Categories: ଖେଳ

ଖ୍ରୀଷ୍ଟ, କିସ୍‌ ସିନିୟର ଦଳଗତ ଚାମ୍ପିୟନ

ଭୁବନେଶ୍ୱର,୧୪ା୮(ସରୋଜ ଜେନା): ଆନ୍ତଃରାଜ୍ୟ ଆନ୍ତଃସ୍କୁଲ ଓ ୨୮ତମ ଓ୍ବାଇଜିଜିଟିଏ ର଼୍ୟାଙ୍କିଙ୍ଗ ଟେବୁଲ ଟେନିସ୍‌ ଚାମ୍ପିୟନଶିପ୍‌ ୨୦୨୩ର ଦ୍ୱିତୀୟ ଦିବସରେ ସିନିୟର ବର୍ଗରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି ଖ୍ରୀଷ୍ଟ କଲେଜ ଓ କିସ୍‌। କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଟୁର୍ନାମେଣ୍ଟରେ ସିନିୟର ପୁରୁଷ ଇଭେଣ୍ଟରେ ଖ୍ରୀଷ୍ଟ କଲେଜ ୩-୧ରେ କେନ୍ଦ୍ରୀୟ ବିଦ୍ୟାଳୟକୁ ପରାସ୍ତ କରିଥିବା ବେଳେ ସିନିୟର ବାଳିକା ବିଭାଗରେ ସର୍ବାଧିକ ପଏଣ୍ଟ ସହିତ କିସ୍‌ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିବା ବେଳେ ବକଲେ ଗାଲର୍‌ସ ହାଇସ୍କୁଲ ରନର ଅପ୍‌ ରହିଛି। ରାଉଣ୍ଡ ରବିନ୍‌ ଲିଗ୍‌ରେ ଦଳ ୮ ପଏଣ୍ଟ ଅର୍ଜନ କରିଥିବା ବେଳେ ବକ୍‌ଲେ ଦଳ ୭ ପଏଣ୍ଟ ପାଇଥିଲା। ପୁରୁଷବର୍ଗ ଫାଇନାଲରେ ଖ୍ରୀଷ୍ଟର ଏମ୍‌ଡି ଜିସାନ ଦୁଇଟି ମ୍ୟାଚରେ ବିଜୟୀ ହୋଇଥିଲେ। ଜିସାନ୍‌ ଓ ଅବୁ ସୁଫିୟାନ୍‌ ତାଜି ଡବଲ୍ସ ମ୍ୟାଚରେ ବିଜୟୀ ହୋଇଥିଲେ। କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ରତିକାନ୍ତ ଗୌଡ ସିଙ୍ଗଲ୍ସ ମ୍ୟାଚରେ ଏକମାତ୍ର ବିଜୟ ହାସଲ କରିଥିଲେ।
ଜୁନିୟର ବାଳକବର୍ଗ ଫାଇନାଲରେ ଡିପିଏସ୍‌ କଳିଙ୍ଗ (କଟକ) ୩-୧ରେ ନ୍ୟୁ ଷ୍ଟିଓ୍ବାର୍ଟ ସ୍କୁଲକୁ ପରାସ୍ତ କରିଥିଲା। ଜୁନିୟର ବାଳିକା ବର୍ଗରେ ଷ୍ଟିଓ୍ବାର୍ଟ ସ୍କୁଲ ୩-୧ରେ ସେଣ୍ଟ ଯୋଶେଫ୍‌ ଗାଲର୍‌ସ ହାଇସ୍କୁଲକୁ ହରାଇ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା।

 

Share