ଚାପୁଡା ଖାଇବା ପରେ ପ୍ରଥମଥର ଏମିତି କହିଲେ କ୍ରିସ୍‌ ରକ୍‌

ଚଳିତବର୍ଷ ଓସ୍କାର ବିତରଣ ଉତ୍ସବରେ ଏକ ବିବାଦୀୟ ଘଟଣା ଘଟିଥିଲା। ଏହି ସମାରୋହକୁ ହୋଷ୍ଟିଂ କରୁଥିବା କ୍ରିସ ରକଙ୍କୁ ଶକ୍ତ ଚାପୁଡା ମାରିଥିଲେ ଅଭିନେତା ୱିଲ ସ୍ମିଥ। ସ୍ତ୍ରୀଙ୍କ କେଶକୁ ନେଇ ରକ୍‌ ପରହାସ କରିଥିବାରୁ ଓ୍ବିଲ୍‌ ଚାପୁଡା ମାରିଥିଲେ। ଅବଶ୍ୟ ପରେ ଓ୍ବିଲ୍‌ ଏହି ଘଟଣା ପାଇଁ କ୍ଷମା ମାରିଥିଲେ। ଏହି ବିବାଦ ସମଗ୍ର ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଛି। ଏହି ଘଟଣା ପରେ କ୍ରିସ ରକ ପ୍ରଥମଥର ମୁହଁ ଖୋଲିଛନ୍ତି। ଏକ ଷ୍ଟାଣ୍ଡ-ଅପ କମେଡି ଶୋ ସମୟରେ ସେ କହିଥିଲେ, ମୁଁ ଏବେ ବି ସେହି ଘଟଣାକୁ ବିଶ୍ୱାସ କରିବାକୁ ଚେଷ୍ଟା କରୁଛି, ତେବେ କିଛି ଦିନ ପରେ ମୁଁ ଏହି ଘୃଣ୍ୟ ଘଟଣା ବିଷୟରେ କହିବି । ଏହା ଗମ୍ଭୀର ହେବ, ଏହା ମଜାଳିଆ ହେବ କିନ୍ତୁ ଏବେ ପାଇଁ ମୁଁ କିଛି ମଜା କରିବାକୁ ଯାଉଛି।
ଏହି ଘଟଣା ପରେ କ୍ରିସ୍‌ ରକ୍‌ଙ୍କ ଭାଗ୍ୟ ମଧ୍ୟ ବଦଳିଯାଇଛି। ଗୋଟିଏ ପଟେ ଗୁଗଲରେ ସମସ୍ତେ ତାଙ୍କ ବିଷୟରେ ସୂଚନା ସଂଗ୍ରହ କରୁଥିବାବେଳେ ଷ୍ଟାଣ୍ଡ ଅପ ଶୋ’ରେ ମଧ୍ୟ ତାଙ୍କ ପାରିଶ୍ରମିକ ବଢିଯାଇଛି। ୱିଲ ସ୍ମିଥଙ୍କଠାରୁ ଚାପୁଡ଼ା ଖାଇବା ପରେ କ୍ରିସ ରକ ଏବେ ଲୋକପ୍ରିୟତା ହାସଲ କରିଛନ୍ତି। ଏହି ସମୟରେ ତାଙ୍କର କମେଡି ଯାତ୍ରା ମଧ୍ୟ ଲାଭବାନ ହେଉଛି। ରକଙ୍କ ଆଗାମୀ ଷ୍ଟାଣ୍ଡ ଅପ ଶୋ’ ପାଇଁ ଚାହିଦା ବଢିଛି । କେବଳ ଏତିକି ନୁହେଁ, ଶୋ’ର ଟିକେଟ ମୂଲ୍ୟରେ ବୃଦ୍ଧି ଘଟିଛି। ସୂଚନା ଅନୁଯାୟୀ, ମାର୍ଚ୍ଚ ୧୮ରେ କ୍ରିସ ରକ ଏକ ଶୋ’ କରିଥିଲେ, ଯାହାର ଟିକେଟ ମୂଲ୍ୟ ୪୬ ଡଲାର (୩୫୦୦ ଟଙ୍କା) ଥିଲା। କିନ୍ତୁ ଏବେ କ୍ରିସଙ୍କ ଏକ ଶୋ’ ପାଇଁ ଟିକେଟ ମୂଲ୍ୟ ୪୧୧ ଡଲାର (୩୧, ୨୭୪ଟଙ୍କା) କୁ ବୃଦ୍ଧି ପାଇଛି।

Share