Categories: ଜାତୀୟ

ଥଣ୍ଡା ପଡିଲେ ଚିରାଗ

ପାଟନା,୧୨ ।୯: ବିହାର ବିଧାନସଭା ନିର୍ବାଚନକୁ ନେଇ ଆରମ୍ଭ ହେଲାଣି ପ୍ରସ୍ତୁତି । ଶନିବାର ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିହାର ଗସ୍ତ କରିଛନ୍ତି । ତାଙ୍କ ଗସ୍ତ ପରେ ଲୋକଜନଶକ୍ତି ପାର୍ଟି(ଏଲ୍‌ଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାଶୱାନ ଥଣ୍ଡା ପଡି ଯାଇଥିବା କୁହାଯାଉଛି । ଏବେ ଚିରାଗ କହୁଛନ୍ତି ଭାଜପା ଯାହା ନିଷ୍ପତ୍ତି ନେବ ସେଥିରେ ସେ ରାଜି । ମୋର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ରହିଛି । ଏଲ୍‌ଜେପି ଆଜି ମୋଦିଙ୍କ ଯୋଗୁ ଏନ୍‌ଡିଏରେ ରହିଛି । ତେବେ ନିକଟରେ ସେ ନୀତୀଶ କ୍‌ୁମାରଙ୍କ ସାମ୍ନାରେ ଯେଉଁସବୁ ସମସ୍ୟା ରଖିଥିଲେ ତାକୁ ନେଇ ପ୍ରଶ୍ନ କରିବାରୁ ସେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଆଗେ ସମସ୍ୟା କହିବିନି ତ କାହାକୁ କହିବି । ମୁଁ କାହାକୁ ଭାରାକ୍ରାନ୍ତ କରିବାକୁ ଚାହୁଁନାହିଁ । କେବଳ ନିଜ କଥା ମୁଁ କହୁଛି । ନୀତୀଶ ଯେହେତୁ ଏନ୍‌ଡିଏର ନେତୃତ୍ୱ ନେଇଛନ୍ତି ମୁଁ ସମସ୍ୟା ସମ୍ପର୍କରେ ତାଙ୍କୁ ସୂଚାଇ ଦେଇଛି । ତେବେ ଆଗକୁ ଯାହା ବି ହେବ ବିହାରର ଭଲ ପାଇଁ ହେବ ବୋଲି ଚିରାଗ କହିଛନ୍ତି । ନିକଟରେ ଚିରାଗଙ୍କ ରାଗକୁ ଦେଖି ପିତା ରାମବିଳାସ ପାଶୱାନ କିହିଥିଲେ ପୁଅର ନିଜର ନିଷ୍ପତ୍ତି ନେବାର ବୟସ ହୋଇଯାଇଛି ।

Share