ପ୍ରତ୍ୟର୍ପଣ ବିଳମ୍ବ ଲାଗି ଆଣ୍ଟିଗୁଆ ବିଚାରପତିଙ୍କୁ ଲାଞ୍ଚ ଦେଇଛନ୍ତି ଚୋକ୍‌ସି

ସେଣ୍ଟ ଜନ୍ସ,୧୪।୧: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସି ଆଣ୍ଟିଗୁଆରେ ନିଜର ସୁରକ୍ଷା ପାଇଁ ପୋଲିସ ଓ ବିଚାରପତିଙ୍କୁ ଲାଞ୍ଚ ଦେଇଥିବା ତଦନ୍ତରୁ ଜଣାପଡ଼ିଛି। ଜଣାଶୁଣା ଆର୍ଥତ୍କ ଅପରାଧ ତଦନ୍ତକାରୀ କେନିଥ୍‌ ରିଜୋକ୍‌ ଏହି ତଦନ୍ତ କରିଥିଲେ। ଚୋକ୍‌ସିଙ୍କୁ ଭାରତ ପ୍ରତ୍ୟର୍ପଣ ଲାଗି ଉଦ୍ୟମ ଜାରି ରହିଥିବାବେଳେ ସେ ଲାଞ୍ଚ ଦେଇ ଏହାକୁ ବିଳମ୍ବିତ କରାଉଛନ୍ତି। ଏଥିପାଇଁ ସେ ବରିଷ୍ଠ ପୋଲିସ ଅଧିକାରୀ ଆଡୋନିସ୍‌ ହେନ୍‌ରି ଏବଂ ଆଣ୍ଟିଗୁଆ ମାଜିଷ୍ଟ୍ରେଟ କୋନ୍‌ଲିଫ୍‌ କ୍ଲାର୍କଙ୍କୁ ଲାଞ୍ଚ ଦେଇ ପ୍ରଭାବିତ କରିଥିବା ଜଣାପଡ଼ିଛି।

Share