୫୬ ବର୍ଷରେ ଚୋରଦା ସାର୍ବଜନୀନ ଦୁର୍ଗାପୂଜା

ଯାଜପୁରରୋଡ୍‌,୧୯ା୧୦(ପବିତ୍ର ରଞ୍ଜନ ମହାନ୍ତି):ଆଜିର ବ୍ୟାସନଗର ପୌର ପରିଷଦ ସେ ସମୟର ଯାଜପୁରରୋଡ୍‌ ବିଜ୍ଞାପିତ ଅଞ୍ଚଳ ପରିଷଦ ନାମରେ ପରିଚିତ ଥିଲା। ବଜାର କହିଲେ ଷ୍ଟେଶନ ବଜାର, ସାହୁ ମାର୍କେଟ ଓ ଚୋରଦା ମୁଖ୍ୟ ରାସ୍ତାରେ କିଛି ବ୍ୟବସାୟ ପ୍ରତିଷ୍ଠାନ ଗଢ଼ି ଉଠିଥିଲା। ପୂର୍ବରୁ କେବଳ ସହରର ପି.କେ. ମଲିକ ରାଇସମିଲଠାରେ ଦୁର୍ଗାପୂଜା ଆରମ୍ଭ ହୋଇଥିଲା। ଏହାର ୨୭ ବର୍ଷ ପରେ ଅର୍ଥାତ ୧୯୬୭ରେ ସହରର ଚୋରଦାସ୍ଥିତ କଣ୍ଟିଗାଡ଼ିଆଠାରେ ଦ୍ୱିତୀୟ ଦୁର୍ଗାପୂଜା ଆରମ୍ଭ ହୋଇଥିଲା। ଚଳିତବର୍ଷ ଏହି ପୂଜା ୫୬ ବର୍ଷରେ ପଦାର୍ପଣ କରିଛି। ପୂଜା ପାଇଁ ଗତବର୍ଷ ୩ ଲକ୍ଷ ୫୦ ହଜାର ଟଙ୍କାବ୍ୟୟ ଅଟକଳ ଥିବାବେଳେ ଚଳିତ ବର୍ଷ ୪ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇଥିବା କମିଟି ପକ୍ଷରୁ କୁହାଯାଇଛି।
ଏକଦା ସୁକିନ୍ଦାର ଟମକାସ୍ଥିତ ଖଣ୍ଡୁରୀ ମନ୍ଦିରରେ ନନ୍ଦରାମ ଅନ୍ତରାମ ପରିବହନ କମ୍ପାନୀର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସେଠାରେ ଶେଖବୀର ସିଂ ନାମକ ଜଣେ କମ୍ପାନୀ ଅଧିକାରୀ ବୈଠକରେ ଉପସ୍ଥିତ ଥିବା ଚୋରାଦାର ଗିରିଧାରୀ ବାରିକଙ୍କୁ ଯାଜପୁରରୋଡ୍‌ରେ ଦୁର୍ଗାପୂଜା କରିବାକୁ ପରାମର୍ଶ ଦେବାସହ ୭ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ। ଏକଥା ସେ ଚୋରଦାର ସ୍ବର୍ଗତ ଗଙ୍ଗାଧର ବଳ, ବାସୁଦେବ ମହାନ୍ତି, ସହଦେବ ବଳ, କାଳନ୍ଦୀ ସ୍ବାଇଁ, ଯୋଗୀ ମଳିକ ଓ ସୁନାକାର ବାରିକ ପ୍ରମୁଖଙ୍କ ସହ ପରାମର୍ଶ କରିବା ସହ ପୂଜା ଆରମ୍ଭ କରିଥିଲେ। ସ୍ଥାନୀୟ ଗ୍ରାମବାସୀଙ୍କ ଉଦ୍ୟମରେ ସମୁଦାୟ ୨୩ ହଜାର ଟଙ୍କା ଆର୍ଥିକ ସହଯୋଗରେ ପ୍ରଥମ କରି ମା’ଙ୍କ ପୂଜା ଆରମ୍ଭ ହୋଇଥିଲା। ମା’ଙ୍କ ପୂଜାବିଧି ବିଷୟରେ ସ୍ବର୍ଗତ ଅନାମ ପଣ୍ଡା ଓ ଗଣେଶ ମିଶ୍ର ବୈଦିକ ରୀତିନୀତି ଅନୁଯାୟୀ ପରାମର୍ଶ ଦେବାସହ ପୂଜାକାର୍ଯ୍ୟ ବହୁ ବର୍ଷ ପର୍ଯ୍ୟନ୍ତ ତୁଲାଇଥିଲେ। ବାଉଁଶ, ପାଲ ସାହାଯ୍ୟରେ ଠାକୁରଙ୍କ ଘର ନିର୍ମାଣ କରାଯାଇ ପେଟ୍ରୋମାକ୍ସ ଆଲୋକ ସାହାଯ୍ୟରେ ପୂଜା ଆରମ୍ଭ କରାଯାଇଥିଲା। ଷଷ୍ଠୀଠାରୁ ପୂଜା ଆରମ୍ଭ ହୋଇ ଏକାଦଶୀରେ ମା’ଙ୍କ ଭସାଣି ଅନୁଷ୍ଠିତ ହୋଇଥାଏ।
ବହୁବର୍ଷ ଧରି ରୂଢ଼ିଆସ୍ଥିତ ବୈତରଣୀ ଘାଟରେ ମୂର୍ତ୍ତି ବିସର୍ଜନ ହୋଇ ଆସୁଥିବାବେଳେ ବର୍ତ୍ତମାନ ପ୍ରଶାସନ ନିର୍ଦ୍ଦେଶ ଅନୁଯାୟୀ ହେଉଛି। କମିଟିରେ ସଭାପତିଭାବେ ସତ୍ୟଜିତ ପରିଡ଼ା ଓ ସମ୍ପାଦକ ଭାବେ ଜୀବନ ବାରିକ କାର୍ଯ୍ୟ ତୁଲାଉଛନ୍ତି। ମୂର୍ତ୍ତି, ତୋରଣ, ଆଲୋକ ସଜ୍ଜା ସହ ସମସ୍ତ ନୀତିକାନ୍ତି ଓ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥାଏ। ଅର୍ଥ ଅଭାବରୁ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ପାରୁନାହିଁ। କର୍ତ୍ତାଭାବେ ପ୍ରଭାତ କୁମାର ସିଂ ଶସ୍ତ୍ରିକ କାର୍ଯ୍ୟ ତୁଲାଇ ଆସୁଛନ୍ତି। ପୂର୍ବତନ ଏମ୍‌ପି ମୋହନ ଜେନା ଏମ୍‌ପି ପାଣ୍ଠିରୁ ମା’ଙ୍କ ମଣ୍ଡପ ନିର୍ମାଣ ପାଇଁ ୧ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଥିଲେ। କମିଟିର ସଦସ୍ୟ ମନୋଜ ବାରିକ ମା’ଙ୍କ ରୂପାର ଏକ ମୁକୁଟ ପ୍ରଦାନ କରିଥିବାବେଳେ ଜଣେ ଭକ୍ତ ସୁନାର ପତାକା କମିଟିକୁ ଦାନ କରିଥିବା କମିଟିର ପୂର୍ବତନ ସଭାପତି ଅମିୟ ବାରିକ କହିଛନ୍ତି। ପ୍ରଥମ ଉଦ୍ୟୋକ୍ତା ଶତାୟୁ ଗିରିଧାରୀ ବାରିକ ଥିବାବେଳେ ତାଙ୍କ ନାତି ଜୀବନ ସମ୍ପାଦକ ଭାବେ ଦାୟିତ୍ୱରେ ଅଛନ୍ତି। ଉକ୍ତ ପରିବାରର ତିନି ପିଢ଼ି ମା’ଙ୍କ ସେବାରେ ବର୍ତ୍ତମାନ ସୁଧା ନିୟୋଜିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପୁଟିନ୍‌ଙ୍କ ପାଇଁ ଭୋଜିରେ ଥିଲା ୪୦,୦୦୦ ଟଙ୍କା କେଜିର ଛତୁ, ଜାଣନ୍ତୁ ଏହାର ବିଶେଷତ୍ୱ

ନୂଆଦିଲ୍ଲୀ,୭ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଙ୍କ ଭାରତ-ରୁଷିଆ ଶିଖର ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆୟୋଜନ କରିଥିବା...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

‘ସିଦ୍ଧୁଙ୍କୁ କରାଯାଉ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ତାହେଲେ ରାଜନୀତିକୁ ଫେରିବେ,’ ନବଜୋତ କୌରଙ୍କ ଅଜବ ଦାବି

ଚଣ୍ଡିଗଡ଼,୭।୧୨: ପଞ୍ଜାବ ବିଧାନସଭା ନିର୍ବାଚନକୁ ଏବେ ବି ଗୋଟିଏ ବର୍ଷରୁ ଅଧିକ ସମୟ ବାକି ଅଛି, କିନ୍ତୁ ରାଜନୀତି ଏବେଠାରୁ ଉଷ୍ମ ହେଉଛି। ପୂର୍ବତନ କ୍ୟାବିନେଟ...

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା, କହିଲେ ଏମିତି ଚାଲିଗଲ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

୩୦ ବର୍ଷ ପରେ ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ, ଏହି ୪ରାଶିରେ ପଡିବ ଖରାପ ପ୍ରଭାବ, ଅଡୁଆରେ ପଡି ଫସିବେ…

ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ 2025, ଯାହା ଗ୍ରହମାନଙ୍କର ରାଜା ସୂର୍ଯ୍ୟଙ୍କ କନ୍ୟା ରାଶିରେ ପ୍ରବେଶ ସହିତ ଆରମ୍ଭ ହୋଇଥିଲା। ସୂର୍ଯ୍ୟ ବର୍ତ୍ତମାନ କନ୍ୟା ରାଶିରେ ଅଛନ୍ତି...

ଧାନ କିଣାବିକାରେ ଅଚଳାବସ୍ଥା: ତାତିଲେ ଚାଷୀ, କଲେ ଏମିତି…

ବରଗଡ଼,୭ା୧୨(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ରବିବାର ୧୦ଦିନରେ ପହଞ୍ଚିଛି। ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri