Categories: ଜାତୀୟ

୫ ଏମ୍‌ପିଙ୍କୁ ଦଳରୁ ବିଦା କଲେ ଚିରାଗ

ନୂଆଦିଲ୍ଲୀ,୧୫ା୬: ଚିରାଗ ପାଶ୍ୱାନଙ୍କ ନେତୃତ୍ୱାଧୀନ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି)ରେ କନ୍ଦଳ ଓ ଫାଟ ବଢ଼ିବାରେ ଲାଗିଛି। ଚିରାଗଙ୍କ ଗୋଷ୍ଠୀ ମଙ୍ଗଳବାର ୫ ବିଦ୍ରୋହୀ ଏମ୍‌ପିଙ୍କୁ ଦଳରୁ ବହିଷ୍କାର କରିଛନ୍ତି।

ଏଲ୍‌ଜେପି ପ୍ରତିଷ୍ଠାତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ରାମବିଳାସ ପାଶ୍ୱାନଙ୍କ ସାନଭାଇ ପଶୁପତି କୁମାର ପାରସଙ୍କ ଗୋଷ୍ଠୀ ଚିରାଗଙ୍କୁ ଦଳର ଅଧ୍ୟକ୍ଷ ପଦରୁ ବିଦା କରିବା ପରେ ଏହା ହେଉଛି ଚିରାଗଙ୍କ ପ୍ରଥମ କାର୍ଯ୍ୟାନୁଷ୍ଠାନ। ଉଭୟ ପକ୍ଷ ବର୍ତ୍ତମାନ ଏଲ୍‌ଜେପିର ଲଗାମ ନିଜ ହାତରେ ରଖିବାକୁ ଉଦ୍ୟମ କରୁଛନ୍ତି। ଦୁଇ ଗୋଷ୍ଠୀ ଦଳର ପ୍ରତିନିଧିତ୍ୱ କରୁଥିବା ଦାବି କରୁଥିବାରୁ ଏହି ବିଷୟ ଏବେ ନିର୍ବାଚନ କମିଶନଙ୍କ ପାଖରେ ପହଞ୍ଚତ୍ବ।

ପଶୁପତିଙ୍କ ଗୋଷ୍ଠୀର ୫ ଏମ୍‌ପି ସୋମବାର ଅଲଗା ହୋଇଥିଲେ। ସେମାନେ ପଶୁପତିଙ୍କୁ ଲୋକ ସଭାରେ ଦଳର ନେତା ବାଛିବା ସହ ବାଚସ୍ପତିଙ୍କୁ ଏହି ବିଷୟ ଅବଗତ କରାଇଥିଲେ। ଲୋକ ସଭା ସେକ୍ରେଟାରିଏଟ୍‌ ପଶୁପତିଙ୍କୁ ଗୃହରେ ଏଲ୍‌ଜେପି ନେତା ରୂପେ ସ୍ବୀକୃତି ଦେଇଛି।

Share