Posted inଫୁରସତ

ପ୍ରଶ୍ନ ଏକ, ଉତ୍ତର ଅଲଗା – ତାହା ହିଁ ଜୀବନ

କିଏ କେତେ କାଳ ବଞ୍ଚିବ ମରିବ ସେ ତ ନୁହେଁ ବଡ଼ କଥା l ଧର୍ମ କର୍ମ ଯଦି କିଛି କଲ ନାହିଁ ତେବେ ବଞ୍ଚିବାଟା ବୃଥା –
ଜଣେ ବୟସ୍କ ପିତୃ ପ୍ରତିମ ପାଲାକାର ସେଦିନ ସନ୍ନ୍ୟାସୀକୁ କହୁଥିଲେ ଏ କଥା l ଅର୍ଜିତ ଧନକୁ ନ ଖାଇ ନ ପିଇ ସଞ୍ଚି ବୁଢ଼ା ମାଙ୍କଡ଼ ପରି ସତୁରି, ଅଶୀ, ନବେ ବର୍ଷ ବଞ୍ଚିବାରେ କି ଲାଭ? ମଲା ପରେ ଧନକୁ କ’ଣ ବୋହି କି ନେବ? ଜୀବନର ଏଇ ସୁକ୍ଷ୍ମ ତତ୍ତ୍ୱ ଗୁଡ଼ିକୁ କିଏ ବୁଝେ କହିଲେ? ଅନ୍ୟମାନେ ଯାହା ବୁଝି କାମରେ ଲଗାନ୍ତେ କିନ୍ତୁ ଏ କଥା ଗୁଡିକ ଗଳା ଫଟାଇ କହୁଥିବା ଲୋକଗୁଡ଼ିକ ଯେତେବେଳେ ନିଜେ ଏହାର ଓଲଟା କାର୍ଯ୍ୟ କରିବସନ୍ତି ସେତେବେଳେ ଅନ୍ୟମାନଙ୍କର ବିଶ୍ୱାସ ଭାଙ୍ଗିଯାଏ l ଏ ସଂସାର ମାୟା, ମିଛ ଏବଂ ପ୍ରହେଳିକାମୟ ବୋଲି ଯିଏ କହୁଥାଏ ସେ ହିଁ ରାତି ପାହିଲେ କାହା ହିଡ଼କୁ ହାଣି ପାଖ ବିଲ ଆଡକୁ ଚାଖଣ୍ଡେ ମାଡି ଯାଇ ଏତକ ‘ମୋ ଜାଗା’ ବୋଲି କହି ପଡ଼ୋଶୀକୁ ହଇରାଣରେ ପକାଏ l ଗେରୁଆ, ଧଳା ପିନ୍ଧି ନିଜକୁ ଧାର୍ମିକ ଦେଖାଇ ହେଉଥିବେ, ତେଣେ ପର ଝିଅ ବୋହୂଙ୍କୁ କଣେଇ କଣେଇ ଚାହୁଁଥିବେ l ଯେଉଁମାନେ ଧର୍ମ, ଆଧ୍ୟାତ୍ମିକତା କ’ଣ ଜାଣନ୍ତି ନାହିଁ ସେମାନେ ଯଦି କିଛି ଅନ୍ୟାୟ, ଅନୀତି ଓ ଅଧର୍ମ କାମ କରନ୍ତି ତେବେ ସେଥିରେ ବିସ୍ମିତ ହେବାର କିଛି ନାହିଁ l କିନ୍ତୁ ଜଣେ ଚିତା ଚୈତନ କାଟି, ଦାଢ଼ି, ଜଟ ରଖି ଯଦି କୁକର୍ମ କଲା ତେବେ ସମାଜ ପାଇଁ ସେଇମାନେ ହିଁ ହେଉଛନ୍ତି ମାରାତ୍ମକ ଓମିକ୍ରନ l

ଧର୍ମକୁ ଉତ୍ତମ ଭାବେ ବୁଝିଥିବା ଲୋକ କେବେ ବି ନିଜ ପ୍ରାଚୀରକୁ ବଳପୂର୍ବକ ପଡୋଶୀ ଜାଗା ଆଡକୁ ମଡ଼େଇବ ନାହିଁ l ଧନ ଦ୍ରବ୍ୟରେ ସେ କାହାକୁ ଠକିବ ନାହିଁ l ସମସ୍ତଙ୍କୁ ମଧୁର କଥା କହିବ l ନିଜର ସମୟକୁ ଧର୍ମ କର୍ମରେ ଲଗାଇବ l କାରଣ ସେ ଭଲ ଭାବେ ଜାଣିଛି ଜୀବନର ଅନ୍ତିମ ପରିଣତି କଣ l

ସେଦିନ ପ୍ରବଚନରେ ସନ୍ଥ ଜଣକ ଯେଉଁ ଗପଟି କହୁଥିଲେ ତାହା ଠିକ୍‌ ଏହିଭଳି l ଜଣେ ଧାର୍ମିକ ସେଠ ଥିଲେ l ସେ ସାଧୁ ସନ୍ଥଙ୍କୁ ଭଲ ପାଉଥିଲେ l ଗାଁକୁ କୋଉ ବାବାଜୀ ବୈଷ୍ଣବ ଆସିଲେ ସେ ନିଜ ଘରକୁ ପାଛୋଟି ଆଣି ତାଙ୍କର ସେବା ଶୁଶ୍ରୂଷା କରୁଥିଲେ l ଦିନେ ତାଙ୍କ ଗାଁକୁ ଜଣେ ସାଧୁ ପ୍ରବଚନ ଦେବାକୁ ଆସିଥିଲେ l ଏ ସେଠ ଜଣକ ଉକ୍ତ ସାଧୁଙ୍କୁ ନିଜ ଘରେ ରାତ୍ରି ଭୋଜନରେ ଆପ୍ୟାୟିତ କରିବା ନିମନ୍ତେ ଘରକୁ ଡାକି ଆଣିଲେ l ସବୁ ପ୍ରକାର ବ୍ୟବସ୍ଥା କରି କୌଣସି ଜରୁରୀ କାର୍ଯ୍ୟରେ ସେ ନିକଟସ୍ଥ ବଜାରକୁ ଚାଲିଗଲେ l

ଏଣେ ସାଧୁ ଭୋଜନ କରୁଥିବା ବେଳେ ସେଠଙ୍କ ଧର୍ମପତ୍ନୀ ସେଠାଣୀଙ୍କୁ ଏମିତି ଗପସପ କରିବା ଭିତରେ ପଚାରିଲେ – ଆପଣଙ୍କ ସନ୍ତାନ ସନ୍ତତି କେତେ? ଆପଣଙ୍କ କୃପାରୁ ଆମର ଚାରି ପୁତ୍ର ଆଜ୍ଞା – ମୁଣ୍ଡରେ ଓଢଣି ଟାଣି ସେଠାଣୀ ଉତ୍ତର ଦେଲେ l

ସାଧୁ ପୁଣି ପଚାରିଲେ – ଆପଣଙ୍କ ଧନରତ୍ନ ସବୁ କେତେ? ସ୍ମିତ ହାସ୍ୟ ପ୍ରକାଶ କରି ସେଠାଣୀ କହିଲେ ପ୍ରଭୁଙ୍କ କୃପାରୁ ଅଞ୍ଚଳ ଲୋକେ ଆମକୁ କୋଟିପତି ବୋଲି କୁହନ୍ତି lକାମ ସାରି ସେଠ ଘରେ ଆସି ପହଞ୍ଚିଲେ l ସେତେବେଳକୁ ସାଧୁଙ୍କ ଭୋଜନ ବି ଶେଷ ହୋଇ ଯାଇଥାଏ l ସାଧୁଙ୍କ ରହିବାର ବ୍ୟବସ୍ଥା ନିକଟସ୍ଥ ଏକ ମନ୍ଦିରରେ କରାଯାଇଥିବାରୁ ସେଠ ସାଧୁଙ୍କ ସହ ମନ୍ଦିର ପର୍ଯ୍ୟନ୍ତ ଯାଉଥିବା ବେଳେ କାହିଁକି କେଜାଣି ସେଠାଣୀଙ୍କୁ ପଚାରିଥିବା ପ୍ରଶ୍ନଗୁଡିକୁ ପୁଣି ଦୋହରାଇ ସେଠଙ୍କୁ ପଚାରିଲେ – ଆପଣଙ୍କ ପୁଅ ଝିଅ କେତେ?

ମୋର ତ ଝିଅ ନାହାନ୍ତି l କେବଳ ଗୋଟିଏ ମାତ୍ର ପୁଅ ଅଛି – ସେଠ ଉତ୍ତର ଦେଲେ l
ସାଧୁ ଚକିତ ହୋଇଗଲେ l ସେଠାଣୀ ତ କହୁଥିଲେ ‘ଚାରି’ ବୋଲି କିନ୍ତୁ ସେଠ କହୁଛନ୍ତି ‘ଏକ’ ! ଏ ଦୁଇ ଜଣଙ୍କ ମଧ୍ୟରୁ କିଏ ସତ କହୁଛନ୍ତି?
ସନ୍ଥ ପୁଣି ଦ୍ୱିତୀୟ ପ୍ରଶ୍ନ ପଚାରିଲେ – ଆପଣଙ୍କ ପାଖରେ ଧନରତ୍ନ କେତେ ଅଛି? ସେଠ ଉତ୍ତର ଦେଲେ – ମାତ୍ର ପଚିଶ ହଜାର ଟଙ୍କା l
ସାଧୁ ଆହୁରି ବିସ୍ମିତ ହେଲେ l ସେଠଙ୍କୁ କୋଟିପତି ବୋଲି ସମସ୍ତେ ଜାଣନ୍ତି l କିନ୍ତୁ ସେ ତାଙ୍କର ପୁଞ୍ଜି ପଚିଶ ହଜାର ବୋଲି କହୁଛନ୍ତି କେମିତି !!

କାଳେ ସେଠ କିଛି ଲୁଚାଉ ଥିବେ – ଏଇୟା ଭାବି ସାଧୁ ଏବେ ତୃତୀୟ ପ୍ରଶ୍ନ ପଚାରିଲେ l ଆପଣଙ୍କ ଆୟୁ କେତେ? ସେଠ କହିଲେ ‘ମାତ୍ର ଚାଳିଶ ବର୍ଷ’ l ସେଠଙ୍କ ଚୁଟି ସବୁ ଧଳା ହୋଇଗଲାଣି l ଚର୍ମ ଲୋଚାକୋଚା l ଏସବୁକୁ ଦେଖିଲେ ଯେ କେହିବି ତାଙ୍କର ବୟସ ସତୁରି କି ପଚସ୍ତରି ବୋଲି କହିବ l କିନ୍ତୁ ଇୟେ କହୁଛନ୍ତି କ’ଣ ନା ଚାଳିଶ l ସାଧୁ ଏଥର ଆଉ ସମ୍ଭାଳି ପାରିଲେ ନାହିଁ l ଏପରି ଉତ୍ତରର ରହସ୍ୟ ବାବଦରେ ସେ ସେଠଙ୍କୁ ସିଧା ପଚାରି ବସିଲେ l

ସହଜ ସୁଲଭ ଢଙ୍ଗରେ ସେଠ କହିଲେ, ଆପଣଙ୍କ ପ୍ରଥମ ପ୍ରଶ୍ନ ଥିଲା- ମୋ ପୁଅ ଝିଅ ବାବଦରେ l ବାସ୍ତବରେ ମୋର ଚାରିପୁଅ l ଏମାନଙ୍କ ମଧ୍ୟରୁ କେବଳ ଜଣେ ହିଁ ଧାର୍ମିକ ଆଉ ଆଜ୍ଞାକାରୀ l ସେଇ ହିସାବରେ କହିଲି ଯେ ପ୍ରକୃତରେ ମୋର ଗୋଟିଏ ପୁତ୍ର l

ଆପଣଙ୍କ ଦ୍ୱିତୀୟ ପ୍ରଶ୍ନ ଥିଲା ଧନକୁ ନେଇ l ମୋ ପାଖରେ ଯଦିଓ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ବାଡ଼ି ଅଛି କିନ୍ତୁ ମୁଁ ମଲା ପରେ ଏହା ମୋ ପୁଅ ନାତିମାନଙ୍କ ପାଖକୁ ପଳେଇବ l ଏଥିରେ ମୋର ଲାଭ କ’ଣ? ଆଜି ପର୍ଯ୍ୟନ୍ତ ପର ଉପକାରରେ, ଧର୍ମ କାର୍ଯ୍ୟରେ ମୁଁ ମାତ୍ର ପଚିଶ ହଜାର ଟଙ୍କା ଖର୍ଚ୍ଚ କରିଛି l ଏହି ପଇସାର ପୁଣ୍ୟ ହିଁ ମଲା ପରେ ମୋ ସହିତ ଯିବ l ତାହା ହିଁ ମୋର ପ୍ରକୃତ ଧନ l ସାଧୁ ସେଠଙ୍କୁ ମନେ ମନେ ତାରିଫ କରୁଥିଲା ବେଳେ ସେଠ ନିଜ ତୃତୀୟ ଉତ୍ତରର ସ୍ପଷ୍ଟୀକରଣ ଦେଇ କହିଲେ ଯେ, ମୋର ବୟସ ହେଉଛି ପ୍ରକୃତରେ ଅଶୀ l କିନ୍ତୁ ମୁଁ ଚାଳିଶ କହିଲି ଏଇଥିପାଇଁ ଯେ ଆଜକୁ ଚାଳିଶ ବର୍ଷ ତଳେ ମୁଁ ଜଣେ ଗୁରୁଙ୍କଠାରୁ ଦୀକ୍ଷା ଗ୍ରହଣ କରି ଏକ ଆଧ୍ୟାତ୍ମିକମୟ ଜୀବନ ଯାପନ କରୁଛି l ପ୍ରଥମ ଚାଳିଶ ବର୍ଷ ବେକାରରେ ବିତି ଯାଇଥିବାରୁ ପର ଚାଳିଶ ବର୍ଷ ହିଁ ମୋର ପ୍ରକୃତ ଆୟୁ ବୋଲି ମୁଁ ମନେ କରେ l

ପାଠକେ ! ସେଠଙ୍କ ମତିଗତି ହିଁ ପ୍ରମାଣ କରେ ଯେ, ସେ ପ୍ରକୃତରେ ଜଣେ ଧାର୍ମିକ ବ୍ୟକ୍ତି l ପ୍ରତ୍ୟେକ ଧାର୍ମିକ ବ୍ୟକ୍ତିର ଏପରି ମାନସିକତା ରହିବା ନିତାନ୍ତ ଜରୁରୀ l ଭିତରଟାକୁ ଠିକ୍‌ ନ କରି କେବଳ ଅନ୍ୟକୁ ଦେଖାଇ ହେବାକୁ ଯାଇ ଦେହ ସାରା ଅଢେଇଶ ଗ୍ରାମ୍‌ର ତିଳକ ବୋଳି, ଚୁଟିରେ ବର କ୍ଷୀର ବୋଳି ଜଟା ତିଆରି କରି ଗେରୁଆ ପିନ୍ଧି ବୁଲିଲେ ଲୋକେ ତ ହସିବେ ବରଂ ଦରକାର ପଡ଼ିଲେ ହାତ ଉଠାଇବାକୁ ବି ପଛଘୁଞ୍ଚା ଦେବେନି l

– ଦିବ୍ୟାଲୋକ ସଂଧାନେ, ରାମନଗର,
ତେଲେଙ୍ଗାପେଣ୍ଠ, କଟକ, ମୋ – ୯୪୩୭୨୯୨୬୯୯


Enter your email to get our daily news in your inbox.

All Right Reserved By Dharitri.Com

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri