Posted inଫୁରସତ

ମୋର ଆଠ ଲାଭ, ତୁମର ଦୁଇ କ୍ଷତି !

ବନବାସ କାଳରେ ପ୍ରଭୁ ରାମ ଅଯୋଧ୍ୟାରୁ ପ୍ରସ୍ଥାନ କରି ପହଞ୍ଚିଲେ ଶୃଙ୍ଗବେରପୁରରେ l ସେଠାରେ ଗୁହକଙ୍କ ଆତିଥ୍ୟ ସ୍ବୀକାର କରି ପରଦିନ ଗଙ୍ଗା ପାର ହେବା ନିମନ୍ତେ ବାହାରିଲେ l ଘାଟ ଗୋଟିଏକୁ ଡଙ୍ଗା ବି ଗୋଟିଏ l ତଳେ ଗଙ୍ଗା, ତା’ ଉପରେ ଡଙ୍ଗା, ତା’ ଉପରେ ମଣିଷଟିଏ ବସିଛି l ତା’ ମନ ବି ଭଙ୍ଗା l ସେ ମଣିଷଟି କିଏ?  ତା’ ମନଟି କାହିଁକି ଭଙ୍ଗା?? ପାଠକେ ! ସେ ମଣିଷଟି ଜଣେ ଯାହିତାହି ମଣିଷ ନୁହେଁ l ଜ୍ଞାନୀ ବି ନୁହେଁ l ସେ ହେଉଛି ଜଣେ ବିଜ୍ଞାନୀ ମଣିଷ l ଜାତିରେ କୈବର୍ତ୍ତ l ଡଙ୍ଗା ବାହିବା ହିଁ ତା’ର ବୃତ୍ତି l ଧୀବର l ତା’ର ହାବୁଡ଼ରେ ଆଜି ପଡିଛନ୍ତି ପ୍ରଭୁ ରାମ, ଲକ୍ଷ୍ମଣ ଆଉ ମା’ ସୀତା l ଗଙ୍ଗା ନଦୀ ଆରପଟକୁ ଯିବେ l ପାରି କରାଇବା ପାଇଁ ଏକମାତ୍ର ସାହାରା ହେଉଛି ସେଇ ଧୀବର l
ପ୍ରଭୁ ତାକୁ ମିନତି କରି କହିଲେ – ହେ ଧୀବର ! ଡଙ୍ଗାଟିକୁ ଆଣ l ଆମକୁ ପାରି କରି ନିଅ l ଧୀବର କହିଲା, ପାରି କରାଇବି ଯେ ପ୍ରଥମେ ଆପଣଙ୍କ ପାଦ ଧୌତ କରିବା ପାଇଁ ମୋତେ କୁହନ୍ତୁ l ପ୍ରଭୁ ଚୁପ ରହିଲେ l
ଧୀବର କହିଲା – ମୁଁ ଆପଣଙ୍କ ଠୁ ମାହାସୁଲ ଆଦୌ ନେବିନି l ମାଗଣାରେ ପାର କରାଇ ଦେବି l ଯଦି ମୋ କଥାରେ ବିଶ୍ୱାସ ହେଉନି ତେବେ ତୁମ ପିତା ଦଶରଥଙ୍କ ରାଣ ପକାଇ କହୁଛି ମୁଁ ଟଙ୍କାଟିଏ ବି ନେବିନି l
 ସାମାନ୍ୟ ଜଣେ ଧୀବର ନିଜ ପିତା ଦଶରଥଙ୍କ ନାଁରେ ରାଣ ପକାଇବା ଶୁଣି ପାଖରେ ଠିଆ ହୋଇଥିବା ଲକ୍ଷ୍ମଣ ଚି଼ଇଁକି ଉଠିଲେ l ଧନୁରେ ଶର ଯୋଖି ଧୀବରକୁ ମାରିବା ପାଇଁ ଉଦ୍ୟତ ହେଲେ ସେ l
ଲକ୍ଷ୍ମଣଙ୍କ କ୍ରୋଧ ରୂପ ଦେଖି ଆଉ କିଏ ହୋଇଥିଲେ ଡରିଯାଇଥାନ୍ତା କିନ୍ତୁ ବିଜ୍ଞାନୀ ଧୀବର ହସି ହସି ଉତ୍ତର ଦେଲା – କାଇଁ ଆପଣ ରାଗୁଚନ୍ତି? ମୋତେ ମାରିଲେ ଆପଣଙ୍କ କ୍ଷତି ହେବ ଦୁଇ l ମୋର କିନ୍ତୁ ଲାଭ ହେବ ଆଠ l
ଲକ୍ଷ୍ମଣ ଅଳ୍ପ ଟିକେ ଶାନ୍ତ ପଡ଼ି କହିଲେ – ମୋର କ’ଣ କ୍ଷତି  ହେବ କହିଲୁ ଦେଖି?
 ଆପଣଙ୍କ ପ୍ରଥମ କ୍ଷତି ହେବ ଏଇୟା ଯେ ଆଜି ରାତି ପାହିଲେ କାଲି ସବୁ ଆଡ଼େ ଚର୍ଚ୍ଚା ହେବ ଯେ ”ସାମାନ୍ୟ ପାଦ ଧୋଇବାକୁ କେନ୍ଦ୍ର କରି ଲକ୍ଷ୍ମଣଙ୍କ ତୀର ମାଡ଼ରେ ଧୀବର ନିହତ“ l ଆପଣଙ୍କ ନାଁ ଗାଁ ପଡ଼ିବ l ଆଉ ଦ୍ୱିତୀୟ କ୍ଷତିଟା  ବି ଶୁଣି ନିଅ l ଆମ ବନ୍ଧୁବର୍ଗରେ ଯେତେବେଳେ ଜାଣିବେ ଯେ, ବିନା ଦୋଷରେ ମୋତେ ତୁମେ ମାରିଛ ବୋଲି ସେତେବେଳେ ସେମାନେ ସମସ୍ତେ ଏଠାକୁ ଆସିବେ l ଆପଣ ତିନିଜଣଙ୍କୁ କେହି ବି ନଦୀ ପାର କରାଇବେନି ବୋଲି ଘୋଷଣା କରିବେ l
ଆପଣମାନେ ନଦୀର  ଏଇ ପଟେ ରହିଯିବେ l ଫଳରେ ବନବାସ ଶପଥ ଆଉ ପୂରଣ ହୋଇପାରିବ ନାହିଁ l
 ତେବେ ତୁମର ଆଠ ଲାଭ କେମିତି ହେବ ଧୀବର? – କ୍ରୁଦ୍ଧ ଲକ୍ଷ୍ମଣ ପଚାରିଲେ l
ଟିକେ ରହି ଧୀବର କହିଲା, ମୋର ପ୍ରଥମ ଲାଭ ହେଉଛି ଯେ ମୁଁ ଆପଣଙ୍କ ହାତରେ ମରିବି l ଆପଣ ଶେଷ ନାଗଙ୍କ ଅବତାର l ଏ ଶରୀର କେତେବେଳେ କୋଉ ରୋଗ ବ୍ୟାଧିରେ ମରିଥାନ୍ତା ଜଣା ନାହିଁ l ଆପଣଙ୍କ ହାତରେ ମରିବା ମୋର ଅହୋ ଭାଗ୍ୟ ଅଟେ l
ଦ୍ୱିତୀୟ ଲାଭ – ମୋର ମୃତ୍ୟୁ ଗଙ୍ଗାନଦୀ ପରି ଏକ ପବିତ୍ର ତୀର୍ଥ ସ୍ଥାନରେ ହେବ l ମୃତ୍ୟୁ କେତେବେଳେ ଘରେ, ରାସ୍ତା ଉପରେ, ଡାକ୍ତରଖାନା କିମ୍ବା ହୋଟେଲରେ ଆସି ପାରେ କିନ୍ତୁ ମୋ ମୃତ୍ୟୁ ଗଙ୍ଗା ନଦୀ ପରି ଏକ ପବିତ୍ର ସ୍ଥାନରେ ହେବ, ଏହା କ’ଣ କମ୍‌ ସୌଭାଗ୍ୟର କଥା !!
 ଆଶ୍ଚର୍ଯ୍ୟ ହୋଇ  ଚାହିଁଥାନ୍ତି ଲକ୍ଷ୍ମଣ  l ହାତରେ ଧନୁଶର ସେମିତି ଥାଏ। ଏଣେ ଧୀବର ବି କୋଉ ଛାଡ଼ିବାର ଲୋକ l ସେମିତି ସେ କହି ଚାଲିଥାନ୍ତି l ମୋର ତୃତୀୟ ଲାଭ ହେଉଛି ଯେ ମୁଁ ମଲା ବେଳେ ସୀତା ରାମଙ୍କୁ ଦର୍ଶନ କରି ମରିବି l ଏମିତି ଭାଗ୍ୟ କେତେ ଲୋକଙ୍କ ଭାଗ୍ୟରେ ଜୁଟେ? ମଲା ବେଳେ ମଲା ଲୋକର ମୁହଁରେ ପରିବାର ଲୋକେ ଗଙ୍ଗାପାଣି ଦିଅନ୍ତି l ମୋତେ ତୁମେ ଶରବିଦ୍ଧ କରିବ ତ ମୋ ଶରୀର ଯାଇ ପଡ଼ିବ ଗଙ୍ଗାରେ l ଗଙ୍ଗାପାଣି ଆପେ ଆପେ ମୋ ପାଟିରେ ପଶିବ l ଏଥର କୁହ, ଏହା ମୋର ଚତୁର୍ଥ ଲାଭ ନା ନାହିଁ?
ଲକ୍ଷ୍ମଣ ଚୁପ ଥାଆନ୍ତି l ଧୀବର କହିଲା, ମୋର ପଞ୍ଚମ ଲାଭ ଶୁଣ l ମଲା ପରେ ମାଲ ଭାଇମାନେ ଶବକୁ କାନ୍ଧେଇ ମଶାଣି ପର୍ଯ୍ୟନ୍ତ ନିଅନ୍ତି l ହେ ଲକ୍ଷ୍ମଣ ! ମୋତେ ମାରିଲେ ତୁମେ ହିଁ ମୋର ମାଲଭାଇ ହେବ l ତୁମେ ତ ପୃଥିବୀକୁ କାନ୍ଧେଇଛ l ଏବେ ମୋତେ କାନ୍ଧେଇ ମଶାଣିକୁ ନେବ l ମୋର ଷଷ୍ଠ ଲାଭ ହେଉଛି ଯେ ପ୍ରଭୁ ରାମ ମୋତେ ନିଶ୍ଚେ ମୁଖାଗ୍ନି ଦେବେ l ସପ୍ତମ ଲାଭ ହେବ ଯେ ଜଗତ୍‌ଜନନୀ ମା’ ସୀତା ମୋ ଦଶହାଣ୍ଡି ଭାତ ରାନ୍ଧିବେ l ଏ ସୌଭାଗ୍ୟ କାହାକୁ ମିଳେ କହିଲେ?
ତେବେ ତୋର ଅଷ୍ଟମ ଲାଭ କ’ଣ କହ? -ଲକ୍ଷ୍ମଣ ପଚାରିଲେ l ଏହାର ଉତ୍ତରରେ ଧୀବର ଯାହା କହିଲେ ସେଥିରେ ଲକ୍ଷ୍ମଣଙ୍କର ପାଦ ତଳରୁ ମାଟି ଖସିଗଲା ଭଳିଆ ଲାଗିଲା l ଧୀବର କହିଲା ହେ ଲକ୍ଷ୍ମଣ ! ମୁଁ ମରିଗଲା ପରେ ମୋ ଘର ପରିବାରକୁ ଚଳେଇବ କିଏ? ମୋ ଭାଇ ବନ୍ଧୁ ଜ୍ଞାତି କୁଟୁମ୍ବ ସଭିଏ ଆସି ରାମଙ୍କ ପାଦତଳେ ପଡ଼ି କାନ୍ଦିବେ l ପ୍ରଭୁ ହେଉଛନ୍ତି ମର୍ଯ୍ୟାଦାବନ୍ତ ପୁରୁଷ l ସେ ନିଶ୍ଚେ ଆପଣଙ୍କୁ ନିର୍ଦ୍ଦେଶ ଦେବେ ଯେ ଲକ୍ଷ୍ମଣ, ତୁମେ ଏବେ ନୌକା ବାହି ଧୀବରର ପରିବାରକୁ ପରିପାଳନ କର l ଭାଇଙ୍କ ଏ ନିର୍ଦ୍ଦେଶକୁ ତୁମେ ନିଶ୍ଚିତ ପାଳନ କରିବ l
 ଧୀବରକୁ ମାରିବା ପାଇଁ ଉଦ୍ୟତ ହେଉଥିବା ଲକ୍ଷ୍ମଣଙ୍କ ହାତରୁ ଏବେ ଧନୁଶର ଖସି ପଡ଼ିଲା l
-ଦିବ୍ୟାଲୋକ ସଂଧାନେ, ରାମନଗର, ତେଲେଙ୍ଗାପେଣ୍ଠ, କଟକ
ମୋ: ୯୪୩୭୨୯୨୬୯୯

 


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri