Categories: ଜାତୀୟ

କ୍ରୋମ ୟୁଜରଙ୍କ ପାଇଁ ଚେତାବନୀ

ନୂଆଦିଲ୍ଲୀ,୮।୨: ଇଣ୍ଡିଆନ କମ୍ପ୍ୟୁଟର ଏମରଜେନ୍ସି ରେସପନ୍ସ ଟିମ୍‌ (ସିଇଆର୍‌ଟି-ଇନ) ପକ୍ଷରୁ କ୍ରୋମ ୟୁଜରଙ୍କୁ ଚେତାବନୀ ଦିଆଯାଇଛି। ଏହି ବ୍ରାଉଜରରେ ଅନେକ ସୁରକ୍ଷା ସମ୍ପର୍କୀତ ଦୁର୍ବଳତା ରହିଛି। ସିଇଆର୍‌ଟି-ଇନ୍‌ ହେଉଛି ଏକ ସରକାରୀ ସଂସ୍ଥା, ଯାହାକି ସାଇବର ସୁରକ୍ଷା ବିପଦର ସମାଧାନ କରେ। ଏଜେନ୍ସି ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ କ୍ରୋମ ସୁରକ୍ଷା ସମ୍ପର୍କୀତ ସମସ୍ୟାର ସମାଧାନ ମଧ୍ୟ ଉଲ୍ଲେଖ କରାଯାଇଛି।

ବିଶ୍ୱରେ ସର୍ବାଧିକ ବ୍ୟବହାର ହେଉଥିବା ବ୍ରାଉଜର ହେଉଛି କ୍ରୋମ। ଷ୍ଟାଟକାଉଣ୍ଟର ନାମକ ଏକ ଆନାଲିଟିକ୍ସ ଫାର୍ମ ପକ୍ଷରୁ ପ୍ରଦାନ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, କ୍ରୋମ ପାଖରେ ସର୍ବବୃହତ୍‌ ବ୍ରାଉଜର ମାର୍କେଟ ଅଛି। ଏହାର ଲୋକପ୍ରିୟତା ଯୋଗୁ ସାଇବର ଆକ୍ରମଣକାରୀ ଏହାକୁ ଟାର୍ଗେଟ କରିପାରନ୍ତି। ଯଦ୍ଦ୍ବାରା ସାଇବର ଆକ୍ରମଣକାରୀ ଥରକେ ଅନେକ ୟୁଜରଙ୍କ ମୋବାଇଲକୁ ଆକ୍ରମଣ କରିପାରିନ୍ତି।

“ରିଡର ମୋଡ୍‌, ଓ୍ବେବ ସର୍ଚ୍ଚ, ଥମ୍ବନେଲ ଟ୍ୟାବ୍‌ ଷ୍ଟ୍ରିପ୍‌, ସ୍କ୍ରିନ କ୍ୟାପଚର, ଓ୍ବିନଣ୍ଡୋ ଡାଇଲଗ, ପେମେଣ୍ଟ, ଏକ୍ସଟେନଶିପ୍ସ, ଆକ୍ସେସ୍‌ବିଲିଟି କାରଣରୁ ଗୁଗଲ କ୍ରୋମରେ ଅନେକ ଦୁର୍ବଳତା ଅଛି” ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। କିନ୍ତୁ ୟୁଜରଙ୍କୁ ଏଥି ଲାଗି ଚିନ୍ତିତ ହେବାର ଆବଶ୍ୟକତା ନାହିଁ। ଗୁଗଲ କ୍ରୋମର ଅପଡେଟ୍‌ ଭର୍ସନ ଆସିଯାଇଛି। କିନ୍ତୁ କ୍ରୋମର ପୂର୍ବ ଭର୍ସନ ୯୮.୦.୪୭୫୮.୮୦. ୟୁଜରଙ୍କ ଲାଗି ଏହା ଚେତାବନୀ।

Share