍ଟ କଞ୍ଜରଭେଟର ଅଫ୍‌ ଫରେଷ୍ଟ
– ଉପସ୍ଥାପନା: ବନ୍ଦନା ସେଠୀ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଏହି ଯୋଜନାରେ ଚାଷୀଙ୍କୁ ମିଳିବ ୩ ହଜାର ଟଙ୍କା ପେନସନ: କେବଳ କରିବାକୁ ପଡ଼ିବ ଏହି ଗୋଟିଏ କାମ

ନୂଆଦିଲ୍ଲୀ,୭।୪: ସାରା ଦେଶରେ ଚାଷୀମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ପାଇଁ, କେନ୍ଦ୍ର ଏବଂ ରାଜ୍ୟ ସରକାର ସେମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ ବିଭିନ୍ନ…

ସ୍ବର୍ଗତ ତବଲା ବାଦକ ଲକ୍ଷ୍ମଣଙ୍କ ପରିବାରକୁ ଭେଟିଲେ ବିଧାୟକ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଶିଷ୍ଟ ତବଲା ବାଦକ ସ୍ବର୍ଗତ ଲକ୍ଷଣ କୁମାର ତରାଇଙ୍କ ପରିବାରଙ୍କୁ ଭେଟିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ…

ଯାଜପୁରରେ ଯୁବକଙ୍କୁ ଗୁଳିମାଡ଼, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ଯାଜପୁର ସଦର,୭।୪(ସମର ବିଜୟ ଶରଣ ): ଯାଜପୁର ଥାନା ଅନ୍ତର୍ଗତ କାଳୀମେଘା ନିକଟର ଫୁଟିଲା ଗୁଳି । ଏହି ଗୁଳିକାଣ୍ଡରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।…

ପ୍ରମିଳାଙ୍କ ଘରେ ହଠାତ୍‌ ପହଞ୍ଚିଲେ ଯାଜପୁର ନେତା, ଉପସ୍ଥିତ ଅଛନ୍ତି ଏମାନେ ସବୁ…

ଭୁବନେଶ୍ୱର,୭।୪: ପ୍ରମିଳାଙ୍କ ସରକାରୀ ବାସଭବନରେ ଯାଜପୁର ନେତାଙ୍କ ମେଳିକୁ ନେଇ ରାଜନୀତିରେ ହଇଚଇ। ଭଦ୍ରକ ମଣ୍ଡଳ ଦମ୍ପତିଙ୍କୁ ସସପେଣ୍ଡ ପରେ ଯାଜପୁର ସଂଗଠନକୁ ନେଇ ବୈଠକ ଚାଲିଥିବା…

ଏମିତି ଖେଳ ଖେଳିଲା ଇରାନ, ପବନରେ ଉଡ଼ିଯିବ ଟ୍ରମ୍ପଙ୍କ ମଙ୍ଗଳବାର ବାଲା ଧମକ

ତେହରାନ,୭।୪: ସମ୍ଭାବ୍ୟ ଆମେରିକୀୟ ଆକ୍ରମଣ ବିରୁଦ୍ଧରେ ଇରାନ ତାର ଶକ୍ତି କେନ୍ଦ୍ରଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଏକ ନୂତନ ରଣନୀତି ପ୍ରସ୍ତୁତ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି : ୫ କିଲୋଗ୍ରାମ ସିଲିଣ୍ଡରର ଯୋଗାଣକୁ କଲେ ଦ୍ୱିଗୁଣିତ

ନୂଆଦିଲ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି। ଏହାର ପ୍ରଭାବ ଏସୀୟ ଦେଶଗୁଡ଼ିକରେ ଏଲପିଜି ଏବଂ ପେଟ୍ରୋଲ-ଡିଜେଲର ଯୋଗାଣ ଉପରେ ଦେଖାଯାଉଛି। ତଥାପି,…

ଗୋ’ ମାଫିଆଙ୍କ ଘରେ ରେଡ୍‌: ମିଳିଲା ପୁଳାପୁଳା ଟଙ୍କା-ସୁନା, ମାରଣାସ୍ତ୍ର

ଭଦ୍ରକ, ୭।୪(ସନାତନ ରାଉତ): ପୂର୍ବାଞ୍ଚଳ ଡିଆଇଜିଙ୍କ ନିଦ୍ଦେର୍ର୍ଶକ୍ରମେ ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜ ଜିଲାରେ ପୋଲିସ ପକ୍ଷରୁ ଗୋ’ ମାଫିଆଙ୍କ ଘରେ ରେଡ କରାଯାଇଛି l ଭଦ୍ରକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri