ଲଗାଣ ବର୍ଷା ଯୋଗୁ ବ୍ୟାପିପାରେ ହଇଜା: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୧୦।୮(ବ୍ୟୁରୋ): ଲଗାଣ ବର୍ଷା ଯୋଗୁ ପୁଣି ହଇଜା, ଝାଡାବାନ୍ତି ବ୍ୟାପିପାରେ। ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମଶ୍ର ସତର୍କ କରାଇଛନ୍ତି। ସେ କହିଛନ୍ତି, ସବୁ ଜିଲା ସିଡିଏମ୍‌ଓଙ୍କୁ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ଝାଡାବାନ୍ତି ବ୍ୟାପିଥିବା ୭ ଜିଲାରେ ସ୍ବତନ୍ତ୍ର ନଜର ରଖାଯାଇଛି। ସେହିପରି ଜିଲାଗୁଡିକରେ ସ୍ଥିତି ଅନୁଧ୍ୟାନ କରିବା ସହ ଡାକ୍ତରୀ ଟିମ୍‌ ମଧ୍ୟ ବୁଲୁଛନ୍ତି ବୋଲି
ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।