ବ୍ରାଣ୍ଡେଡ୍‌ ଆଉଟ୍‌ଫିଟ୍‌ ବାଛୁଥିଲେ…

ବର୍ତ୍ତମାନ ବିଭିନ୍ନ ବ୍ରାଣ୍ଡେଡ୍‌ ସାମଗ୍ରୀର ଏକାଧିକ ନକଲ ମାର୍କେଟ୍‌କୁ ଆସୁଛି, ଯାହାକି ସହଜରେ ଚିହ୍ନିବା କଷ୍ଟ। ତେଣୁ କିଣିବା ସମୟରେ କେଉଁଟା ଅରିଜିନାଲ ଜାଣିବା ଲାଗି କେତେକ ଦିଗ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ…
ଷ୍ଟିଚିଂ: ବ୍ରାଣ୍ଡେଡ୍‌ ଡ୍ରେସ୍‌ରେ ଷ୍ଟିଚିଂ ସିଧା ଏବଂ ଚାରିଆଡେ ଏକା ପ୍ରକାରର ହୋଇଥାଏ। ସୂତା ମଧ୍ୟ ଏକା ପ୍ରକାରର ବ୍ୟବହାର ହୋଇଥାଏ। କେତେକ ବ୍ରାଣ୍ଡ ଷ୍ଟିଚିଂ ଉପରେ କମ୍ପାନୀର ଲୋଗୋ ଟ୍ୟାଗ୍‌ ମଧ୍ୟ ଷ୍ଟିଚ୍‌ ହୋଇଥାଏ; ଯାହାକୁ ଭଲ ଭାବେ ଦେଖିଲେ ଆପଣ ଠକାମିର ଶିକାର ହେବେ ନାହିଁ।
ଜିପ୍‌୍‌: ନାମୀ ଦାମୀ ବ୍ରାଣ୍ଡେଡ୍‌ ଡ୍ରେସ୍‌ରେ ଭଲ କ୍ୱାଲିଟିର ଜିପ୍‌ ଦେଇଥାଏ; ଯାହାକୁ ଚଲାଇବା ବେଳେ ମଧ୍ୟ ଅଟକି ନ ଥାଏ କିମ୍ବା ଭାଙ୍ଗି ପଡି ନ ଥାଏ। ଏଥିରେ ନନ୍‌ବ୍ରାଣ୍ଡ ପ୍ୟାଣ୍ଟ କିମ୍ବା ଅନ୍ୟ ଡ୍ରେସ୍‌ ଭଳି ଜିପ୍‌ ଟାଇଟ୍‌ ହେବା, ଭାଙ୍ଗିବା କିମ୍ବା ନ ଲାଗିବା ଭଳି ସମସ୍ୟା ସାଧାରଣତଃ ଦେଖା ଦେଇ ନ ଥାଏ। ଏମିତିକି କେତେକ ବ୍ରାଣ୍ଡ ଜିପ୍‌ରେ ଏହାର ନାମ କିମ୍ବା ସିମ୍ବଲ ମଧ୍ୟ ରଖିଥାନ୍ତି।
ବଟନ: ଜିପ୍‌ ଭଳି ବଟନ୍‌ରେ ମଧ୍ୟ ଅନେକ ବ୍ରଣ୍ଡେଡ୍‌ କମ୍ପାନୀ ବ୍ରାଣ୍ଡନେମ୍‌ ଛପାଇଥାନ୍ତି। ଯାହାକି ଚିହ୍ନିବାରେ ସହଜ ହୋଇଥାଏ।
ଟ୍ୟାଗ୍‌: ସାଧାରଣତଃ ଟ୍ୟାଗ୍‌ରେ ବ୍ରାଣ୍ଡ ନେମ୍‌ ଦେଖିବାମାତ୍ରେ ଏହା ଅରିଜିନାଲ୍‌ ହୋଇଥିବ ଭାବି କିଣିନେଉ। ହେଲେ ମାର୍କେଟ୍‌ରେ ଯେ, ଏହାର ଏକାଧିକ ନକଲ ଉପଲବ୍ଧ ସେ ଦିଗରେ କେହି ଧ୍ୟାନ ଦିଅନ୍ତି ନାହିଁ। ତେଣୁ କିଣିବା ପୂର୍ବରୁ ଟ୍ୟାଗ୍‌କୁ ଭଲ ଭାବେ ଦେଖନ୍ତୁ।