Posted inଫୁରସତ

କର୍ମ ତୋହର ନିଜ ଗୁରୁ…

ଘର ଦ୍ୱାର, ପରିବାର ବା ସଂସାରର ମୋହ ମାୟା ତୁଟାଇ ଜଙ୍ଗଲରେ କିମ୍ବା ହିମାଳୟରେ ରହି ସାଧନା କଲେ ଯେ ଈଶ୍ୱର ମିଳିବେ ସେକଥା ନୁହେଁ, ତୁମେ ଯିଏ ଯେଉଁ ବୃତ୍ତିରେ ନିୟୋଜିତ ଅଛ, ସେଇ ବୃତ୍ତିକୁ ମନ ଲଗାଇ କର । ମନ ପ୍ରାଣ ଦେଇ ବୃତ୍ତିକୁ ଆହୁରି ଉନ୍ନତ କରିବା ପାଇଁ ଚିନ୍ତା କର। ଅନ୍ୟାୟ, ଅନୀତି, ଅନ୍ୟକୁ ଠକିବା ଆଦି କାର୍ଯ୍ୟରେ ଲିପ୍ତ ନ ରହି ସତ୍‌ ଉପାୟରେ ଧନ ଉପାର୍ଜନ କର। ଦେଖିବ, ତାହା ହିଁ ଧୀରେ ଧୀରେ ତୁମକୁ ସିଦ୍ଧି ଆଡ଼କୁ ବାଟ କଢ଼େଇ ନେବ । ଯଦି କେହି ଭାବୁଥାନ୍ତି ଧ୍ୟାନ ଧାରଣା ନ କରି, ଜପ ତପ ନ କରି କୌଣସି ମଠ ମନ୍ଦିର ଆଶ୍ରମକୁ ନ ଯାଇ, ତଥାକଥିତ କୌଣସି ଆଧ୍ୟାତ୍ମିକ ସାଧନା ନ କରି କେବଳ ସାଂସାରିକ କାର୍ଯ୍ୟକୁ ଠିକ୍‌ ଢଙ୍ଗରେ କଲେ ଈଶ୍ୱର ଯେ ମିଳିଯିବେ, ଏ କଥା କାହିଁକି ବିଶ୍ୱାସଯୋଗ୍ୟ ମନେହେଉନି? ତ ସେଇ ବ୍ୟକ୍ତିମାନଙ୍କ ପାଇଁ ଆଜି ଏ ସତ୍ୟ ଘଟଣାଟି କହୁଛି । ଏହା ଅନ୍ୟ କେଉଁ ଯୁଗର କିମ୍ବା ପୌରାଣିକ କଥା ନୁହେଁ । ଆମରି ସମୟର କଥା। ଏଇ କଳିଯୁଗର କଥା।

ତପସ୍ବୀ ଜାଜଳି ମହାତ୍ମା ତୁଳାଧାରଙ୍କ ସିଦ୍ଧି ବିଷୟରେ ବହୁ ଲୋକଙ୍କଠାରୁ ଶୁଣିସାରିବା ପରେ ମନେ ମନେ ଭାବିଲେ ମୁଁ ଆଜି ପର୍ଯ୍ୟନ୍ତ କେତେ ପୂଜା ପାଠ, ପ୍ରାର୍ଥନା ଆଦି କାର୍ଯ୍ୟକ୍ରମ କଲିଣି । ବ୍ରହ୍ମଚାରୀ ଜୀବନ ବି ଅତିବାହିତ କରୁଛି । ୨୪ ଘଣ୍ଟାରୁ ୨୨ ଘଣ୍ଟା କେବଳ ଆଧ୍ୟାତ୍ମିକ ସାଧନାରେ ହିଁ ମୋର ସମୟ ବିତୁଛି । ଅଥଚ ମୋ ପାଖରେ କିଛି ସିଦ୍ଧି ନାହିଁ । ତୁଳାଧାରଙ୍କ ପରି ମୋର ପ୍ରଶଂସକ ବି କେହି ନାହାନ୍ତି । ଏହାର ରହସ୍ୟ ଭେଦକରିବାକୁ ଇଚ୍ଛା କରି ଜାଜଳି ତୁଳାଧାରଙ୍କ ନିକଟକୁ ଯିବା ପାଇଁ ମନସ୍ଥ କଲେ ।

ତୁଳାଧାର ଥିଲେ ବୈଶ୍ୟ । ତାଙ୍କର ଗୋଟିଏ ଦୋକାନ ଥିଲା । ଲୋକଙ୍କଠାରୁ ଠିକଣା ପଚାରି ବୁଝି ଜାଜଳି ତୁଳାଧାରଙ୍କ ପାଖରେ ପହଞ୍ଚତ୍ଲା ବେଳକୁ ଦୋକାନରେ ଗ୍ରାହକମାନଙ୍କ ଭିଡ଼ ଥିଲା । ଅନ୍ୟ ଦୋକାନୀମାନଙ୍କ ପରି ତୁଳାଧାର ବି ବ୍ୟବସାୟରେ ବ୍ୟସ୍ତ ଥାନ୍ତି । ଇୟେ ପୁଣି ସାଧୁ ! ପକ୍କା ବ୍ୟବସାୟୀ ପରି ଜଣାଯାଉଥିବା ଏ ଲୋକଟା ପୁଣି ସିଦ୍ଧି କେମିତି ପାଇଲା? ଇୟେ ବୋଧେ ରାତିରେ କିଛି ତନ୍ତ୍ର ମନ୍ତ୍ର ସାଧନ କରୁଥିବ । ଏୟା ଭାବି ତାଙ୍କ ଠେଇ ମନ ନ ମାନିବାରୁ ମୁହଁ ଫେରାଇ ଯିବାକୁ ବସିଥିବା ବେଳେ ହଠାତ୍‌ ପଛ ପଟୁ ଶୁଭିଲା – ଅପେକ୍ଷା କରନ୍ତୁ ମହାଶୟ । ମୋ ସାଧନା ବାବଦରେ ଜାଣିବା ପାଇଁ ଆସିଛନ୍ତି ପରା । ନ ଜାଣି ପଳାଉଛନ୍ତି କେମିତି?

ସ୍ତବ୍ଧ ହୋଇଗଲେ ଜାଜଳି ! ପ୍ରଥମ ଦେଖା । ପରିଚୟ ବି ନାହିଁ । ମନର କଥାକୁ ବି ସେ ଜାଣି ପାରୁଛନ୍ତି । କେମିତି? ପାଟିରୁ କଥା ବାହାରିଲା ନାହିଁ ଜାଜଳିଙ୍କର। ତହୁଁ ତୁଳାଧାର କହିଲେ – ଏ ଦୋକାନ ହେଉଛି ମୋର ମନ୍ଦିର ମଠ ସବୁକିଛି । ବ୍ୟବସାୟରେ କାହାକୁ ଠକେନି । ଅନୁଚିତ ଦାମ ନିଏନି । କୌଣସି ପ୍ରକାର ଭେଜାଲ ଦ୍ରବ୍ୟ ମୁଁ ବିକେନି । ଶାନ୍ତ ଓ ଦୁଷ୍ଟ – ଉଭୟ ପ୍ରକାର ଗ୍ରାହକଙ୍କୁ ଉତ୍ତମ ବ୍ୟବହାର ଦେଖାଏ ।
ଓଜନରେ କାହାକୁ ଠକେନି l ଗରିବଗୁରୁବାଙ୍କୁ ଯଥାସାଧ୍ୟ ସାହାଯ୍ୟ କରେ । ଦାନ ପୁଣ୍ୟ ବି କରେ । ଦୋକାନକୁ ଆସୁଥିବା ପ୍ରତ୍ୟେକ ଗ୍ରାହକଙ୍କୁ ମୁଁ ସାକ୍ଷାତ୍‌ ନରହରିଙ୍କ ରୂପ ବୋଲି ଭାବି ଅନ୍ତରରେ ପ୍ରଣାମ ନିବେଦନ କରେ । ମୁଁ ଭାବେ ସଚୋଟତାର ସହ ବ୍ୟବସାୟ କରି ତାହାରି ଭିତରେ ଐଶ୍ୱରିକ ଭାବନା ରଖିଲେ ପ୍ରଭୁ କୃପା ମିଳିବ, ଯାହାର ଉଦାହରଣ ମୁଁ ନିଜେ । ସଂସାରର ସବୁ ଲୋକ କ’ଣ ଘରଦ୍ୱାର ଛାଡି ବା ସମୟ ବାହାର କରି ସାଧନା କରିପାରିବେ? ଆଦୌ ସମ୍ଭବ ନୁହେଁ ।

କର୍ମ ସହ ଈଶ୍ୱରଙ୍କୁ ଯୋଡି ଦେଲେ ପ୍ରତ୍ୟେକ କର୍ମରେ ହିଁ ସିଦ୍ଧିର ଫୁଲ ଫୁଟିବ। ମନେରଖ, ମୁଁ ଯାହା ସିଦ୍ଧି ପାଇଛି ଏଇ କର୍ମରୁ ହିଁ ପାଇଛି l ନିଜ ଆଖିରେ ପ୍ରଥମ ଥର ପାଇଁ ଏଭଳି ଏକ ଉଦାହରଣୀୟ ସାଧକ ଦେଖି ଜାଜଳି ତୁଳାଧାରଙ୍କ ପାଦତଳେ ଲୋଟିପଡିଲେ। ପାଠକେ! ପ୍ରଥମରୁ କହିଛି ଯେ ଉପରୋକ୍ତ କଥାଟି ଆଦୌ କାହାଣୀ ନୁହେଁ। ସତ୍ୟ କଥା । ସକାଳୁ ରାତିରେ ଶୟନ କରିବା ପର୍ଯ୍ୟନ୍ତ ଆମେ ଯେଉଁ ଯେଉଁ କର୍ମ କରୁ ସେଇ ସେଇ କର୍ମ ସହିତ ଐଶ୍ୱରୀୟ ଚେତନାଟିକୁ ମଧ୍ୟ ସଂଯୁକ୍ତ କରି ରଖାଯାଇପାରେ । ଦେଖିବେ, ଏ ପ୍ରକାର କର୍ମର ଫଳ ବା ପରିଣତି ଅତି ଚମତ୍କାର ହେବ । ଆଉ ଗୋଟିଏ କଥା କହୁଛି। କର୍ମ କରିବା ସହିତ ସେଥିରେ ବିବେକ -ବୁଦ୍ଧିର ସମିଶ୍ରଣ ଘଟିଲେ କର୍ମ କରିବାର ଅଶେଷ ସୁଖ ମଧ୍ୟ କର୍ତ୍ତାକୁ ପ୍ରାପ୍ତ ହେବ । ଶୁଣନ୍ତୁ ନିମ୍ନ ପ୍ରସଙ୍ଗକୁ।

ପ୍ରଜାମାନଙ୍କ ସୁଖ ଦୁଃଖ ବୁଝିବା ପାଇଁ ରାଜା ବେଳେ ବେଳେ ଛଦ୍ମ ବେଶରେ ମାସେ କି ଦି ମାସେରେ ଥରେ ଏମିତି ରାଜ୍ୟ ବୁଲିବା ପାଇଁ ଯାଆନ୍ତି । ସେଦିନ ବି ଯାଇଥିଲେ । କିନ୍ତୁ ଅସୁବିଧାଟି ହେଲା ସା ହୋଇଯିବାରୁ ରାଜନଅରକୁ ଫେରିବା ପାଇଁ ଆଉ ସମୟ ହେଲା ନାହିଁ । ଜନପଦରେ ନ ରହି ସେଇ ଛଦ୍ମ ବେଶରେ ସେ ନିକଟରେ ଥିବା ଏକ ଜଙ୍ଗଲକୁ ଚାଲିଗଲେ ରାତ୍ରିଯାପନ ନିମନ୍ତେ।

ରାତ୍ରି ଠିକ୍‌ ଏଗାରଟା ବେଳକୁ ଗୋଟିଏ ବଳଦର ବିକଳ ହମ୍ବାରଡ଼ି ଶୁଣି ସେ ବିପଦରେ ପଡିଥିବାର ଅନୁମାନ କରି ରାଜା ଧ୍ୱନି ଆସୁଥିବା ଦିଗରେ ଦୌଡ଼ିଲେ । କିଛି ବାଟ ଗଲା ପରେ ସତକୁ ସତ ପୋଖରୀରେ ଥିବା ପଙ୍କ ଭିତରେ ବଳଦଟିଏ ଫସି ଯାଇଥିବା ରାଜା ଦେଖି ସେ ବି ପଙ୍କ ଭିତରେ ପଶିଲେ । ରାତି ଅଧରେ ରାଜା ଏକୁଟିଆ ବିଭିନ୍ନ କୌଶଳ ପ୍ରୟୋଗ କଲେ ମଧ୍ୟ ବଳଦଟିକୁ ପଙ୍କରୁ ଉଦ୍ଧାର କରିବାରେ ବିଫଳ ହେଲେ । ହେଲେ ପଛକୁ ଚାହିଁଲା ବେଳକୁ ଏକ ସିଂହ ବଳଦର ବୋବାଳି ଶୁଣି ତାକୁ ଶିକାର କରିବା ପାଇଁ ପୋଖରୀ କୂଳରେ ଆସି ହାଜର । ରାଜା ବଳଦ ବାବଦରେ ଆଉ ଅଧିକ କିଛି ଚିନ୍ତା ନ କରି ନିଜର ଖଣ୍ଡା ବାହାର କରି ସିଂହକୁ ଜଗିରହିଲେ।

ରାଜାଙ୍କ ଏପରି ସ୍ଥିତି ଦେଖି ପୋଖରୀ କୂଳରେ ଥିବା ଏକ ଗଛରେ ବସିଥିବା ତୋତା ପକ୍ଷୀଟିଏ ରାଜାଙ୍କୁ ପଚାରିଲା – ହେ ରାଜନ ! ଆପଣ କାହିଁକି ରାତି ଅନିଦ୍ରା ହୋଇ ବଳଦଟିକୁ ରକ୍ଷା କରିବା ପାଇଁ ଉଦ୍ୟମ କରୁଛନ୍ତି? ସେ ସେଇ ପଙ୍କରେ ରହି କିଛିଦିନ ପରେ ମରିଯାଇ ପାରେ କିମ୍ବା ଏ ସିଂହ ଆଜି ନ ହେଲେ ବି କାଲି ବଳଦଟିକୁ ନିଜର ଶିକାର ବନାଇ ପାରେ ।
ଏଠିକି ଆଉ କିଛି ବନ୍ୟଜନ୍ତୁ ଯଦି ଆସିଯାନ୍ତି, ତେବେ ଆପଣଙ୍କ ଜୀବନ ମଧ୍ୟ ବିପଦରେ ପଡ଼ିବ । ତେଣୁ ଆପଣ ଏଠାରୁ ତୁରନ୍ତ ପଳାଇ ଯାନ୍ତୁ । ରାଜା ଉତ୍ତର ଦେଲେ – ହେ ତୋତା, ତୁମେ ଯାହା କହିଲ ଠିକ୍‌। ତୁମକୁ ଅଶେଷ ଧନ୍ୟବାଦ । କିନ୍ତୁ ତୁମେ ଜାଣି ନାହଁ ଯେ ମୁଁ ଜଣେ ରାଜା ବୋଲି । ତୁମର ଏହି ଉପଦେଶ ଜଣେ ସାଧାରଣ ବ୍ୟକ୍ତି ପାଇଁ ହୁଏତ ଠିକ୍‌ ହୋଇପାରେ କିନ୍ତୁ ଜଣେ ରାଜା ପାଇଁ ଆଦୌ ନୁହେଁ । ମୁଁ ରାଜା । ବଳଦ ମୋର ପ୍ରଜା। ପ୍ରଜା ଅସୁବିଧାରେ ପଡିଥିବାବେଳେ ତାକୁ ସାହାଯ୍ୟ ପ୍ରଦାନ କରିବା ମୋର ଧର୍ମ ଆଉ କର୍ତ୍ତବ୍ୟ । ନିଜକୁ ତ ସମସ୍ତେ ରକ୍ଷା କରନ୍ତି କିନ୍ତୁ ଅନ୍ୟକୁ ରକ୍ଷା କରିବାରେ ବା ଅନ୍ୟ ପାଇଁ ଜୀବନ ଦେବାରେ ହିଁ ବାସ୍ତବ ମନୁଷ୍ୟତା ନିହିତ ଥାଏ । ତେଣୁ ରାତି ପାହୁ ପଛେ ଏ ସିଂହର ଆକ୍ରମଣରୁ ବଳଦକୁ ରକ୍ଷା କରିବା ପାଇଁ ମୁଁ ଏମିତି ଅନିଦ୍ରାରେ ବସିରହିବି ।
ରାଜାଙ୍କ ଏତିକି କଥାରେ ତୋତା ପକ୍ଷୀଟି କୁଆଡ଼େ ଅଦୃଶ୍ୟ ହୋଇଗଲା । ରାଜା ଚାରିଆଡ଼କୁ ଅନାଇଲେ କିନ୍ତୁ ଆଶ୍ଚର୍ଯ୍ୟ ! ସେତେବେଳକୁ ନା ବଳଦ ଥିଲା ନା ସିଂହ । କେହି ନାହାନ୍ତି । ଏ କି କଥା! ରାଜାଙ୍କ ମୁଣ୍ଡ ଘୂରିଗଲା ।

ଏହି ସମୟରେ ଆକାଶବାଣୀ ହେଲା – ବତ୍ସ ! ମୁଁ ଜଣେ ଜଙ୍ଗଲୀ ଦେବତା କହୁଛି । ତୋତା ରୂପରେ ତୁମକୁ ପରୀକ୍ଷା କରିବାକୁ ଆସିଥିଲି । ରାଜା ହିସାବରେ ତୁମର କର୍ତ୍ତବ୍ୟ ପ୍ରତି ଥିବା ଅଙ୍ଗିକାରବଦ୍ଧତା ଦେଖି ମୁଁ ଖୁବ୍‌ ଖୁସି । ଜୀବନ ଥିବା ପର୍ଯ୍ୟନ୍ତ ଖୁବ୍‌ ଖୁସିରେ ନିଷ୍କଣ୍ଟକ ରାଜ୍ୟ ଭୋଗ କର -ଏତିକି ମୋର ଆଶୀର୍ବାଦ ।
ଠିକ୍‌ ଏତିକି ବେଳେ ରାଜାଙ୍କ ନିଦ ଭାଙ୍ଗିଗଲା। ରାତି ପାହି ଆସୁଥିଲା । ସ୍ବପ୍ନରେ ବି ନିଜ ପ୍ରଜାଙ୍କ ହିତ କଥା ଚିନ୍ତା କରୁଥିବାର ଜାଣି ରାଜା ଅଶେଷ ଆତ୍ମସନ୍ତୋଷ ଲାଭ କରି ଏବେ ରାଜ ନଅରମୁହଁା ହେବାକୁ ଉଦ୍ୟତ ହେଲେ ।
ପାଠକେ! ଭାବୁଚି ଏ ଦୁଇଟି ପ୍ରସଙ୍ଗ ଆପଣଙ୍କ ଜୀବନରେ କର୍ମ କରିବାର ଧାରାରେ ନିଶ୍ଚେ ଦିବ୍ୟତା ଭରିଦେବ ବୋଲି ।

– ପ୍ରିନ୍ସିପାଲ, ଆପେକ୍ସ ଆଇଟିଆଇ, ପତ୍ରକଣା, କସର୍ଦା, କଟକ
ମୋ -୯୪୩୭୨୯୨୬୯୯


Enter your email to get our daily news in your inbox.

All Right Reserved By Dharitri.Com

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

ଧ୍ୱଂସ ହୋଇଯିବ ବିଶ୍ୱ! ଇସ୍ରାଏଲରେ ଏକ ଲାଲ ବାଛୁରୀ ଜନ୍ମ ହେବା ପରେ ଆତଙ୍କ ସୃଷ୍ଟି, ଭବିଷ୍ୟବାଣୀ କରିଥିଲେ…

ଇତିହାସରେ, ବିଶ୍ୱର ଶେଷ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ୨୦୧୨ରେ ଥିଲା, ଯେତେବେଳେ ଦାବି…

ବୈଜ୍ଞାନିକଙ୍କ ବଡ଼ ଚେତାବନୀ, ଏହି ସ୍ଥାନରେ ଆକାଶରୁ ହେବ ରକ୍ତ ବର୍ଷା, ପରେ ବିଶ୍ୱରେ ଘଟିବ…

ବୈଜ୍ଞାନିକମାନେ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ଆଗାମୀ ଦିନରେ ପରିସ୍ଥିତି ଗମ୍ଭୀର ହେବାକୁ ଯାଉଛି। କୋପର୍ନିକସ ଆଟମୋସ୍ଫିଅର୍‌ ମନିଟରିଂ ସର୍ଭିସ (CAMS)ର ବିଶେଷଜ୍ଞଙ୍କ ଅନୁଯାୟୀ,…

୩ୟ ବିଶ୍ୱଯୁଦ୍ଧକୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ଯୁଦ୍ଧକୁ ଡେଇଁବେ ଏସବୁ ଦେଶ!

ବଢ଼ୁଥିବା ବିଶ୍ୱ ଉତ୍ତେଜନା ମଧ୍ୟରେ, ବାବା ଭେଙ୍ଗାଙ୍କ ତୃତୀୟ ବିଶ୍ୱଯୁଦ୍ଧର ଭବିଷ୍ୟବାଣୀ ପୁଣି ଥରେ ସୋସିଆଲ ମିଡିଆରେ ଟ୍ରେଣ୍ଡିଂ ଆରମ୍ଭ କରିଛି, ବିଶେଷକରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri