Categories: ଜାତୀୟ

ଚିରାଗଙ୍କ ବଡ଼ ଘୋଷଣା: ଏଲ୍‌ଜେପି ପ୍ରାର୍ଥୀ ନ ଥିବା ଆସନରେ ଭାଜପାକୁ ଦିଅନ୍ତୁ ଭୋଟ

ବିହାର, ୨୫।୧୦: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏଲ୍‌ଜେପି ମୁଖ୍ୟ ଚିରାଗ ପାସଓ୍ବାନ ରାଜ୍ୟର ଭୋଟରଙ୍କ ଉଦ୍ଦେଶ୍ୟ କହିଛନ୍ତି ଯେ, ଯେଉଁ ଆସନରେ ଏଲ୍‌ଜେପି ପ୍ରାର୍ଥୀ ନାହାଁନ୍ତି ସେଠାରେ ଭାଜପାକୁ ଭୋଟ ଦିଅନ୍ତୁ। କେନ୍ଦ୍ର ସରକାରରେ ସହଯୋଗୀ ଥିବା ଏଲ୍‌ଜେପି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଘେରିବା ଆରମ୍ଭ କରିଥିବାବେଳେ ଏଭଳି ବଡ଼ ଘୋଷଣା କରି ରାଜ୍ୟରେ ଭାଜପା ପାଇଁ ସହାୟତାର ହାତ ବଢ଼ାଇଛନ୍ତି। ରାଜ୍ୟରେ ନୀତିଶ ମୁକ୍ତ ସରକାର ଗଠନ ଲାଗି ସେ ଆହ୍ବାନ ଦେଇଛନ୍ତି। ଏବେ ଚିରାଗଙ୍କ ଏହି ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Share