ରେଙ୍ଗାଲପାଲିଠାରେ ଚିତ୍ରଗୁପ୍ତ ପୂଜା

କୋକସରା, ୧୮।୧୧ (ଡି.ଏନ.ଏ.) କୋକସରା ବ୍ଲକ ରେଙ୍ଗାଲପାଲିଠାରେ ଧର୍ମଗଡ ଉପଖଣ୍ଡସ୍ତରୀୟ କରଣ ସମାଜ ପକ୍ଷରୁ ଚିତ୍ରଗୁପ୍ତ ପୂଜା ଓ ବନ୍ଧୁମିଳନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। କରଣ ସମାଜର ଆରଧ୍ୟ ଦେବତା ଚିତ୍ରଗୁପ୍ତ ମହାପ୍ରଭୁଙ୍କ ପୂଜାର୍ଚ୍ଚନା ପାରମ୍ପରିକ ରୀତିନୀତି ଅନୁକ୍ରମେ ଅନୁଷ୍ଠିତ ହୋଇଥିଲା। ପଣ୍ଡିତ ଉପେନ୍ଦ୍ର ଦାସଙ୍କ ତତ୍ତ୍ବାବଧାନରେ ପୂଜା କର୍ତ୍ତା ଭାବେ ଶ୍ୟାମସୁନ୍ଦର ପଟ୍ଟନାୟକ ଓ ଆଲ୍ଲାଦିନୀ ପଟ୍ଟନାୟକ ଦାୟିତ୍ୱ ନିର୍ବାହ କରିଥିଲେ। ପୂଜାର୍ଚ୍ଚନା ପରେ ମନୋରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନୀଳକଣ୍ଠ ପଟ୍ଟନାୟକ ସଭା ସଞ୍ଚାଳନ କରିଥିଲେ। ସଭାରେ କରଣ ସମାଜର ଉନ୍ନତି କାମନା କରିବା ପାଇଁ ସମସ୍ତେ ଏକାଠି ହୋଇ କାର୍ଯ୍ୟ କରିବାକୁ ନିଷ୍ପତି ନିଆଯାଇଥିଲା। କୋଭିଡ ନିୟମ ପାଳନ କରି ସମସ୍ତ ପୂଜାବିଧି କରାଯାଇଥିଲା। କର୍ଯ୍ୟକ୍ରମରେ ସଭାପତି ମନୋରଞ୍ଜନ ପଟ୍ଟନାୟକ, ସମ୍ପାଦକ ନୀଳକଣ୍ଠ ପଟ୍ଟନାୟକ, କୋଷାଧ୍ୟକ୍ଷ ବିଭୂଦତ୍ତ ପଟ୍ଟନାୟକ, କଳ୍ପବଟ ପଟ୍ଟନାୟକ, ମାଧବ ପଟ୍ଟନାୟକ, ବଂଶୀଧର ପଟ୍ଟନାୟକ, ସୁଭମ ପଟ୍ଟନାୟକ, ପୀତାମ୍ବର ପଟ୍ଟନାୟକ, ଦଶରଥ ପଟ୍ଟନାୟକ, କିଶନ ପଟ୍ଟନାୟକ, ଲକ୍ଷ୍ମିକାନ୍ତ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମାଳମାଳ ଅଭିଯୋଗ, ଫଳ ଶୂନ, ଏହି ବ୍ୟବସ୍ଥାକୁ ନେଇ…

ଦାରିଙ୍ଗବାଡ଼ି,୧୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ସମୟରେ ପ୍ରତ୍ୟେକ ଅଭିଯୋଗ ଶୁଣାଣିରେ…

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

ଚାଷ ଜମିରୁ ମିଳିଲା ଯୁବକଙ୍କ ମୃତଦେହ: ହତ୍ୟା ସନ୍ଦେହ

ରାୟଗଡ଼ା,୧୬/୨(ଆଶିଷ ରଞ୍ଜନ ପଣ୍ଡା)-ରାୟଗଡା ଜିଲା ଶେଷଖାଲ ଥାନା ଅନ୍ତର୍ଗତ ବାଇସିଂ ଗ୍ରାମ ନିକଟରେ ଜଣେ ଯୁବକର ମୃତଦେହ ଠାବ କରାଯାଇଛି। ମୃତ ଯୁବକ ଜଣକ ହେଲେ ବାଇସିଂ…

ଆଗକୁ ବାର୍ଷିକ ପରୀକ୍ଷା: ଭଞ୍ଜନଗରରେ ବଢୁଛି ଶବ୍ଦ ପ୍ରଦୂଷଣ, ରୋକିବା ପାଇଁ…

ଭଞ୍ଜନଗର,୧୬ା୨(ବାବୁଲା ପ୍ରଧାନ): ଆସନ୍ତା ୧୮ରୁ ରାଜ୍ୟରେ ଯୁକ୍ତ ୨ ବାର୍ଷିକ ପରୀକ୍ଷା ହେବ। ତାହା ମାର୍ଚ୍ଚ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଏଥିସହ ମାଟ୍ରିକ୍‌ ପରୀକ୍ଷା…

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ଜୟପୁର ସହରରେ ଭୟାବହ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ବ୍ୟାପୁଛି ନିଆଁ

ଜୟପୁର,୧୬ା୨(ପବନ ପାଣିଗ୍ରାହୀ): ଜୟପୁର ସହରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହୁତୁହୁତୁ ହୋଇ ଚାରିଆଡ଼େ ନିଆଁ ବ୍ୟାପିଚାଲିଛି। ଏପରି ଅଭାବନୀୟ ଘଟଣା ଘଟିଛି ଜୟପୁର ସହରର ବିକ୍ରମଦେବ ବିଶବିଦ୍ୟାଳୟ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri