ଗଣତନ୍ତ୍ରଦିବସ ପରେଡ୍‌ରେ ସାମିଲ ହେବେ ଚୌଧୁରୀ

କେନ୍ଦୁଝର/ପାଟଣା,୨୯ା୧୨(ସ୍ବ.ପ୍ର.): ଆସନ୍ତା ଜାନୁୟାରୀ ୨୬ରେ ନୂଆଦିଲ୍ଲୀରେ ହେବାକୁ ଥିବା ଗଣତନ୍ତ୍ର ପରେଡ୍‌ରେ ଭାଗ ନେବାକୁ କେନ୍ଦୁଝର ସଦର ବ୍ଲକ୍‌ କେରୀ ଗ୍ରାମର ଚୌଧୁରୀ ପାତ୍ର(ଗୁଡୁ) ସୁଯୋଗ ପାଇଛନ୍ତି। ଗୁରୁବାର ସେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାତ୍ରା କରି ସେଠାରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା କ୍ୟାଡେଟ୍‌ଙ୍କ ସହିତ ଅଭ୍ୟାସ କରିବେ। ଟିମ୍‌ରେ ଓଡ଼ିଶାର ୧୧୬ ଜଣ ଯାଉଥିବା ବେଳେ କେନ୍ଦୁଝରରୁ ସେ ଏକ ମାତ୍ର କ୍ୟାଡେଟ ଭାବରେ ସାମିଲ ହୋଇଛନ୍ତି।

ସେ କେରୀ ଗ୍ରାମ ହାଇସ୍କୁଲରୁ ପାଠ ପଢ଼ିବା ପରେ ସ୍ବାମ ପାଟଣା କଲେଜର +୨ ପରେ + ୩ କଳା (ଓଡ଼ିଆ ସମ୍ମାନ) ରେ ଦ୍ୱିତୀୟ ବର୍ଷରେ ପଢୁଛନ୍ତି। ବାପା ହରିଷଚନ୍ଦ୍ର ପାତ୍ର ଜଣେ ଚାଷୀ ଓ ମା’ ପ୍ରମିଳା ପାତ୍ର ଗୃହିଣୀ। ବଡ଼ ଭାଇ ମିଲନ ପାତ୍ର ପ୍ଲାଣ୍ଟ୍‌ କାମ କରନ୍ତି। ବଡ଼ ଭଉଣୀ ବିବାହିତା। ସାନ ଭଉଣୀ ଘରେ ଅଛନ୍ତି। ଗରୀବ ପରିବାରରୁ ଜନ୍ମିତ ଚୌଧୁରୀ ଭବିଷ୍ୟତରେ ସେନାରେ ଯୋଗଦେଇ ଦେଶ ମାତୃକାର ସେବା କରିବାକୁ ଆଗ୍ରହୀ ଅଛନ୍ତି। ଏଣୁ ପାଠ ସହିତ ଏନ୍‌ସିସିକୁ ଭଲ ଭାବରେ ଅଭ୍ୟାସ କରୁଥିବା କହିଛନ୍ତି।
ସେଠାରେ ଚୟନ ହେଲେ ଗଣତନ୍ତ୍ର ଦିବସ ପରେଡରେ ଭାଗ ନେବା ସହ ୨୮ ତାରିଖରେ ପ୍ରତ୍ୟାବର୍ତ୍ତନ ସମାରୋହରେ ପରେଡ୍‌ରେ ଭାଗ ନେବେ। ସେ ରାଜ୍ୟରୁ ଚୟନ ହୋଇଥିବାରୁ ବହୁତ ଖୁସି ଅନୁଭବ କରୁଥିବା ବେଳେ କଲେଜ ଅଧ୍ୟକ୍ଷ ବିରେନ୍ଦ୍ର ସାହୁଙ୍କ ପ୍ରୋତ୍ସାହନରେ ଏନସିସିରେ ଯୋଗଦେଇ କିଛି ଭଲ କରିବାର ଆଶା ରଖିଛନ୍ତି। ସେହିପରି ଲେଫ୍ଟନାଣ୍ଟ ଧର୍ମେନ୍ଦ୍ର କୁମାରଙ୍କ ତତ୍ୱାବଧାନରେ ଯୋଗ୍ୟତା ହାସଲ କରିଥିବା ସେ କହିଛନ୍ତି। ନିଜ ଗ୍ରାମ, କଲେଜ ତଥା କେନ୍ଦୁଝରର ବିଭିନ୍ନ ସ୍ତରରେ ତାଙ୍କୁ ଶୁଭେଛାର ବାର୍ତ୍ତା ଦେଇଛନ୍ତି। ସେ ଗରୀବ ପରିବାରୁ ଆସି ଏଭଳି ଯୋଗ୍ୟତା ପାଇଥିବାରୁ ଆମେ ବହୁତ ଖୁସି ବୋଲି ତାଙ୍କ ଗ୍ରାମର ଶୁଭେଛୁ ବେଣୁଧର ମହାନ୍ତ କହିଛନ୍ତି।