Posted inଖେଳ

ନମ୍ବର ଓ୍ବାନକୁ ଫେରିଲେ ସାତ୍ତ୍ୱିକ-ଚିରାଗ

ନୂଆଦିଲ୍ଲୀ, ୨୨ା୫ (ପି.ଟି.): ଥାଇଲାଣ୍ଡ ଓପନରେ ସଫଳତା ପରେ ଭାରତର ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ପୁଣି ବିଶ୍ୱର ନମ୍ବର ଓ୍ବାନ ର଼୍ୟାଙ୍କିଙ୍ଗ ପୁରୁଷ ଡବଲ୍ସ ବ୍ୟାଡମିଣ୍ଟନ ଯୋଡ଼ି ହୋଇପାରିଛନ୍ତି। ଅଲ୍‌ ଇଂଲଣ୍ଡ ଚାମ୍ପିୟନଶିପ୍‌ର ଦ୍ୱିତୀୟ ରାଉଣ୍ଡରେ ପରାଜୟ ପରେ ଭାରତୀୟ ଯୋଡ଼ି ୩ନମ୍ବର ସ୍ଥାନକୁ ଖସି ଆସିଥିଲା। ପରେ ଚାଇନାରେ ଅନୁଷ୍ଠିତ ଏସିଆନ ଚାମ୍ପିୟନଶିପ୍‌ରେ ସାତ୍ତ୍ୱିକ ଆଘାତପ୍ରାପ୍ତ ହେବାରୁ ଏହି ଯୋଡ଼ିଙ୍କୁ ସ୍ବାକଓଭର ଦେବାକୁ ହୋଇଥିଲା। ଥାଇଲାଣ୍ଡ ଓପନରେ ସେମାନେ କିନ୍ତୁ ଦୃଢ ପ୍ରତ୍ୟାବର୍ତ୍ତନ କରି ରବିବାର ଫାଇନାଲରେ ଚାଇନାର ଚେନ୍‌ ବୋ ୟାଙ୍ଗ ଓ ଲିୟୁ ୟି ଯୋଡ଼ିଙ୍କୁ ସିଧାସଳଖ ଗେମ୍‌ରେ ପରାସ୍ତ କରି ସିଜନରେ ସେମାନଙ୍କର ଦ୍ୱିତୀୟ ଟାଇଟଲ ଜିତିଥିଲେ। ମଙ୍ଗଳବାର ପ୍ରକାଶିତ ବ୍ୟାଡମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ର଼୍ୟାଙ୍କିଙ୍ଗ ତାଲିକାରେ ସେମାନେ ୯୯୬୭୦ ପଏଣ୍ଟ ସହ ଦୁଇ ସ୍ଥାନ ପଦୋନ୍ନତି ପାଇ ୫ ସପ୍ତାହ ପରେ ପୁଣି ପ୍ରଥମ ସ୍ଥାନକୁ ଫେରିଛନ୍ତି। ଅନ୍ୟପକ୍ଷରେ ମହିଳା ସିଙ୍ଗଲ୍ସ ଡବଲ ଅଲିମ୍ପିକ ପଦକ ବିଜେତା ପି. ଭି. ସିନ୍ଧୁ ଗୋଟିଏ ସ୍ଥାନ ତଳଖୁ ଖସି ୧୫ତମ ସ୍ଥାନରେ ରହିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଏଚ୍‌. ଏସ୍‌. ପ୍ରଣୟ ତାଙ୍କ ୯ନମ୍ବର ସ୍ଥାନ ବଜାୟ ରଖିଛନ୍ତି। ପୁରୁଷ ସିଙ୍ଗଲ୍ସ ଟପ୍‌ ୧୦ରେ ସେ ଜଣେ ମାତ୍ର ଭାରତୀୟ ସ୍ଥାନ ପାଇଛନ୍ତି। ଲକ୍ଷ୍ୟ ସେନ୍‌ ୩ ସ୍ଥାନ ତଳଖୁ ଖସି ୧୪ତମ ସ୍ଥାନକୁ ଚାଲି ଆସୁଛନ୍ତି। କିଡାମ୍ବି ଶ୍ରୀକାନ୍ତ (୨୬ତମ), ପ୍ରିୟାଂଶୁ ରାଜାଓ୍ବତ (୩୩ ତମ) ଗୋଟିଏ ଲେଖାଏଁ ସ୍ଥାନ ତଳକୁ ଖସି ଆସିଥିବା ବେଳେ କିରଣ ଜର୍ଜ ୩୬ତମ ସ୍ଥାନକୁ ଚାଲି ଆସିଛନ୍ତି। ମହିଳା ଡବଲ୍ସରେ ତନିଶା କ୍ରାଷ୍ଟୋ ଓ ଅଶ୍ୱିନୀ ପୋନ୍ନାପ୍ପା ଦୁଇ ସ୍ଥାନ ଉପରକୁ ଉଠି ୧୯ତମ ସ୍ଥାନରେ ଅଛନ୍ତି। ଭାରତର ସେମାନେ ଶ୍ରେଷ୍ଠ ର଼୍ୟାଙ୍କିଙ୍ଗପ୍ରାପ୍ତ ଯୋଡ଼ି।


Enter your email to get our daily news in your inbox.

All Right Reserved By Dharitri.Com

ଚଳନ୍ତା ଟ୍ରେନ୍‌ରେ ମହିଳାଙ୍କ ପ୍ରସବ ବେଦନା, ତାପରେ ହଠାତ୍ ହେଲା…

ଭୁବନେଶ୍ୱର,୨୨।୨(ତ୍ରିନାଥ ମହାନ୍ତି): ଦୂରୋନ୍ତ ଏକ୍ସପ୍ରେସ୍‌ରେ ବେଙ୍ଗାଲୁରୁରୁ ହାଓଡ଼ା ଯାଉଥିଲେ ଜଣେ ଗର୍ଭବତୀ। ଶନିବାର ସକାଳ ୧୦ଟାରେ ଚଳନ୍ତା ଟ୍ରେନରେ ଗର୍ଭବତୀ କାତ୍ରିନା କୁଲୁ ପ୍ରସବଜନିତ ଯନ୍ତ୍ରଣା ପାଇଥିଲେ। ଚଳନ୍ତା…

ପୁଣି ନକ୍ସଲ ଖଞ୍ଜିଥିବା ଲ୍ୟାଣ୍ଡ ମାଇନ ବିସ୍ଫୋରଣ: କୋବ୍ରା ବାଟାଲିୟନର ଦୁଇ ଯବାନ ଗୁରୁତର

ବଣାଇଁ,୨୨।୨(ପ୍ରଦୀପ ତ୍ରିପାଠୀ): ଶନିବାର ଝାରଖଣ୍ଡ ପଶ୍ଚିମ ସିଂହଭୂମ ଜିଲାର ସାରାଣ୍ଡା ଜଙ୍ଗଲ ଅଞ୍ଚଳରେ ନକ୍ସଲ ବିରୋଧୀ ଅଭିଯାନ ସମୟରେ ପୁଣି ଲ୍ୟାଣ୍ଡ ମାଇନ ବିସ୍ଫୋରଣ ଘଟିଥିବା ଜଣାପଡ଼ଛି…

ଝାରସୁଗୁଡାରେ ରକ୍ତାକ୍ତ ରାଜପଥ: ଟ୍ରଲର-ବୋଲେରୋ ମୁହାଁମୁହିଁ ଧକ୍କା, ୫ ପୋଲିସ କର୍ମଚାରୀ ମୃତ

ଝାରସୁଗୁଡା,୨୨।୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ସଦର ଥାନା ସମ୍ମୁଖରେ ରବିବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରେଲର ଏବଂ ପୋଲିସ…

ସ୍ୱଂୟ ସହାୟକ ଦ୍ୱାରା କରାଯାଇଥିବା ଫୁଲ ଚାଷ ଦେଖିଲେ ଜିଲାପାଳ, ପାହାଡ଼ ଚଢ଼ି….

ପଟ୍ଟାଙ୍ଗି,୨୨।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା କୋଟିଆ ପଞ୍ଚାୟତକୁ ଜିଲାପାଳ ମନୋଜ ସତ୍ୟବାନ୍ ମହାଜନ୍ ଗସ୍ତ କରି ପଞ୍ଚାୟତର ବିଭିନ୍ନ କାର୍ଯ୍ୟକ୍ରମ…

ବଗିଚାରେ କାମ କରୁଥିବା ବେଳେ ୨ ଜଣଙ୍କୁ ଦଳିଦେଲା ଦନ୍ତା, ଜଣଙ୍କୁ ଦଳିଲା….

ଦିଗପହଣ୍ଡି,୨୨।୨(ଅଶେଷ ନାଥ ମିଶ୍ର): ଜଲମେରିପଲ୍ଲୀରେ ୨ ଜଣଙ୍କୁ ଦଳିଦେଲା ଦନ୍ତା । ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ପଞ୍ଚାୟତ ଜଲମେରିପଲ୍ଲୀ ଗ୍ରାମର ସିମାଞ୍ଚଳ ରାଉତଙ୍କ ସ୍ତ୍ରୀ…

ବିବାହ ପଞ୍ଜୀକରଣ ପୂର୍ବରୁ ମା’ବାପାଙ୍କୁ ଜଣାଇବେ ପିଲା

ଗାନ୍ଧୀନଗର,୨୨।୨: ବିବାହ ପଞ୍ଜୀକରଣ ପୂର୍ବରୁ ଦମ୍ପତି ସେମାନଙ୍କ ମା’ବାପାଙ୍କୁ ଜଣାଇବା ବାଧ୍ୟତାମୂଳକ ହେବ। ଗୁଜରାଟ ସରକାର ବିବାହ ପଞ୍ଜୀକରଣ ନିୟମାବଳୀରେ ସଂଶୋଧନ ପାଇଁ ବିଧାନସଭାରେ ଶୁକ୍ରବାର ପ୍ରସ୍ତାବ…

ବର୍ଷାରେ ଭିଜିବ ଉପକୂଳ ଓଡିଶା; ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ…

ଭୁବନେଶ୍ୱର, ୨୨।୨: ବଦଳିପାରେ ରାଜ୍ୟର ପାଣିପାଗ। ଭାରତ ମହାସାଗର ଓ ସଲଂଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଆଜି ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ। ଲଘୁଚାପ ସୃଷ୍ଟି…

IND vs PAK: ସେମିଫାଇନାଲରେ ଭାରତକୁ ହରାଇବ ପାକିସ୍ତାନ? ଦାବି କରି ହସିଲେ ପାକିସ୍ତାନୀ ଦିଗଜ୍ଜ; ଦେଖନ୍ତୁ ଭିଡିଓ

ଇସଲାମବାଦ,୨୨।୨: ୨୦୨୬ ଟି୨୦ ବିଶ୍ୱକପର ସେମିଫାଇନାଲରେ ପାକିସ୍ତାନ ଭାରତକୁ ପରାସ୍ତ କରିବ। ଟିମ ଇଣ୍ଡିଆ ସେମିଫାଇନାଲରେ ମଧ୍ୟ ପହଞ୍ଚିପାରିବ ନାହିଁ। ପାକିସ୍ତାନ ପକ୍ଷରୁ ଏପରି ବଡ଼ ଦାବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri