Posted inଫୁରସତ

ଖ୍ରୀଷ୍ଟମାସ ଡେଷ୍ଟିନେଶନ

* ଗୋଆ: ନିଜର ଉତ୍କୃଷ୍ଟ ସମୁଦ୍ରତଟ ତଥା ମଜା ମଜଲିସ୍‌ଭରା ନାଇଟ୍‌ ଲାଇଫ୍‌ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଗୋଆ ହେଉଛି ଆମ ଦେଶର ଏମିତି ଏକ ସ୍ଥାନ; ଯେଉଁଠାରେ ଖ୍ରୀଷ୍ଟମାସକୁ ବେଶ୍‌ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥାଏ। ଏଠାରେ ଥିବା ପ୍ରତ୍ୟେକଟି ଚର୍ଚ୍ଚ, ଘର ତଥା ରାସ୍ତାଘାଟକୁ ସୁନ୍ଦର ଆଲୋକମାଳାରେ ସଜ୍ଜିତ କରାଯିବା ସହ ଦିନସାରା ଏପରି କି ରାତିରେ ବି ବିଭିନ୍ନ ପ୍ରକାରର ସେଲିବ୍ରେଶନ୍‌ କରାଯାଇଥାଏ। ଏହି ସେଲିବ୍ରେଶନ୍‌ ଏତେ ଆକର୍ଷଣୀୟ ହୋଇଥାଏ ଯେ, ଯାହା କେବଳ ଭାରତୀୟ ପର୍ଯ୍ୟଟକଙ୍କୁ ନୁହେଁ ବିଦେଶୀ ପର୍ଯ୍ୟଟକଙ୍କୁ ବି ବେଶ୍‌ ଆକୃଷ୍ଟ କରିଥାଏ।
* ଶିଲଂ: ମେଘାଳୟର ଶିଲଂଠାରେ ବହୁ ସଂଖ୍ୟାରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ରହୁଥିବାରୁ ଏଠାରେ ମଧ୍ୟ ଖ୍ରୀଷ୍ଟମାସ ପର୍ବକୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ। ଏହି ଅବସରରେ ଏଠାକାର ସମସ୍ତ ଘର, ରାସ୍ତାଘାଟ, ଚର୍ଚ୍ଚ ଆଦିକୁ ଖୁବ୍‌ ସୁନ୍ଦର ଭାବେ ସଜ୍ଜାଯିବା ସହ ନାନାଦି ସୁସ୍ବାଦୁ ଭୋଜନର ଆୟୋଜନ କରାଯାଇଥାଏ। ତା’ସହିତ ସ୍ଥାନେ ସ୍ଥାନେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମର ଝଲକ ବି ଦେଖିବାକୁ ମିଳେ। ଖ୍ରୀଷ୍ଟମାସ ଛୁଟି କଟାଇବା ପାଇଁ ଏହା ଆଉ ଏକ ଅପ୍ସନ ହୋଇପାରେ।
* ପୁଡୁଚେରୀ: ଏହା ମଧ୍ୟ ଏକ ଲୋକପ୍ରିୟ ଖ୍ରୀଷ୍ଟମାସ ଡେଷ୍ଟିନେଶନ। ଏଠାରେ ଯେହେତୁ ବହୁ ସଂଖ୍ୟାରେ ଚର୍ଚ୍ଚ ଥିବାର ଦେଖିବାକୁ ମିଳେ, ତେଣୁ ଖ୍ରୀଷ୍ଟମାସ ଅବସରରେ ସେସବୁକୁ ଅତି ସୁନ୍ଦର ଭାବେ ସଜ୍ଜା ଯାଇଥାଏ; ଯାହା ଖୁବ୍‌ ଆକର୍ଷଣୀୟ ଲାଗିଥାଏ। ତା’ଛଡ଼ା କୋଳାହଳମୟ ପରିବେଶରୁ ଦୂରରେ ଥିବା ଏହି ସ୍ଥାନଟି ପରିବାର ସଙ୍ଗେ ଛୁଟି କଟାଇବା ପାଇଁ ଏକ ପରଫେକ୍ଟ ସ୍ଥାନ।
* କେରଳ: ବର୍ଷର ଯେକୌଣସି ସମୟରେ ବୁଲିଗଲା ଭଳି ଏକ ମନୋରମ ସ୍ଥାନ ହେଉଛି କେରଳ। କାରଣ ଏଠାରେ ରହିଛି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ; ଯାହା ଆଗନ୍ତୁକଙ୍କୁ ବେଶ୍‌ ଆକର୍ଷିତ କରିଥାଏ। ଏପରି କି ଖ୍ରୀଷ୍ଟମାସ ଅବସରରେ ବି ଏଠାକୁ ବୁଲିବାକୁଗଲେ ନିଆରା ଆନନ୍ଦ ମିଳିଥାଏ। ଏଠାରେ ଅନେକ ଚର୍ଚ୍ଚ ଅଛି। ତେଣୁ ଏହି ବିଶେଷ ଅବସରରେ ଉକ୍ତ ଚର୍ଚ୍ଚଗୁଡ଼ିକୁ ତଥା ରାସ୍ତାଘାଟ ଆଦିକୁ ସୁନ୍ଦର ଆଲୋକମାଳରେ ସଜ୍ଜାଯିବା ସହ ରାତିସାରା ସେଲିବ୍ରେଶନର ମଜା ନେଇଥାନ୍ତି ପର୍ଯ୍ୟଟକ।
* କୋଲକାତା: ଖ୍ରୀଷ୍ଟମାସ ଅବସରରେ କୋଲକାତାରେ ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ଲାଇଟ୍‌ ଆଣ୍ଡ ସାଉଣ୍ଡ ପ୍ରୋଗ୍ରାମ୍‌, ରକ୍‌ ବ୍ୟାଣ୍ଡ ଶୋ’ ତଥା ମଲ୍‌ଗୁଡ଼ିକରେ ଭଲ ଡିସ୍‌କାଉଣ୍ଟରେ କିଣାକିଣି କରିବାର ମଜା ନେବାକୁ ପର୍ଯ୍ୟଟକଙ୍କ ଭିତରେ ବେଶ୍‌ ଆଗ୍ରହ ଥିବା ଦେଖିବାକୁ ମିଳେ। ଖାସ୍‌ ସେଥିପାଇଁ ଏହି ବିଶେଷ ଦିବସ ଅବସରରେ ଦେଶର ବିଭିନ୍ନ ସ୍ଥାନରୁ ବହୁ ପର୍ଯ୍ୟଟକ ଏଠାକୁ ଛୁଟି କଟାଇବାକୁ ଆସିଥାନ୍ତି।
*ସିକ୍କିମ୍‌: ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ସିକ୍କିମ୍‌ର ପରିବେଶ ବେଶ୍‌ ସଫାସୁତୁରା ରହିଥାଏ। ବିଶେଷକରି ଶୀତଦିନେ ଏଠାରେ ଥରେ ତୁଷାରପାତ ହେବା ଆରମ୍ଭ କଲେ ଏହି ସ୍ଥାନଟି ସ୍ବର୍ଗ ପରି ପ୍ରତୀୟମାନ ହୋଇଥାଏ। ପାହାଡ଼ପ୍ରେମୀ ତଥା ଟ୍ରେକର୍ସପ୍ରେମୀଙ୍କ ପାଇଁ ଏହା ଏକ ବେଷ୍ଟ ଡେଷ୍ଟିନେଶନ। କେବଳ ସେତିକି ନୁହେଁ, ଖ୍ରୀଷ୍ଟମାସ ତଥା ନୂଆବର୍ଷର ଛୁଟି କଟାଇବା ପାଇଁ ଏହାଠୁ ବଳି ଭଲ ସ୍ଥାନ କ’ଣ ହୋଇପାରେ।
* ମନାଲି: ପ୍ରତିବର୍ଷ ଖ୍ରୀଷ୍ଟମାସ ଅବସରରେ ଏଠାରେ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କର ସମାଗମ ହୋଇଥାଏ। କାରଣ ଏହି ବିଶେଷ ଅବସରରେ ଏଠାରେ ସ୍କିଂ, ସ୍ନୋବୋର୍ଡିଂ, ବରଫର ଗୋଲା ସହ ଖେଳିବାର ମଜା ନେବା ସହିତ ବରଫରେ ଖ୍ରୀଷ୍ଟମାସ ଟ୍ରି ସଜାଇ ହ୍ବାଇଟ୍‌ ଖ୍ରୀଷ୍ଟମାସ ମନାଇବାରେ ଥାଏ ନିଆରା ଆନନ୍ଦ।
କେବଳ ଏହିସବୁ ସ୍ଥାନ ନୁହେଁ, ପର୍ଯ୍ୟଟକ ଚାହିଁଲେ ମୁମ୍ବାଇ, ବେଙ୍ଗାଲୁରୁ, ଚେନ୍ନାଇ, ଦାଦ୍ରା ଓ ନଗର ହାବେଳି ଆଦି ସ୍ଥାନକୁ ବୁଲିଯାଇ ମଧ୍ୟ ଖ୍ରୀଷ୍ଟମାସ ଛୁଟିର ଭରପୂର ମଜା ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା ଗ୍ୟାସ୍‌ ଦର: ଜାଣନ୍ତୁ କେତେ ହେଲା ସିଲିଣ୍ଡର

ନୂଆଦିଲ୍ଲୀ,୧।୪:କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି…

ଜନଗଣନା ପାଇଁ ପ୍ରସ୍ତୁତି ଜୋରଦାର: ଗଣନାକାରୀ, ପର୍ଯ୍ୟବେକ୍ଷକଙ୍କୁ ତାଲିମ

ଦାରିଙ୍ଗବାଡି, ୧ା୪ (ଅରୁଣ ସାହୁ)କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ୩ ଦିନିଆ ଜନ ଗଣନା-୨୦୨୭ ପାଇଁ ଗଣନାକାରୀ ଓ ପର୍ଯ୍ୟବେକ୍ଷକଙ୍କୁ ନେଇ…

ଆଜିଠୁ ନୂଆ ସୁଭଦ୍ରା ଆବେଦନ: ଜାଣନ୍ତୁ କେମିତି କରିବେ

ଭୁବନେଶ୍ୱର,୧ା୪(ସୁଚିସ୍ମିତା ସାହୁ):ସୁଭଦ୍ରା ଯୋଜନାରେ ନୂଆ ଆବେଦନକାରୀମାନେ ଏପ୍ରିଲ ୧ ବୁଧବାରଠାରୁ ପଞ୍ଜୀକରଣ କରିପାରିବେ। ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ନୂତନ ଆବେଦନ କରାଯାଇପାରିବ। ଆବେଦନକାରୀଙ୍କ…

ଆଜିଠୁ ଜନଗଣନା: ଏପ୍ରିଲ ୧ରୁ ଅଗଷ୍ଟ ୩୧ ମଧ୍ୟରେ…

ନୂଆଦିଲ୍ଲୀ,୧ା୪:ଜନଗଣନା-୨୦୨୭ ବୁଧବାରଠାରୁ ଆରମ୍ଭ ହେଉଛି। ପ୍ରତି ୧୦ ବର୍ଷରେ ଜନଗଣନା କରାଯାଉଥିବାବେଳେ ଶେଷଥର ପାଇଁ ୨୦୧୧ରେ ହୋଇଥିଲା। କୋଭିଡ୍‌ ମହାମାରୀକୁ ନେଇ ୨୦୨୧ରେ ଜନଗଣନା ସ୍ଥଗିତ ରହିଥିଲା।…

ଆଣବିକ ଯୁଦ୍ଧ ସଙ୍କେତ: ସାରା ବିଶ୍ୱରେ ଖେଳିଗଲା ଆତଙ୍କ

ତେହରାନ୍‌/ଓ୍ବାଶିଂଟନ୍‌,୧ା୪(ରଏଟର୍ସ/ଏଜେନ୍ସି):ଇରାନ୍‌ ଆଣବିକ ଅସ୍ତ୍ର ତିଆରି କରୁଥିବା ନେଇ ଆମେରିକା ଓ ଇସ୍ରାଏଲ୍‌ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେହରାନ୍‌ ଏହାକୁ ଖଣ୍ଡନ କରୁଥିବାବେଳେ ଜାତିସଂଘର ଆଣବିକ ଜଗୁଆଳି ସଂସ୍ଥା…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri