କ୍ରିସ ହିପକିନ୍ସ ନ୍ୟୁଜିଲାଣ୍ଡର ନୂଆ ପ୍ରଧାନମନ୍ତ୍ରୀ…

ଓ୍ବିଲଙ୍ଗଟନ,୨୫।୧ : କ୍ରିସ ହିପକିନ୍ସ ନ୍ୟୁଜିଲାଣ୍ଡର ନୂତନ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ବୁଧବାର ସେ ଦେଶର ୪୧ ତମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ନ୍ୟୁଜିଲାଣ୍ଡର ସରକାରୀ ଗଣମାଧ୍ୟମ ଆରଏନଜେଡ ଏହି ସୂଚନା ଦେଇଛି । ବୁଧବାର ସକାଳେ ପ୍ରଧାନମନ୍ତ୍ରୀ ଭାବରେ ଶେଷ ଥର ପାଇଁ ନ୍ୟୁଜିଲାଣ୍ଡର ସଂସଦରେ ଜେସିଣ୍ଡା ଅର୍ଡର୍ନ ପହଞ୍ଚି ସେଠାରେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ,ହିପକିନ୍ସ ପ୍ରଥମେ ନ୍ୟୁଜିଲାଣ୍ଡ ସଂସଦରେ ୨୦୦୮ରେ ନିର୍ବାଚିତ ହୋଇଥିଲେ। ନଭେମ୍ବର ୨୦୨୦ରେ, କରୋନା ମହାମାରୀ ସମୟରେ ତାଙ୍କୁ ମନ୍ତ୍ରୀ ଭାବରେ କରୋନା ନିୟନ୍ତ୍ରଣ କରିବାର ଦାୟିତ୍ୱ ଦିଆଯାଇଥିଲା। ଏହା ବ୍ୟତୀତ ହିପକିନ୍ସ ପୋଲିସ ମନ୍ତ୍ରଣାଳୟ, ଶିକ୍ଷା ଏବଂ ଜନସେବା ଭଳି ମନ୍ତ୍ରଣାଳୟ ମଧ୍ୟ ପରିଚାଳନା କରିଛନ୍ତି।

Share