Categories: ଖେଳ

ଟୁଇଟ୍‌ କରି କ୍ରିକେଟ୍‌ ଦୁନିଆକୁ ଦୋହଲାଇ ଦେଲେ କ୍ରିସ୍‌ ଗେଲ୍‌: ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୧୯।୯: ଶେଷ ମୂହୁର୍ତ୍ତରେ ପାକିସ୍ତାନ ଏବଂ ନ୍ୟୁଜିଳାଣ୍ଡ ମଧ୍ୟରେ ସୀମିତ ଓଭର କ୍ରିକେଟ ସିରିଜ ବାତିଲ କରାଯାଇଥିଲା। ସୁରକ୍ଷା କାରଣରୁ ନ୍ୟୁଜିଳାଣ୍ଡ କ୍ରିକେଟ ବୋର୍ଡ ଶୁକ୍ରବାର ଦିନ ଏହି ସିରିଜ ନ ଖେଳିବାକୁ ନିଷ୍ପତ୍ତି ନେଇଛି। ଏହା ପରେ ଦଳ ଚାର୍ଟାର୍ଡ ଫ୍ଲାଇଟ ଦ୍ୱାରା ନିଜ ଦେଶକୁ ଫେରିଛି । ଏହା ପରେ ପାକିସ୍ତାନର ସୁରକ୍ଷାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି। ଏଥି ସହିତ କିଛି ଖେଳାଳି ମଧ୍ୟ ପାକିସ୍ତାନକୁ ସମର୍ଥନ କରି ବାହାରକୁ ଆସିଥିଲେ। ୱେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ। ସେ ଏକ ଟୁଇଟ କରି କହିଛନ୍ତି। ଯାହା ଏବେ ଭାଇରାଲ ହୋଇଛି। ସେ ଟୁଇଟ୍‌ରେ ଲେଖିଛନ୍ତି, ଆସନ୍ତାକାଲି ମୁଁ ପାକିସ୍ତାନ ଯାଉଛି, କିଏ ମୋ ସହ ଆସଛ।
ପାକିସ୍ତାନୀ କ୍ରିକେଟର ମହମ୍ମଦ ଆମିର ଗେଲଙ୍କ ଏହି ଟୁଇଟ୍‌ର ଉତ୍ତର ଦେଇଛନ୍ତି। କିମ୍ବଦନ୍ତୀଙ୍କୁ ସେଠାରେ ଭେଟିବି ବୋଲି ଆମିର ଲେଖିଛନ୍ତି। ତେବେ ଗେଲ କେବଳ ପାକିସ୍ତାନକୁ ସମର୍ଥନ କରି ଏହି ଟୁଇଟ କରିଛନ୍ତି। ସେଠାକୁ ଯିବାର କୌଣସି ନିଶ୍ଚିତତା ନାହିଁ। ଅନ୍ୟପକ୍ଷରେ ପାକିସ୍ତାନ ସୁପର ଲିଗ ଫ୍ରାଞ୍ଚାଇଜ କ୍ୱେଟା ଗ୍ଲାଡିଏଟରର ମାଲିକ ନାଦିମ ଓମାର କହିଛନ୍ତି ଯେ, ପାକିସ୍ତାନ ସୁରକ୍ଷିତ ବୋଲି ବିଶ୍ୱକୁ ଏକ ଦୃଢ ବାର୍ତ୍ତା ପଠାଇବା ପାଇଁ କ୍ୱେଟା ଗ୍ଲାଡିଏଟର ପାକିସ୍ତାନରେ ପ୍ରଦର୍ଶନୀ ମ୍ୟାଚ ଖେଳିବାକୁ ପ୍ରସ୍ତୁତ। ସେ ଏହା ମଧ୍ୟ କହିଛନ୍ତି ଯେ, କ୍ୱେଟା ଗ୍ଲାଡିଏଟର ଉପଲବ୍ଧ ବିଦେଶୀ ଖେଳାଳିଙ୍କୁ ମଧ୍ୟ ଆଣିବାକୁ ଚେଷ୍ଟା କରିବ ଏବଂ ସେ ଆଶା କରୁଛନ୍ତି ଯେ, ପାକିସ୍ତାନ ବୋର୍ଡ ଏବଂ ଅନ୍ୟାନ୍ୟ ଫ୍ରାଞ୍ଚାଇଜ ମଧ୍ୟ ସମାନ ଭାବରେ ଚିନ୍ତା କରିବେ।
ସୂଚନାଯୋଗ୍ର, ସୁରକ୍ଷା ଧମକ ପାଇବା ପରେ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ପ୍ରଥମ ଦିନିକିଆ ପୂର୍ବରୁ ଶୁକ୍ରବାର ପାକିସ୍ତାନ ଗସ୍ତରୁ ନିଜ ଦଳ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। ଅକ୍ଟୋବରରେ ଇଂଲଣ୍ଡ ଦୁଇଟି ଟି -୨୦ ଅନ୍ତର୍ଜାତୀୟ ପାଇଁ ରାୱଲପିଣ୍ଡି ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ୨୦୦୫ ପରେ ଏହା ତାଙ୍କର ପ୍ରଥମ ପାକିସ୍ତାନ ଗସ୍ତ ହେବ। ବର୍ତ୍ତମାନ ପରିସ୍ଥିତିର ଆକଳନ କରିବା ପରେ ସେ ମଧ୍ୟ ନିଷ୍ପତ୍ତି ନେବେ।

 

Share