Posted inଖେଳ

ବିଶ୍ୱକପ୍‌ ଦଳରେ ସାମିଲ ହେବା ମାତ୍ରେ ରେକର୍ଡ କଲେ ୟୁନିଭର୍ସ ବସ୍‌

ନୂଆଦିଲ୍ଲୀ,୧୨।୯: ଏକ ସମୟ ଥିଲା ଯେତେବେଳେ ଟି-୨୦ କ୍ରିକେଟକୁ ଯୁବ ପ୍ରତିଭାଙ୍କ ଖେଳ ବୋଲି କୁହାଯାଉଥିଲା। ହେଲେ ୨୦୦୭ରେ ଟି-୨୦ ବିଶ୍ୱକପ୍‌ ଆୟୋଜନ ସହ ବିଶ୍ୱର ପ୍ରତିଟି ଦେଶରେ ଟି-୨୦ ଲିଗ୍‌ ଆରମ୍ଭ ହେବା ପରେ ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି।

ଚଳିତ ବର୍ଷ ୟୁଏଇରେ ଭାରତ ପକ୍ଷରୁ ଟି-୨୦ ବିଶ୍ୱକପ୍‌ ଆୟୋଜିତ ହେବାକୁ ଯାଉଛି। ଏଥର ବିଶ୍ୱକପ୍‌ ପାଇଁ ଘୋଷିତ ଦଳଗୁଡ଼ିକରେ ବହୁତ ଯୁବ ଖେଳାଳିମାନଙ୍କୁ ଅଗ୍ରାଧିକାର ଦିଆଯାଇଛି। ହେଲେ ଦଳରେ ବୟସ୍କ ଖେଳାଳି ବି ଅଛନ୍ତି। ସେଭଳି ଏକ ଦଳ ହେଲା ଦୁଇଥର ଟି-୨୦ ବିଶ୍ୱକପ୍‌ ବିଜେତା ଓ୍ବେଷ୍ଟଇଣ୍ଡିଜ୍‌।

ଓ୍ବେଷ୍ଟଇଣ୍ଡିଜ ଦଳରେ ବହୁ ପୁରାତନ ଖେଳାଳି ଅଂଶଗ୍ରହଣ କରିବେ। ସେଥିରୁ ଜଣେ ହେଲେ ୟୁନିଭର୍ସ ବସ୍‌ ଭାବେ ପରିଚିତ କ୍ରିସ୍‌ ଗେଲ୍‌। ତାଙ୍କ ବ୍ୟତିତ ବ୍ରାଭୋ, ରବି ରାମପାଲ, ଲିଣ୍ଡଲେ ସିମନ୍ସ ପ୍ରମୁଖ ଦଳରେ ସ୍ଥାନ ପାଇଛନ୍ତି।

ଏହି ବିଶ୍ୱକପ୍‌ ଖେଳିବାକୁ ଗେଲ୍‌ ଓହ୍ଲାଇବା ମାତ୍ରେ ସବୁଠାରୁ ବୟସ୍କ ଖେଳାଳି ଭାବେ ରେକର୍ଡ କରିବେ। ସେପ୍ଟେମ୍ବର ୨୨୧ରେ ଗେଲ୍‌କୁ ୪୨ ବର୍ଷ ହେବ। ଦଳ ଘୋଷଣା ହେବା ମାତ୍ରେ ବିଶ୍ୱକପ୍‌-୨୦୨୧ ବୟସ୍କ ଖେଳାଳିଭାବେ ରେକର୍ଡ କରିଛନ୍ତି। ତାଙ୍କଠାରୁ ଅଧିକ ବୟସର ଖେଳାଳି କୌଣସି ଦଳରେ ନାହାନ୍ତି।

ତେବେ ଗେଲ୍‌ଙ୍କ ପାଇଁ ଏହା ଅନ୍ତିମ ଟି-୨୦ ବିଶ୍ୱକପ୍‌ ହୋଇପାରେ। ୨୦୦୭ରୁ ୨୦୧୬ ପର୍ଯ୍ୟନ୍ତ ଖେଳାଯାଇଥିବା ବିଶ୍ୱକପ୍‌ର ୨୮ ମ୍ୟାଚ୍‌ର ୨୬ ଇନିଂସରେ ସେ ୧୪୬.୭୩ ଷ୍ଟ୍ରାଇକ୍‌ ରେଟ୍‌ ସହ ୯୨୦ ରନ୍‌ କରିଛନ୍ତି। ବିଶ୍ୱକପ୍‌ରେ ସେ ଦୁଇଥର ଶତକ ହାସଲ କରିଛନ୍ତି। ଏହି ଟୁର୍ନାମେଣ୍ଟ ଇତିହାସରେ ସର୍ବାଧିକ ରନ୍‌ କରିଥିବା ତାଲିକାର ଦ୍ୱିତୀୟ ସ୍ଥାନରେ ସେ ଅଛନ୍ତି। ସେ ୬୦ ଛକା ଏବଂ ୭୫ ଚୌକା ମାରିଛନ୍ତି। ପ୍ରଶଂସକମାନେ ମଧ୍ୟ ଏଥର ଗେଲ୍‌ଙ୍କଠାରୁ ସମାନ ଖେଳ ଆଶା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri