୯୮ କେଜି ଓଜନ କମାଇ ଚର୍ଚ୍ଚାରେ କୋରିଓଗ୍ରାଫ୍‌ର

ବଲିଉଡ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ପାଖାପାଖି ୧୦୦ କିଲୋ ଓଜନ କମାଇ ନିଜ ଫିଟ୍‌ନେସର ପ୍ରମାଣ ଦେଇଛନ୍ତି। ଗଣେଷଙ୍କ ଓଜନ ୨୦୦ କେଜି ଥିବାବେଳେ ଏବେ ସେ ୯୮ କେଜି ଓଜନ କମାଇଛନ୍ତି। ଗଣେଶ ଆଚାର୍ଯ୍ୟ ନିକଟରେ ଦି କପିଲ ଶର୍ମା ଶୋ’ରେ ଯୋଗ ଦେଇଥିଲେ। ତାଙ୍କ ସହ କୋରିଓଗ୍ରାଫର ଗୀତା କପୁର ଏବଂ ଟେରେନ୍ସ ମଧ୍ୟ ଯୋଗ ଦେଇଥିଲେ। କପିଲଙ୍କ ଶୋ’ରେ ଗଣେଶ ତାଙ୍କ ଫିଟନେସ ଯାତ୍ରା ବିଷୟରେ କହିଛନ୍ତି। କପିଲ ଗଣେଶଙ୍କୁ ଓଜନ କମାଇବା ବିଷୟରେ ପଚାରିବାରୁ ସେ ୯୮ କିଲୋଗ୍ରାମ କମାଇଥିବା କହିଥିଲେ। ଗଣେଶଙ୍କ ଉତ୍ତର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ କେବଳ ତାଙ୍କ ଆଡକୁ ଚାହିଁ ରହିଥିଲେ। ଏହାସହ ସେ କହିଥିଛନ୍ତି ଓଜନ କମାଇବା ପାଇଁ ତାଙ୍କୁ ବେଶ୍‌ ସଂଘର୍ଷ କରିିବାକୁ ପଡିଥିଲା। ଗୋଟିଏ ଫିଲ୍ମ ପାଇଁ ସେ ସେହି ଓଜନ ହାସଲ କରିଥିଲେ। ଏଥିପାଇଁ ଜିମ୍‌ ଯିବା ସହ ଖାଦପେୟରେ ମଧ୍ୟ ସେ ଧ୍ୟାନ ଦେଇଥିଲେ।

Share