Categories: ଜାତୀୟ

ଚିରାଗ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ: ଏଲ୍‌ଜେପି

ପାଟନା,୨୯ ।୯: ବିହାର ବିଧାନସଭା ନିର୍ବାଚନକୁ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏନ୍‌ଡିଏ ପକ୍ଷରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ନୀତୀଶ କୁମାର ଓ ମହାମେଣ୍ଟ ପକ୍ଷରୁ ତଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯିବ ବୋଲି ଆଲୋଚନା ହେଉଛି । ହେଲେ ଏଲ୍‌ଜେପି ସ୍ପଷ୍ଟ କହିଛି ଯେ ଦଳ ପକ୍ଷରୁ ଚିରାଗ ପାଶୱାନ ହେଉଛନ୍ତି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି)ର ରାଷ୍ଟ୍ରୀୟ ମହାସଚିବ ଶାହନବାଜ ଅହମ୍ମଦ କୈଫ ମଙ୍ଗଳବାର କହିଛନ୍ତି ନିଶ୍ଚିତ ଭାବେ ଚିରାଗ ପାଶୱାନ ହେଉଛନ୍ତି ଆମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଏଥିରେ କୌଣସି ସନ୍ଦେହ ନାହିଁ । ଅନ୍ୟପଟେ ଜେଡିୟୁ ଓ ଭାଜପା ଆସନ ବଣ୍ଟାକୁ ନେଇ ଚର୍ଚ୍ଚା କରୁଛନ୍ତି । କୁହାଯାଉଛି କି ଏନ୍‌ଡିଏର ୨ ବଡ ଦଳ ମଧ୍ୟରେ ଆସନ ବଣ୍ଟାକୁ ନେଇ କଥା ହୋଇ ସାରିଛି । ୩୦ ସେପ୍ଟେମ୍ବରରେ ଏମାନେ ଆସନ ସମ୍ପର୍କରେ ଘୋଷଣା କରିପାରନ୍ତି । ଏକ ଖବରଦାତା ସମ୍ମିଳନୀ ଆୟୋଜନ କରି ଏମାନେ ଆସନ ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି ।

Share