Posted inଫୁରସତ

ପର୍ଯ୍ୟଟନ ମାନଚିତ୍ରଠୁ ଦୂରରେ ‘ଚୁଡ଼ଙ୍ଗଗଡ଼’

କଳା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର ରାଜ୍ୟ ଓଡ଼ିଶା। ଏହି ମାଟି ତା’ର କୋଳରେ ଅନେକ ବୀରଙ୍କୁ ଜନ୍ମ ଦେଇଛି। ସେମାନଙ୍କ ପରାକ୍ରମ, ବୀରତ୍ୱ ଗାଥା ଏବେ ମୂକସାକ୍ଷୀ ପାଲଟିଛି। ମାତ୍ର ପ୍ରଶାସନ ଓ ପ୍ରତ୍ନତାତ୍ତ୍ୱିକ ବିଭାଗର ରକ୍ଷଣାବେକ୍ଷଣ ଅଭାବରୁ ବହୁ ଐତିହାସିକ ସ୍ଥାନ ମାଟିରେ ମିଶିଯାଉଛି। ଏହାର ଏକ ଉଦାହରଣ ହେଉଛି ‘ଚୁଡ଼ଙ୍ଗଗଡ଼’। ବିସ୍ତୀର୍ଣ୍ଣ ଜଙ୍ଗଲ ମଧ୍ୟରେ ଦୁର୍ଗଟି ନିର୍ମିତ ହୋଇଥିଲା। ପ୍ରାୟ ୧ହଜାର ଏକରରୁ ଊର୍ଦ୍ଧ୍ୱ ପରିମିତ ଏହି ଅଞ୍ଚଳରେ କେବେ ଗଙ୍ଗବଂଶର ରାଜା ଅନନ୍ତବର୍ମନ ଚୋଡ଼ଗଙ୍ଗଦେବ ନିଜର ଗଡ଼ କରିଥିଲେ। ଇଣ୍ଟରନେଟ୍‌ରୁ ଏହି ସ୍ଥାନ ବିଷୟରେ ପଢ଼ି ଏଠାକୁ ଦେଶ ତଥା ବିଦେଶରୁ ପର୍ଯ୍ୟଟକ ବୁଲି ଆସୁଛନ୍ତି। ମାତ୍ର ପର୍ଯ୍ୟଟନ ମାନଚିତ୍ରରୁ ଏହା ବହୁ ଦୂରରେ ରହିଛି। ୧୯୫୧ ମସିହାରୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ଏହାକୁ ନିଜ ଅଧୀନରେ ରଖିଥିଲେ ମଧ୍ୟ କୌଣସି ଉନ୍ନୟନମୂଳକ କାର୍ଯ୍ୟ ହୋଇ ପାରୁନାହିଁ। ଫଳରେ ଏହାର ଆଖପାଖରେ ଥିବା ଲୋକ ଏଠାରେ ନିଜର ଆଧିପତ୍ୟ ବିସ୍ତାର କରିବାରେ ଲାଗିଛନ୍ତି। ଆବଶ୍ୟକ ପ୍ରୋତ୍ସାହନ ମିଳିପାରିଲେ ଏହି ସ୍ଥାନରୁ ସୋମବଂଶ ଓ ଗଙ୍ଗବଂଶ ସମ୍ପର୍କରେ ଅନେକ କିିଛି ତଥ୍ୟ ମିଳିପାରିବ ବୋଲି ଆଶା କରାଯାଉଛି।
ଖୋର୍ଦ୍ଧା ଜିଲା ଅନ୍ତର୍ଗତ ଦାରୁଠେଙ୍ଗ ପଞ୍ଚାୟତରେ ରହିଛି ଐତିହାସିକ ଗ୍ରାମ ଚୁଡ଼ଙ୍ଗଗଡ଼। ନନ୍ଦନକାନନ ପ୍ରାଣୀ ଉଦ୍ୟାନଠାରୁ ପ୍ରାୟ ୫ କିଲୋମିଟର ଦୂରରେ ଅବସ୍ଥିତ ଏହି ଗ୍ରାମରେ ପ୍ରବେଶ ପାଇଁ ଲମ୍ବିଛି ମାଟି ରାସ୍ତାଟିଏ। ପ୍ରଥମେ ଜେନାମଣି ସାହି, ପରେ ନୁହାଜ ସାହି, ହାତୀଗାଧୁଆ ସାହି ଓ ଡ୍ରେନ୍‌ ସାହି ରହିଛି। ଏହି ସାହିଗୁଡ଼ିକ ରାଜାଙ୍କ ଦ୍ୱାରା ନିର୍ମିତ ପୋଖରୀ ଓ ମନ୍ଦିର ଠାକୁରାଣୀଙ୍କ ନାମକୁ ନେଇ ନାମିତ ହୋଇଛି। ଏଠାରେ ଏବେ ୧ ହଜାରରୁ ଊର୍ଦ୍ଧ୍ୱ ଆଦିବାସୀ ଲୋକ ବସବାସ କରୁଛନ୍ତି। ମୟୂରଭଞ୍ଜର ମୂଳ ବାସିନ୍ଦା ହୋଇଥିଲେ ହେଁ ୮୦ବର୍ଷରୁ ଅଧିକ ସମୟ ଧରି ଏଠାରେ ରହି ଆସୁଛନ୍ତି।
କିମ୍ବଦନ୍ତୀ କୁହେ…
ମାଦଳାପାଞ୍ଜି ଅନୁଯାୟୀ ଏହି ଗଡ଼କୁ କେଶରୀ ବଂଶ(ସୋମବଂଶୀ)ର ଅନ୍ୟତମ ରାଜା ଲଲାଟେନ୍ଦୁ କେଶରୀ ନିର୍ମାଣ କରାଇଥିଲେ। ସେହି ସମୟରେ ଏହି ଗଡ଼ର ନାମ ଥିଲା ‘ସାରଙ୍ଗଗଡ଼’। ଏହି ଗଡ଼ରେ ଏକାଧିକ ଜଳଉତ୍ସ ରହିଥିବାବେଳେ ସେଥିରେ ପଦ୍ମଫୁଲ ଫୁଟୁଥିଲା। ସଂସ୍କୃତରେ ପଦ୍ମକୁ ସାରଙ୍ଗ କୁହାଯାଉଥିବାରୁ ଏହି ଗଡ଼ର ନାମ ଥିଲା ସାରଙ୍ଗଗଡ଼। ରାଜା ବରାହ କେଶରୀଙ୍କ ଦ୍ୱାରା ଗଡ଼ର ପୁନରୁଦ୍ଧାର କରାଯାଇଥିଲା। ଶେଷ ସୋମବଂଶୀ ରାଜା କର୍ଣ୍ଣଦେବଙ୍କୁ ପରାସ୍ତ କରି ୧୧୧୦ ଖ୍ରୀଷ୍ଟାବ୍ଦରେ ଗଙ୍ଗବଂଶୀ ରାଜା ଅନନ୍ତବର୍ମନ ଚୋଡ଼ଗଙ୍ଗଦେବ ଏହାକୁ ଅକ୍ତିଆର କରିବାପରେ ଗଡ଼ର ନାମ ପରିବର୍ତ୍ତନ ହୋଇ ‘ଚୁଡ଼ଙ୍ଗଗଡ଼’ ହୋଇଥିଲା। ଏଠାରେ ରାଜାଙ୍କର ହାତୀଗାଧୁଆ ପୋଖରୀ, ରାଣୀଗାଧୁଆ ପୋଖରୀ, ରାଜାଗାଧୁଆ ବା ବଡ଼ପୋଖରୀ, କ୍ଷୀରଗାଡ଼ିଆ,ପଦ୍ମପୋଖରୀ,ଚୁଡ଼ଙ୍ଗ ଝିଲ, ଛେଦାଗାଡ଼ିଆ ଭଳି ଅନେକ ପୋଖରୀ ରହିଛି। ସେଥିମଧ୍ୟରୁ କେତେକ ଜରାଜୀର୍ଣ୍ଣ ଅବସ୍ଥାରେ ଥିବାବେଳେ ଆଉ କେତେକ ସମୟକ୍ରମେ ପୋତି ହୋଇଗଲାଣି। ପୁଣି ଏଠାରେ ରାଣୀଙ୍କ ପାଇଁ ନିର୍ମିତ ‘ଷୋଳ ଉଆସ’ର କିଛି ଭଗ୍ନାବଶେଷ ରହିଛି। ଏହିଗଡ଼ର ଅନ୍ୟତମ ବିଶେଷତ୍ୱ ଏଠାରେ ଥିବା ଏକ ବଡ଼ ଜଳଉତ୍ସ। ଏଠାରୁ ବାହାରକୁ ଜଳ ପ୍ରବାହିତ ହେଉଥିଲା। ଗଡ଼କୁ ଯିବା ବାଟରେ ରହିଛନ୍ତି ଇଷ୍ଟଦେବୀ ସାରଙ୍ଗୀ ଠାକୁରାଣୀ। ତେନ୍ତୁଳି ଗଛ ମୂଳରେ ଏକ ଅସ୍ଥାୟୀ ମନ୍ଦିରରେ ପୂଜା ପାଉଛନ୍ତି ଦେବୀ। ବାଲିଆ ପଥରରେ ନିର୍ମିତ ଏହି ମୂର୍ତ୍ତିକୁ ରାଜା ନିଜେ ପ୍ରତିଷ୍ଠା କରିଥିବା କୁହାଯାଉଛି। ଏଠାରେ ଅନ୍ନପୂର୍ଣ୍ଣା ବେହେରା ନାମ୍ନୀ ଜଣେ ମହିଳା ଦୀର୍ଘ ୪୦ ବର୍ଷ ଧରି ପୂଜା କରି ଆସୁଛନ୍ତି। ପ୍ରତିବର୍ଷ ଦୁର୍ଗାପୂଜାରେ ଏଠାରେ ମା’ଙ୍କର ୧୦୮ପୂଜା ଅନୁଷ୍ଠିତ ହୁଏ। ସାରଙ୍ଗୀ ଦେବୀଙ୍କ ବ୍ୟତୀତ ମା’ ବାଟ ଭୁଆସୁଣୀ, ଜେମାମଣୀ, କନକଦୁର୍ଗା ଭଳି ବହୁ ଦେବୀ ମନ୍ଦିର ଗଡ଼ରେ ରହିଛି। ତେବେ କାଳକ୍ରମେ ରକ୍ଷଣାବେକ୍ଷଣ ଅଭାବରୁ ସେଥି ମଧ୍ୟରୁ ଅଧିକାଂଶ ମନ୍ଦିର ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି।
କଳାପାହାଡ଼ ଆକ୍ରମଣରୁ ଚୁଡ଼ଙ୍ଗଗଡ଼ ମଧ୍ୟ ବାଦ ପଡ଼ି ନ ଥିଲା। ଆକ୍ରମଣରୁ ବର୍ତ୍ତିବା ପାଇଁ ରାଜା ଏବଂ ତାଙ୍କ ପରିବାରବର୍ଗ ଗଡ଼ ମଧ୍ୟରେ ଥିବା ସୁଡ଼ଙ୍ଗ ଦେଇ ପଳାୟନ କରିଥିଲେ। ଏବେ ମଧ୍ୟ ସେଠାରେ କେତେକ ସୁଡ଼ଙ୍ଗ ରହିଛି। ଯାହାକୁ ପ୍ରତ୍ନତାତ୍ତ୍ୱିକ ବିଭାଗ ପକ୍ଷରୁ ଖନନ କଲେ ଜଣାପଡ଼ିବ ବୋଲି କୁହାଯାଉଛି। ଏହା ବ୍ୟତୀତ ରାଜାଙ୍କ ଦ୍ୱାରା ନିର୍ମିତ ‘ରାଣୀଗାଧୁଆ ପୋଖରୀ’କୁ ନେଇ ମଧ୍ୟ ଲୋକକଥା ରହିଛି। କୌଣସି ଅଭାବୀ ଲୋକ ନିଜ ଝିଅ, ଭଉଣୀ କିମ୍ବା ପରିଜନଙ୍କ ବିବାହ ପାଇଁ ସୁନା ଅଳଙ୍କାର ଆବଶ୍ୟକ କରୁଥିଲେ ଏହି ପୋଖରୀ ସେମାନଙ୍କୁ ଅଳଙ୍କାର ପ୍ରଦାନ କରୁଥିଲା।
ରାଜା ନିଜ ଗଡ଼କୁ ସୁରକ୍ଷିତ ରଖିବା ପାଇଁ ଖୁବ୍‌ ମଜଭୁତ୍‌ ଏବଂ ବିରାଟ ପାଚେରି ନିର୍ମାଣ କରିଥିଲେ। ଏହି ସମସ୍ତ ପାଚେରି ମାଙ୍କଡା ପଥରରେ ନିର୍ମିତ ହୋଇଥିଲା। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ଏଠାରେ ରହିଥିବା ଅସଂଖ୍ୟ ପ୍ରାଚୀର ଏବେ ମାଟିରେ ମିଶିବାକୁ ବସିଲାଣି। ସେହିପରି ରାଜାଙ୍କ ନଅରର ଭଗ୍ନାବଶେଷ ଥିବା ସ୍ଥାନଗୁଡ଼ିକରେ ଏବେ ଜଙ୍ଗଲ ସୃଷ୍ଟି ହୋଇ ସାରିଲାଣି।
ଏମାନେ କୁହନ୍ତି…
ୟୁନାଇଟେଡ୍‌ ପ୍ଲାନ ଆବଶ୍ୟକ
ସରକାର କେବଳ ବଡ଼ ବଡ଼ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ବିକାଶ କଲେ ହେବ ନାହିଁ। ଆମ ରାଜ୍ୟରେ ଯେଉଁ ଛୋଟ ଛୋଟ ଐତିହାସିକ ସ୍ଥାନ ରହିଛି ତା’ ଉପରେ ମଧ୍ୟ ଦୃଷ୍ଟି ଦେବା ଦରକାର। ନଚେତ୍‌ ଚୁଡ଼ଙ୍ଗଗଡ଼, ବାଲେଶ୍ୱରର ‘ରାଇବଣିଆ ଦୁର୍ଗ’ ଭଳି ଐତିହାସିକ ସ୍ଥାନ ଗୁଡ଼ିକ ଲୋପ ପାଇଯିବ। ସମସ୍ତ ଐତିହାସିକ ସ୍ଥଳୀକୁ ସଂରକ୍ଷିତ ରଖିବା ପାଇଁ ଏକ ୟୁନାଇଟେଡ୍‌ ପ୍ଲାନର ଆବଶ୍ୟକତା ରହିଛି।
– ପ୍ରଫେସର ନୀହାର ରଞ୍ଜନ ପଟ୍ଟନାୟକ, ଐତିହାସିକ
ଜଙ୍ଗଲ ବିଭାଗ ପାଇଁ କାମ ହୋଇପାରୁନି
ଚୁଡ଼ଙ୍ଗଗଡ଼ ରିଜର୍ଭ ଫରେଷ୍ଟ ଭିତରେ ଆସୁଛି। ତେଣୁ କୌଣସି କାମ କରିବା ପୂର୍ବରୁ ଆମକୁ ଜଙ୍ଗଲ ବିଭାଗର ଅନୁମତି ନେବାକୁ ପଡୁଛି। ଗଡ଼ର ସୁରକ୍ଷା ପାଇଁ ପାଚେରି କରିବାକୁ ଚେଷ୍ଟା କରିଥିଲୁ। ମାତ୍ର ଜଙ୍ଗଲ ବିଭାଗ ଅନୁମତି ଦେଇ ନ ଥିଲା। ଜଙ୍ଗଲ ବିଭାଗ ଓ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗର ଅଲଗା ଅଲଗା ନିୟମ ରହିଛି। ତେବେ ଏହି ଗଡ଼ର ପୁନରୁଦ୍ଧାର ପାଇଁ ଆମକୁ ମିଳିତ ଭାବେ କାମ କରିବାକୁ ପଡ଼ିବ। ନିଶ୍ଚିତ ଭାବେ ଏହା ଏକ ସୁନ୍ଦର ସ୍ଥାନ। କାମ ହେଲେ ଗଡ଼ ଭିତରକୁ ଯିବାକୁ ରାସ୍ତା ହେବ, ସୁରକ୍ଷିତ ବାଡ଼ ତିଆରି ହେବ, ବୋଟିଂର ବ୍ୟବସ୍ଥା ହୋଇପାରିବ, ସଂରକ୍ଷଣ ହୋଇପାରିଲେ ନିଶ୍ଚିତ ଭାବେ ଏହା ସୁନ୍ଦର ପର୍ଯ୍ୟଟନସ୍ଥଳୀ ହୋଇପାରିବ।
– ଅରୁଣ ମଲ୍ଲିକ, ସୁପରିଣ୍ଟେଣ୍ଡେଣ୍ଟ ଆର୍କୋଲୋଜିଷ୍ଟ, ଏଏସ୍‌ଆଇ, ଭୁବନେଶ୍ୱର ସର୍କଲ
ଅଭୟାରଣ୍ୟ ବାହାରେ ସଂରକ୍ଷଣ କରି ପାରିବ
ଏଏସ୍‌ଆଇ ଅଭୟାରଣ୍ୟ ବାହାରେ ପାଚେରୀ କରିଛି। ଭିତର ପାଖରେ ପାଚେରୀ କରିବା ପାଇଁ ଚଳିତ ବର୍ଷ ଫେବୃୟାରୀ ମାସରେ ନନ୍ଦନକାନନ, ଚନ୍ଦକା ଡିଭିଜନ ଓ ଆଇଏସ୍‌ଆଇ ମିଶିକି ଜଏଣ୍ଟ ଭେରିଫିକେସନ୍‌ ହୋଇଥିଲା। ଏଏସଆଇ ଯେଉଁଠାରେ ପାଚେରୀ କରିବା ପାଇଁ ଚାହୁଁଛନ୍ତି ତାହା ଆମ ଅଭୟାରଣ୍ୟ ପାଖ ଦେଇ ଯାଉଛି। ଏହାଦ୍ୱାରା ଅଭୟାରଣ୍ୟ ଦୁଇଭାଗ ହୋଇଯିବ। ଫଳରେ ବନ୍ୟଜନ୍ତୁଙ୍କ ଯିବା ଆସିବା କରିବାରେ ଅସୁବିଧା ହେବ। ଏହାର ରିପୋର୍ଟ ନ୍ୟାସନାଲ୍‌ ବୋର୍ଡ ଅଫ୍‌ ଓ୍ବାଇଲ୍ଡ ଲାଇଫ୍‌କୁ ଦିଆଯାଇଛି। ଯେହେତୁ ବନ୍ୟଜନ୍ତୁଙ୍କ ପାଇଁ ସମସ୍ୟା ହେବ ତେଣୁ ଏହି ଯୋଜନା କାର୍ଯ୍ୟକାରୀ ହୋଇ ପାରିବ ନାହିଁ। ଏଏସ୍‌ଆଇ ଚାହିଁଲେ ଅଭୟାରଣ୍ୟ ବାହାରେ ଗଡ଼ର ସଂରକ୍ଷଣ କରି ପାରିବ।
– ହିମାଂଶୁ ଶେଖର ମହାନ୍ତି, ଆସିଷ୍ଟାଣ୍ଟ କଞ୍ଜରଭେଟର ଅଫ୍‌ ଫରେଷ୍ଟ
– ଉପସ୍ଥାପନା: ବନ୍ଦନା ସେଠୀ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିରରେ ବନମହୋତ୍ସବ ପାଳିତ : “ଗଛ ବଞ୍ଚିଲେ ଆମେ ବଞ୍ଚିବା”

ଗଞ୍ଜାମ, ୧୧।୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ପରିସରରେ ଶନିବାର ବନମହୋତ୍ସବ କାର୍ଯ୍ୟକ୍ରମ ଉତ୍ସାହର ସହ ପାଳନ କରାଯାଇଛି।…

ତାର ବାଡ଼ରେ ଫସିଯାଇଥିଲା ଭାଲୁ , ଉଦ୍ଧାର କଲା ବନ ବିଭାଗ

କେସିଙ୍ଗା, ୧୧।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କିନେରକେଲା ଗ୍ରାମରେ ଜଣେ ଚାଷୀଙ୍କ ତାର ବାଡ଼ରେ ଶନିବାର ସକାଳେ ଏକ ଭାଲୁ ଫସିଯାଇଥିବା…

ମଣିଷ ସୁରକ୍ଷାକୁ ଫୁ’: ଗୋଟିଏ କୂଅରେ ଖୋଲାରେ ଲାଗିଛି ୧୩ ପାଣି ପମ୍ପ୍‌, ଆଖି ପିଛୁଳାକେ ଘଟିପାରେ….

ଛତ୍ରପୁର,୧୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାହେବଜେନାପଲ୍ଲୀଠାରେ ଥିବା ଗୋଟିଏ କୂଅରୁ ପାଣି ଟାଣୁଛନ୍ତି ୧୩ଟି ପମ୍ପ। ସବୁଠାରୁ ବିପଦପୂର୍ଣ୍ଣ କଥା ହେଉଛି ସେହି ପମ୍ପଗୁଡ଼ିକ କୂଅର…

ଝାରସୁଗୁଡ଼ାରେ ଭାଜପାର ତୀବ୍ର ଗୋଷ୍ଠୀ କନ୍ଦଳ : ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଅଟକାଇଲେ କର୍ମୀ ମା’ ସମଲେଇ ଦର୍ଶନ ନକରି ଫେରିଲେ…

ଝାରସୁଗୁଡ଼ା, ୧୧।୭ (ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ଭାଜପାର ଗୋଷ୍ଠୀ କନ୍ଦଳ ଏବେ ଚରମ ସୀମାରେ ପହଞ୍ଚିଛି। ବିଶେଷକରି ଜିଲାର ଦୁଇ ପ୍ରମୁଖ ନେତା—ରାଜସ୍ୱ ଓ…

ଇରାନ ଯୁଦ୍ଧ ସମୟରେ ଭାରତୀୟ ନୌସେନା କରିଥିଲା ଶକ୍ତି ପ୍ରଦର୍ଶନ; ୧୮ଟି ଜାହାଜକୁ ସୁରକ୍ଷିତ ଭାରତକୁ ନେଇଆସିଥିଲା

ନୂଆଦିଲ୍ଲୀ,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର (୧୧ ଜୁଲାଇ) କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମୟରେ, ଭାରତୀୟ ନୌସେନା ପ୍ରାୟ ୯,୦୦୦ କୋଟି ଟଙ୍କାର ମାଲ…

ଗୁଡାରିରେ କଡ଼ାକଡ଼ି ଗାଡ଼ି ଯାଞ୍ଚ: ୭ ହଜାର ଟଙ୍କାର ଚାଲାଣ କାଟିଲା…

ଗୁଡାରି, ୧୧।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ପୋଲିସ ସୁପରିଣ୍ଟେଣ୍ଡେଣ୍ଟ (ଏସ୍‌ପି) ରାଜ ପ୍ରସାଦଙ୍କ ନିର୍ଦ୍ଦେଶକ୍ରମେ ଗୁଡାରି ଥାନା ଅଧିକାରିଣୀ ବିଶ୍ୱବନ୍ଦିନୀ ବାଗଙ୍କ ନେତୃତ୍ୱରେ ଶନିବାର…

ରାଜନୈତିକ ରାଲିରେ ସ୍କୁଲ ଛାତ୍ରୀଛାତ୍ରଙ୍କ ସାମିଲ: ୭ ଦିନ ମଧ୍ୟରେ ଜବାବ ତଲବ

ଝାରସୁଗୁଡ଼ା, ୧୧।୭ (ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ଆୟୋଜିତ ଏକ ରାଜନୈତିକ ପ୍ରତିବାଦ ସଭାରେ ସ୍କୁଲ ସମୟରେ ନାବାଳକ ଓ ନାବାଳିକା ଛାତ୍ରୀଛାତ୍ରଙ୍କୁ ସାମିଲ କରାଯାଇଥିବା…

ରାତିରେ ମହିଳାଙ୍କ ଘରେ ପ୍ରବେଶ କରୁଥିଲେଏଏସଆଇ: ଧରିପକାଇ ପିଟିଦେଇଗଲେ ଲୋକେ, ଭିଡିଓ ଭାଇରାଲ୍

ନୟାଗଡ, ୧୧।୭(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ରଣପୁର ଥାନା ଅଞ୍ଚଳରେ ଜଣେ ଏଏସଆଇଙ୍କୁ ଅଟକ ରଖି ମାଡ଼ ମରାଯିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri