Categories: ଜାତୀୟ

ଏଲ୍‌ଜେପିରେ ଫାଟ ପରେ ଚିରାଗଙ୍କୁ ଆରଜେଡି-କଂଗ୍ରେସର ଅଫର

ପାଟନା,୧୫।୬: ବିହାର ରାଜନୈତିକ ଏବେ ସରଗରମ ରହିଛି। ଲୋକ ଜନଶକ୍ତି ପାଟି(ଏଲ୍‌ଜେପି)ରେ ଫାଟ ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଏମ୍‌ପି ଚିରାଗ ପାଶଓ୍ବାନ ଏବେ ଏକୁଟିଆ ହୋଇଯାଇଛନ୍ତି। ଏଭଳି ସ୍ଥିତିରେ ଏବେ ବିରୋଧୀ ଦଳ ଚିରାଗଙ୍କୁ ଅଫର ଦେବାକୁ ଆରମ୍ଭ କରିଥିବା ଜଣାପଡ଼ିଛି। କଂଗ୍ରେସ ହେଉ ବା ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସମସ୍ତେ ଚିରାଗଙ୍କୁ ସେମାନଙ୍କ ସହ ହାତ ମିଳାଇବାକୁ ଇଛା ପ୍ରକାଶ କରିଥିବା ଚର୍ଚ୍ଚା ହେଉଛି। ଶୁଣିବାକୁ ମିଳିଛି, ଆରଜେଡି ଓ କଂଗ୍ରେସ ପକ୍ଷରୁ ଚିରାଗଙ୍କୁ ଅଫର ଦିଆଯାଇଛି। ବର୍ତ୍ତମାନ ପରିସ୍ଥିତିରେଳ ସେ ଏନ୍‌ଡିଏଠାରୁ ଅଲଗା ହୋଇ ବିରୋଧୀଙ୍କୁ ମଜଭୁତ କରିବା ଲାଗି ଏକାଠି ହୁଅନ୍ତୁ ବୋଲି କୁହାଯାଇଛି। ସେହିପରି ଆରଜେଡିର ବିଧାୟକ ଭାଇ ବିରେନ୍ଦ୍ର କହିଛନ୍ତି, ବିହାରର ବର୍ତ୍ତମାନ ରାଜନୈତିକ ପରିସ୍ଥିତିରେ ଚିରାଗ ଓ ତେଜସ୍ବୀ ଏକାଠି ହେବା ପାଇଁ ପାଗ ଅନୁକୂଳ ରହିଛି। ତେଣୁ ଚିରାଗ ତେଜସ୍ବୀଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ପାଇଁ ସାହାଯ୍ୟ କରନ୍ତୁ ଏବଂ ନିଜେ ଦିଲ୍ଲୀରେ ଦଳର ରାଜନୀତି ସମ୍ଭାଳନ୍ତୁ ବୋଲି ଭାଇ ବିରେନ୍ଦ୍ର କହିଛନ୍ତି। ଅନ୍ୟପଟେ କଂଗ୍ରେସର ବରିଷ୍ଠ ନେତା ପ୍ରେମଚନ୍ଦ୍ର ମିଶ୍ରା କହିଛନ୍ତି, ଚିରାଗ କଂଗ୍ରେସରେ ସାମିଲ ହୋଇ ବିରୋଧୀଙ୍କୁ ମଜଭୁୁତ କରନ୍ତୁ।

Share