Posted inଖେଳ

ନମ୍ବର ଓ୍ବାନକୁ ଫେରିଲେ ସାତ୍ତ୍ୱିକ-ଚିରାଗ

ନୂଆଦିଲ୍ଲୀ, ୨୨ା୫ (ପି.ଟି.): ଥାଇଲାଣ୍ଡ ଓପନରେ ସଫଳତା ପରେ ଭାରତର ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ପୁଣି ବିଶ୍ୱର ନମ୍ବର ଓ୍ବାନ ର଼୍ୟାଙ୍କିଙ୍ଗ ପୁରୁଷ ଡବଲ୍ସ ବ୍ୟାଡମିଣ୍ଟନ ଯୋଡ଼ି ହୋଇପାରିଛନ୍ତି। ଅଲ୍‌ ଇଂଲଣ୍ଡ ଚାମ୍ପିୟନଶିପ୍‌ର ଦ୍ୱିତୀୟ ରାଉଣ୍ଡରେ ପରାଜୟ ପରେ ଭାରତୀୟ ଯୋଡ଼ି ୩ନମ୍ବର ସ୍ଥାନକୁ ଖସି ଆସିଥିଲା। ପରେ ଚାଇନାରେ ଅନୁଷ୍ଠିତ ଏସିଆନ ଚାମ୍ପିୟନଶିପ୍‌ରେ ସାତ୍ତ୍ୱିକ ଆଘାତପ୍ରାପ୍ତ ହେବାରୁ ଏହି ଯୋଡ଼ିଙ୍କୁ ସ୍ବାକଓଭର ଦେବାକୁ ହୋଇଥିଲା। ଥାଇଲାଣ୍ଡ ଓପନରେ ସେମାନେ କିନ୍ତୁ ଦୃଢ ପ୍ରତ୍ୟାବର୍ତ୍ତନ କରି ରବିବାର ଫାଇନାଲରେ ଚାଇନାର ଚେନ୍‌ ବୋ ୟାଙ୍ଗ ଓ ଲିୟୁ ୟି ଯୋଡ଼ିଙ୍କୁ ସିଧାସଳଖ ଗେମ୍‌ରେ ପରାସ୍ତ କରି ସିଜନରେ ସେମାନଙ୍କର ଦ୍ୱିତୀୟ ଟାଇଟଲ ଜିତିଥିଲେ। ମଙ୍ଗଳବାର ପ୍ରକାଶିତ ବ୍ୟାଡମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ର଼୍ୟାଙ୍କିଙ୍ଗ ତାଲିକାରେ ସେମାନେ ୯୯୬୭୦ ପଏଣ୍ଟ ସହ ଦୁଇ ସ୍ଥାନ ପଦୋନ୍ନତି ପାଇ ୫ ସପ୍ତାହ ପରେ ପୁଣି ପ୍ରଥମ ସ୍ଥାନକୁ ଫେରିଛନ୍ତି। ଅନ୍ୟପକ୍ଷରେ ମହିଳା ସିଙ୍ଗଲ୍ସ ଡବଲ ଅଲିମ୍ପିକ ପଦକ ବିଜେତା ପି. ଭି. ସିନ୍ଧୁ ଗୋଟିଏ ସ୍ଥାନ ତଳଖୁ ଖସି ୧୫ତମ ସ୍ଥାନରେ ରହିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଏଚ୍‌. ଏସ୍‌. ପ୍ରଣୟ ତାଙ୍କ ୯ନମ୍ବର ସ୍ଥାନ ବଜାୟ ରଖିଛନ୍ତି। ପୁରୁଷ ସିଙ୍ଗଲ୍ସ ଟପ୍‌ ୧୦ରେ ସେ ଜଣେ ମାତ୍ର ଭାରତୀୟ ସ୍ଥାନ ପାଇଛନ୍ତି। ଲକ୍ଷ୍ୟ ସେନ୍‌ ୩ ସ୍ଥାନ ତଳଖୁ ଖସି ୧୪ତମ ସ୍ଥାନକୁ ଚାଲି ଆସୁଛନ୍ତି। କିଡାମ୍ବି ଶ୍ରୀକାନ୍ତ (୨୬ତମ), ପ୍ରିୟାଂଶୁ ରାଜାଓ୍ବତ (୩୩ ତମ) ଗୋଟିଏ ଲେଖାଏଁ ସ୍ଥାନ ତଳକୁ ଖସି ଆସିଥିବା ବେଳେ କିରଣ ଜର୍ଜ ୩୬ତମ ସ୍ଥାନକୁ ଚାଲି ଆସିଛନ୍ତି। ମହିଳା ଡବଲ୍ସରେ ତନିଶା କ୍ରାଷ୍ଟୋ ଓ ଅଶ୍ୱିନୀ ପୋନ୍ନାପ୍ପା ଦୁଇ ସ୍ଥାନ ଉପରକୁ ଉଠି ୧୯ତମ ସ୍ଥାନରେ ଅଛନ୍ତି। ଭାରତର ସେମାନେ ଶ୍ରେଷ୍ଠ ର଼୍ୟାଙ୍କିଙ୍ଗପ୍ରାପ୍ତ ଯୋଡ଼ି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri