ପରିବାଚାଷ ନିଶାରେ ଚିତ୍ରସେନ

ପଦ୍ମପୁର,୧୯।୫(ଡି.ଏନ.ଏ.): ବରଗଡ଼ ଜିଲା ପଦ୍ମପୁର ବ୍ଲକ ଖୁଜେନ ଗ୍ରାମର ଚିତ୍ରସେନ ସ୍ବାଇଁ ନିକଟସ୍ଥ ଜମଲା ପାକ୍ସରେ ସହକାରୀ ସମ୍ପାଦକ ଭାବେ କାର୍ଯ୍ୟରତ ଅଛନ୍ତି। ସେ ସରକାରୀ ଚାକିରୀ କରିଥିଲେ ମଧ୍ୟ ଚାଷ ପ୍ରତି ତାଙ୍କର ବିଶେଷ ଆଗ୍ରହ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛି। ତାଙ୍କ ବାପା ଜଣେ ସଫଳ ଚାଷୀ। ବାପାଙ୍କ ପ୍ରେରଣା କ୍ରମେ ଚିତ୍ରସେନ ପ୍ରାୟ ୪ଏକର ଜମିରେ ପରିବା ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ ଅନ୍ୟମାନଙ୍କୁ କାମ ଯୋଗାଉଛନ୍ତି। ସେ ତାଙ୍କ ଜମିରେ ଶୀତଦିନେ ଝୁଡଙ୍ଗ, କଖାରୁ ଚାଷ କରି ବାହାର ବଜାରକୁ ପଠାଉଥିଲେ। ଏବେ ପ୍ରବଳ ଗ୍ରୀଷ୍ମରେ କାକୁଡି ଚାଷ କରି ଦୈନିକ କୁଇଣ୍ଟାଲ ହିସାବରେ ବଜାରରେ ବିକ୍ରି କରୁଛନ୍ତି। ତାଙ୍କର ଏକ ଏକର କାକୁଡି ଚାଷରୁ ବର୍ତ୍ତମାନ ସୁଦ୍ଧା ୫୦ ହଜାର ଟଙ୍କା ଲାଭ ହେଲାଣି। ଆହୁରି ଲାଭ ହେବ ବୋଲି କହିଛନ୍ତି ଚିତ୍ରସେନ। ଆଗାମୀ ଦିନରେ ଧାନଚାଷ ବଦଳରେ ପନିପରିବା ଚାଷକରିବା ପାଇଁ ସେ ଅନ୍ୟମାନଙ୍କୁ ପରାମର୍ଶ ଦେଉଛନ୍ତି।