Posted inଫୁରସତ

ଖ୍ରୀଷ୍ଟମାସ ଡେଷ୍ଟିନେଶନ

* ଗୋଆ: ନିଜର ଉତ୍କୃଷ୍ଟ ସମୁଦ୍ରତଟ ତଥା ମଜା ମଜଲିସ୍‌ଭରା ନାଇଟ୍‌ ଲାଇଫ୍‌ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଗୋଆ ହେଉଛି ଆମ ଦେଶର ଏମିତି ଏକ ସ୍ଥାନ; ଯେଉଁଠାରେ ଖ୍ରୀଷ୍ଟମାସକୁ ବେଶ୍‌ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥାଏ। ଏଠାରେ ଥିବା ପ୍ରତ୍ୟେକଟି ଚର୍ଚ୍ଚ, ଘର ତଥା ରାସ୍ତାଘାଟକୁ ସୁନ୍ଦର ଆଲୋକମାଳାରେ ସଜ୍ଜିତ କରାଯିବା ସହ ଦିନସାରା ଏପରି କି ରାତିରେ ବି ବିଭିନ୍ନ ପ୍ରକାରର ସେଲିବ୍ରେଶନ୍‌ କରାଯାଇଥାଏ। ଏହି ସେଲିବ୍ରେଶନ୍‌ ଏତେ ଆକର୍ଷଣୀୟ ହୋଇଥାଏ ଯେ, ଯାହା କେବଳ ଭାରତୀୟ ପର୍ଯ୍ୟଟକଙ୍କୁ ନୁହେଁ ବିଦେଶୀ ପର୍ଯ୍ୟଟକଙ୍କୁ ବି ବେଶ୍‌ ଆକୃଷ୍ଟ କରିଥାଏ।
* ଶିଲଂ: ମେଘାଳୟର ଶିଲଂଠାରେ ବହୁ ସଂଖ୍ୟାରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ରହୁଥିବାରୁ ଏଠାରେ ମଧ୍ୟ ଖ୍ରୀଷ୍ଟମାସ ପର୍ବକୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ। ଏହି ଅବସରରେ ଏଠାକାର ସମସ୍ତ ଘର, ରାସ୍ତାଘାଟ, ଚର୍ଚ୍ଚ ଆଦିକୁ ଖୁବ୍‌ ସୁନ୍ଦର ଭାବେ ସଜ୍ଜାଯିବା ସହ ନାନାଦି ସୁସ୍ବାଦୁ ଭୋଜନର ଆୟୋଜନ କରାଯାଇଥାଏ। ତା’ସହିତ ସ୍ଥାନେ ସ୍ଥାନେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମର ଝଲକ ବି ଦେଖିବାକୁ ମିଳେ। ଖ୍ରୀଷ୍ଟମାସ ଛୁଟି କଟାଇବା ପାଇଁ ଏହା ଆଉ ଏକ ଅପ୍ସନ ହୋଇପାରେ।
* ପୁଡୁଚେରୀ: ଏହା ମଧ୍ୟ ଏକ ଲୋକପ୍ରିୟ ଖ୍ରୀଷ୍ଟମାସ ଡେଷ୍ଟିନେଶନ। ଏଠାରେ ଯେହେତୁ ବହୁ ସଂଖ୍ୟାରେ ଚର୍ଚ୍ଚ ଥିବାର ଦେଖିବାକୁ ମିଳେ, ତେଣୁ ଖ୍ରୀଷ୍ଟମାସ ଅବସରରେ ସେସବୁକୁ ଅତି ସୁନ୍ଦର ଭାବେ ସଜ୍ଜା ଯାଇଥାଏ; ଯାହା ଖୁବ୍‌ ଆକର୍ଷଣୀୟ ଲାଗିଥାଏ। ତା’ଛଡ଼ା କୋଳାହଳମୟ ପରିବେଶରୁ ଦୂରରେ ଥିବା ଏହି ସ୍ଥାନଟି ପରିବାର ସଙ୍ଗେ ଛୁଟି କଟାଇବା ପାଇଁ ଏକ ପରଫେକ୍ଟ ସ୍ଥାନ।
* କେରଳ: ବର୍ଷର ଯେକୌଣସି ସମୟରେ ବୁଲିଗଲା ଭଳି ଏକ ମନୋରମ ସ୍ଥାନ ହେଉଛି କେରଳ। କାରଣ ଏଠାରେ ରହିଛି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ; ଯାହା ଆଗନ୍ତୁକଙ୍କୁ ବେଶ୍‌ ଆକର୍ଷିତ କରିଥାଏ। ଏପରି କି ଖ୍ରୀଷ୍ଟମାସ ଅବସରରେ ବି ଏଠାକୁ ବୁଲିବାକୁଗଲେ ନିଆରା ଆନନ୍ଦ ମିଳିଥାଏ। ଏଠାରେ ଅନେକ ଚର୍ଚ୍ଚ ଅଛି। ତେଣୁ ଏହି ବିଶେଷ ଅବସରରେ ଉକ୍ତ ଚର୍ଚ୍ଚଗୁଡ଼ିକୁ ତଥା ରାସ୍ତାଘାଟ ଆଦିକୁ ସୁନ୍ଦର ଆଲୋକମାଳରେ ସଜ୍ଜାଯିବା ସହ ରାତିସାରା ସେଲିବ୍ରେଶନର ମଜା ନେଇଥାନ୍ତି ପର୍ଯ୍ୟଟକ।
* କୋଲକାତା: ଖ୍ରୀଷ୍ଟମାସ ଅବସରରେ କୋଲକାତାରେ ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ଲାଇଟ୍‌ ଆଣ୍ଡ ସାଉଣ୍ଡ ପ୍ରୋଗ୍ରାମ୍‌, ରକ୍‌ ବ୍ୟାଣ୍ଡ ଶୋ’ ତଥା ମଲ୍‌ଗୁଡ଼ିକରେ ଭଲ ଡିସ୍‌କାଉଣ୍ଟରେ କିଣାକିଣି କରିବାର ମଜା ନେବାକୁ ପର୍ଯ୍ୟଟକଙ୍କ ଭିତରେ ବେଶ୍‌ ଆଗ୍ରହ ଥିବା ଦେଖିବାକୁ ମିଳେ। ଖାସ୍‌ ସେଥିପାଇଁ ଏହି ବିଶେଷ ଦିବସ ଅବସରରେ ଦେଶର ବିଭିନ୍ନ ସ୍ଥାନରୁ ବହୁ ପର୍ଯ୍ୟଟକ ଏଠାକୁ ଛୁଟି କଟାଇବାକୁ ଆସିଥାନ୍ତି।
*ସିକ୍କିମ୍‌: ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ସିକ୍କିମ୍‌ର ପରିବେଶ ବେଶ୍‌ ସଫାସୁତୁରା ରହିଥାଏ। ବିଶେଷକରି ଶୀତଦିନେ ଏଠାରେ ଥରେ ତୁଷାରପାତ ହେବା ଆରମ୍ଭ କଲେ ଏହି ସ୍ଥାନଟି ସ୍ବର୍ଗ ପରି ପ୍ରତୀୟମାନ ହୋଇଥାଏ। ପାହାଡ଼ପ୍ରେମୀ ତଥା ଟ୍ରେକର୍ସପ୍ରେମୀଙ୍କ ପାଇଁ ଏହା ଏକ ବେଷ୍ଟ ଡେଷ୍ଟିନେଶନ। କେବଳ ସେତିକି ନୁହେଁ, ଖ୍ରୀଷ୍ଟମାସ ତଥା ନୂଆବର୍ଷର ଛୁଟି କଟାଇବା ପାଇଁ ଏହାଠୁ ବଳି ଭଲ ସ୍ଥାନ କ’ଣ ହୋଇପାରେ।
* ମନାଲି: ପ୍ରତିବର୍ଷ ଖ୍ରୀଷ୍ଟମାସ ଅବସରରେ ଏଠାରେ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କର ସମାଗମ ହୋଇଥାଏ। କାରଣ ଏହି ବିଶେଷ ଅବସରରେ ଏଠାରେ ସ୍କିଂ, ସ୍ନୋବୋର୍ଡିଂ, ବରଫର ଗୋଲା ସହ ଖେଳିବାର ମଜା ନେବା ସହିତ ବରଫରେ ଖ୍ରୀଷ୍ଟମାସ ଟ୍ରି ସଜାଇ ହ୍ବାଇଟ୍‌ ଖ୍ରୀଷ୍ଟମାସ ମନାଇବାରେ ଥାଏ ନିଆରା ଆନନ୍ଦ।
କେବଳ ଏହିସବୁ ସ୍ଥାନ ନୁହେଁ, ପର୍ଯ୍ୟଟକ ଚାହିଁଲେ ମୁମ୍ବାଇ, ବେଙ୍ଗାଲୁରୁ, ଚେନ୍ନାଇ, ଦାଦ୍ରା ଓ ନଗର ହାବେଳି ଆଦି ସ୍ଥାନକୁ ବୁଲିଯାଇ ମଧ୍ୟ ଖ୍ରୀଷ୍ଟମାସ ଛୁଟିର ଭରପୂର ମଜା ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୧୭ ଦିନ ହେବ କୁଆଡ଼େ ପଳାଇଛନ୍ତି ଓଁକାର: ଚିନ୍ତାରେ ପରିବାର

ନୂଆପଡ଼ା/କୋମନା,୩୦।୧୨(ମକାରୁ ବେମାଲ/ ମହେଶ ବାଗ):ନୂଆପଡା ଜିଲା କୋମନା ଥାନା ଜେଠୁପାଲି ଗାଁର ଓଁକାର ତାଣ୍ଡି (୨୩) ଗତ ବୁଧବାର ୧୭ ତାରିଖ ରାତି ୮ରୁ ନିଖୋଜ...

ଗୌତମ ଗମ୍ଭୀରଙ୍କର ହେବ ନାହିଁ କୌଣସି କ୍ଷତି, ସମର୍ଥନରେ ବାହାରିଲେ ବିସିସିଆଇ ଅଧିକାରୀ

ନୂଆଦିଲ୍ଲୀ,୩୦।୧୨: ଘରୋଇ ଟେଷ୍ଟ ସିରିଜରେ ବିପର୍ଯ୍ୟୟଜନକ ପରାଜୟ ପରେ, ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ରିପୋର୍ଟରେ ଏହା ମଧ୍ୟ...

ସରକାରଙ୍କ ନିକଟରେ ନେହୁରା ହେଲେ ନିରଞ୍ଜନ: ମାଗିଲେ ସହାୟତା

ଦାରିଙ୍ଗବାଡି, ୩୦।୧୨ (ଅରୁଣ ସାହୁ ): କିଛି କରିବାର ଇଚ୍ଛା ଅନେକ ହେଲେ ବାଧକ ସାଜିଛି ଅର୍ଥ। ଗୋପାଳନ, ଛେଳି ଲାଳନପାଳନ କରି ପରିବାର ପ୍ରତିପୋଷଣ...

କିଏ ଥିଲେ ଖାଲେଦା ଜିଆଙ୍କ ସ୍ବାମୀ ଜିଆ ଉର ରେହମାନ? ପାକିସ୍ତାନୀ ସେନା ବିରୋଧରେ ବିଦ୍ରୋହ, ପରେ ବିଏନପି ଗଠନ, ଶେଷରେ…

ଡାକା,୩୦।୧୨: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ଦେହାନ୍ତ ହୋଇଛି। ସେ ଅନେକ ରୋଗ ସହିତ ଲଢୁଥିଲେ। ଉଲ୍ଲେଖନୀୟ ଯେ ତାଙ୍କ ମୃତ୍ୟୁର କିଛି ଦିନ...

ଖୁବ ଷ୍ଟାଇଲିସ ଥିଲେ ଖାଲେଦା ଜିଆ, ହାଲ୍‌କା ଶାଢିକୁ ବଡ଼ ବଡ଼ ସନ୍‌ଗ୍ଲାସ, ପୂରା ସାଉଥ ଏସିଆର ଚର୍ଚ୍ଚିତ ଷ୍ଟାଇଲ ଥିଲା…

ଢାକା,୩୦।୧୨: ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଏବଂ ବିଏନପି ମୁଖ୍ୟ ଖାଲେଦା ଜିଆଙ୍କୁ ପ୍ରାୟତଃ ରାଜନୀତି, ସଂଘର୍ଷ ଏବଂ ଶକ୍ତିର ପ୍ରତୀକ ଭାବରେ ଦେଖାଯାଏ। ତଥାପି, ତାଙ୍କର...

ବାରଙ୍ଗ ଅତିରିକ୍ତ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୪ଟି ସ୍ଥାନରେ ଚଢାଉ

ଭୁବନେଶ୍ବର,୩୦।୧୨: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ  କରିଛି । ବେଆଇନ ସମ୍ପତ୍ତି...

Khaleda Zia Death: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କର ଭାରତ ସହ ଥିଲା କ’ଣ କନ୍ସେନ? ଜାଣନ୍ତୁ…

ଢାକା,୩୦।୧୨: ବାଂଲାଦେଶ ରାଜନୀତିର ଜଣେ ପ୍ରବୀଣ ବ୍ୟକ୍ତିତ୍ୱ ଏବଂ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କର ମଙ୍ଗଳବାର (ଡିସେମ୍ବର ୩୦, ୨୦୨୫)ରେ ୮୦ ବର୍ଷ...

ମୃତ୍ୟୁର ୪ବର୍ଷ ପରେ ମଧ୍ୟ ସହାୟତା ମିଳୁନି: ହଇରାଣ ହେଉଛନ୍ତି ହିତାଧିକାରୀ

ନୂଆପଡ଼ା,୩୦।୧୨(ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶ୍ରମକାର୍ଡ ଧାରୀଙ୍କ ମୃତ୍ୟୁର ୪ବର୍ଷ ପରେ ମଧ୍ୟ ସହାୟତା ମିଳୁନି। ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ଅବହେଳା ଯୋଗୁ ଯୋଜନାଗୁଡିକ ଗରିବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri