କଲେଜରେ ରାଗିଂ ବଦଳାଇ ଦେଲା ଏହି ଅଭିନେତ୍ରୀଙ୍କ ଜୀବନ

ବଲିଉଡ୍‌ର ଜଣେ ସଫଳ ତଥା ଚର୍ଚ୍ଚିତ ଅଭିନେତ୍ରୀ ହେଉଛନ୍ତି ଚିତ୍ରଙ୍ଗଦା ସିଂ। ନିଜର ଅଭିନୟ ମାଧ୍ୟମରେ ସେ ପ୍ରଶଂସକଙ୍କ ହୃଦୟ ଜିତି ପାରିଛନ୍ତି। ତାଙ୍କର ଆଗାମୀ ଫିଲ୍ମ ‘ବବ୍‌ ବିଶ୍ୱାସ’। ଏଥିରେ ସେ ଅଭିଷେକ ବଚ୍ଚନଙ୍କ ସହ ନଜର ଆସିବେ। କଲେଜ ସମୟରେ ରାଗିଂ କିପରି ଚିତ୍ରଙ୍ଗଦାଙ୍କ ଜୀବନ ବଦଳାଇ ଦେଇଛି ଏବଂ ସେ ଅଭିନୟ ଜଗତରେ ପହଞ୍ଚିଛନ୍ତି ନିକଟରେ ଏକ ସାକ୍ଷାତକାରରେ ସେ କହିଛନ୍ତି।
ସେ କହିଛନ୍ତି ଯେ, ମୋର ମଡେଲିଂ ଯାତ୍ରା କଲେଜରେ ପ୍ରଥମ ବର୍ଷର ଏକ ରାଗିଂରୁ ଆରମ୍ଭ ହୋଇଥିଲା। ଆମକୁ ସାଲଓ୍ବାର କମିଜକୁ ଓଲଟପାଲଟ କରି ପିନ୍ଧିବାକୁ କୁହାଯାଇଥିଲା। କେଶରେ ତେଲ ଲାଗିଥିଲା। ବାଲ୍ଟିରେ ବହି ଧରି ରାମ୍ପ୍‌ କରିବାକୁ କୁହାଯାଇଥିଲା। ଏହା ଚିତ୍ରଙ୍ଗଦାଙ୍କର ପ୍ରଥମ ମଡେଲିଂ ଅଡିସନ ଥିଲା। ଏଥିରେ ସେ ବହୁତ ଭଲ କରିଥିଲେ ଏବଂ ପରେ କଲେଜ ଫ୍ୟାଶନ ଦଳର ଅଂଶ ହୋଇଥିଲେ ବୋଲି ଅଭିନେତ୍ରୀ କହିଛନ୍ତି।
ଆହୁରି ମଧ୍ୟ ସେ କହିଛନ୍ତି, ମଡେଲିଂ କରୁଥିବା ଅନ୍ୟ ଝିଅଙ୍କ ବିଷୟରେ ସେ ଜାଣିବାକୁ ପାଇଲେ। ତେଣୁ ସେ ନିଜର ଫଟୋ ଶୁଟ୍‌କରି ସୋସିଆଲ ମିଡିଆରେ ଶେୟାର କରିବା ପରେ ନଜରକୁ ଆସିଥିଲେ। ଏହା ପରେ ଏକ ବିଜ୍ଞାପନ ପାଇଁ ତାଙ୍କ ଅଫର ମିଳିଲା। ହେଲେ ଏଥିରେ ସେ ରିଜେକ୍ଟ ହେଲେ। ମାତ୍ର ଗୁଲଜାର ସାହେବଙ୍କ ନଜର ତାଙ୍କ ଉପରେ ପଡ଼ିିଲା। ସେ ଏକ ମ୍ୟୁଜିକ୍‌ ଭିଡିଓରେ ତାଙ୍କୁ ସୁଯୋଗ ଦେଇଥିଲେ। ଏହା ପରେ ତାଙ୍କୁ ବଲିଉଡ୍‌ରେ ସୁଯୋଗ ମିଳିଥିଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri