ଯୁକ୍ତ୨ ପରୀକ୍ଷକ ତାଲିକା ପାଇଁ ଶିକ୍ଷକଙ୍କ ତଥ୍ୟ ମାଗିଲା ସିଏଚ୍‌ଏସ୍‌ଇ

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ):ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ବାର୍ଷିକ ପରୀକ୍ଷା ୨୦୨୩ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ପରୀକ୍ଷା ନିୟନ୍ତ୍ରକ ସବୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ/କମ୍ପୋଜିଟ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ପରୀକ୍ଷକ ତାଲିକା ପ୍ରସ୍ତୁତି ପାଇଁ ଯୋଗ୍ୟ ଶିକ୍ଷକଙ୍କ ତଥ୍ୟ ମାଗିଛନ୍ତି। ଆସନ୍ତା ୧୯ ତାରିଖରୁ ନଭେମ୍ବର ୭ ମଧ୍ୟରେ ଜୁନିଅର ଅଧ୍ୟାପକ/ପିଜିଟି ପାହ୍ୟା ଉପରକୁ ଥିବା ସମସ୍ତ ଯୋଗ୍ୟ ଶିକ୍ଷକଙ୍କ ତାଲିକା ସାମ୍ସ ପୋର୍ଟାଲରେ ଉପଲବ୍ଧ ଫର୍ମାଟରେ ଦେବା ପାଇଁ କୁହାଯାଇଛି। ଅସମ୍ପୂର୍ଣ୍ଣ/ଭୁଲ ତଥ୍ୟ ଦାଖଲ କରିଥିଲେ କିମ୍ବା ଆଦୌ ତଥ୍ୟ ପ୍ରଦାନ କରି ନ ଥିଲେ ସମ୍ପୃକ୍ତ କଲେଜ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ଜଣାଇ ଦିଆଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି।