Posted inଫୁରସତ

ପ୍ରଶ୍ନ ଏକ, ଉତ୍ତର ଅଲଗା – ତାହା ହିଁ ଜୀବନ

କିଏ କେତେ କାଳ ବଞ୍ଚିବ ମରିବ ସେ ତ ନୁହେଁ ବଡ଼ କଥା l ଧର୍ମ କର୍ମ ଯଦି କିଛି କଲ ନାହିଁ ତେବେ ବଞ୍ଚିବାଟା ବୃଥା –
ଜଣେ ବୟସ୍କ ପିତୃ ପ୍ରତିମ ପାଲାକାର ସେଦିନ ସନ୍ନ୍ୟାସୀକୁ କହୁଥିଲେ ଏ କଥା l ଅର୍ଜିତ ଧନକୁ ନ ଖାଇ ନ ପିଇ ସଞ୍ଚି ବୁଢ଼ା ମାଙ୍କଡ଼ ପରି ସତୁରି, ଅଶୀ, ନବେ ବର୍ଷ ବଞ୍ଚିବାରେ କି ଲାଭ? ମଲା ପରେ ଧନକୁ କ’ଣ ବୋହି କି ନେବ? ଜୀବନର ଏଇ ସୁକ୍ଷ୍ମ ତତ୍ତ୍ୱ ଗୁଡ଼ିକୁ କିଏ ବୁଝେ କହିଲେ? ଅନ୍ୟମାନେ ଯାହା ବୁଝି କାମରେ ଲଗାନ୍ତେ କିନ୍ତୁ ଏ କଥା ଗୁଡିକ ଗଳା ଫଟାଇ କହୁଥିବା ଲୋକଗୁଡ଼ିକ ଯେତେବେଳେ ନିଜେ ଏହାର ଓଲଟା କାର୍ଯ୍ୟ କରିବସନ୍ତି ସେତେବେଳେ ଅନ୍ୟମାନଙ୍କର ବିଶ୍ୱାସ ଭାଙ୍ଗିଯାଏ l ଏ ସଂସାର ମାୟା, ମିଛ ଏବଂ ପ୍ରହେଳିକାମୟ ବୋଲି ଯିଏ କହୁଥାଏ ସେ ହିଁ ରାତି ପାହିଲେ କାହା ହିଡ଼କୁ ହାଣି ପାଖ ବିଲ ଆଡକୁ ଚାଖଣ୍ଡେ ମାଡି ଯାଇ ଏତକ ‘ମୋ ଜାଗା’ ବୋଲି କହି ପଡ଼ୋଶୀକୁ ହଇରାଣରେ ପକାଏ l ଗେରୁଆ, ଧଳା ପିନ୍ଧି ନିଜକୁ ଧାର୍ମିକ ଦେଖାଇ ହେଉଥିବେ, ତେଣେ ପର ଝିଅ ବୋହୂଙ୍କୁ କଣେଇ କଣେଇ ଚାହୁଁଥିବେ l ଯେଉଁମାନେ ଧର୍ମ, ଆଧ୍ୟାତ୍ମିକତା କ’ଣ ଜାଣନ୍ତି ନାହିଁ ସେମାନେ ଯଦି କିଛି ଅନ୍ୟାୟ, ଅନୀତି ଓ ଅଧର୍ମ କାମ କରନ୍ତି ତେବେ ସେଥିରେ ବିସ୍ମିତ ହେବାର କିଛି ନାହିଁ l କିନ୍ତୁ ଜଣେ ଚିତା ଚୈତନ କାଟି, ଦାଢ଼ି, ଜଟ ରଖି ଯଦି କୁକର୍ମ କଲା ତେବେ ସମାଜ ପାଇଁ ସେଇମାନେ ହିଁ ହେଉଛନ୍ତି ମାରାତ୍ମକ ଓମିକ୍ରନ l

ଧର୍ମକୁ ଉତ୍ତମ ଭାବେ ବୁଝିଥିବା ଲୋକ କେବେ ବି ନିଜ ପ୍ରାଚୀରକୁ ବଳପୂର୍ବକ ପଡୋଶୀ ଜାଗା ଆଡକୁ ମଡ଼େଇବ ନାହିଁ l ଧନ ଦ୍ରବ୍ୟରେ ସେ କାହାକୁ ଠକିବ ନାହିଁ l ସମସ୍ତଙ୍କୁ ମଧୁର କଥା କହିବ l ନିଜର ସମୟକୁ ଧର୍ମ କର୍ମରେ ଲଗାଇବ l କାରଣ ସେ ଭଲ ଭାବେ ଜାଣିଛି ଜୀବନର ଅନ୍ତିମ ପରିଣତି କଣ l

ସେଦିନ ପ୍ରବଚନରେ ସନ୍ଥ ଜଣକ ଯେଉଁ ଗପଟି କହୁଥିଲେ ତାହା ଠିକ୍‌ ଏହିଭଳି l ଜଣେ ଧାର୍ମିକ ସେଠ ଥିଲେ l ସେ ସାଧୁ ସନ୍ଥଙ୍କୁ ଭଲ ପାଉଥିଲେ l ଗାଁକୁ କୋଉ ବାବାଜୀ ବୈଷ୍ଣବ ଆସିଲେ ସେ ନିଜ ଘରକୁ ପାଛୋଟି ଆଣି ତାଙ୍କର ସେବା ଶୁଶ୍ରୂଷା କରୁଥିଲେ l ଦିନେ ତାଙ୍କ ଗାଁକୁ ଜଣେ ସାଧୁ ପ୍ରବଚନ ଦେବାକୁ ଆସିଥିଲେ l ଏ ସେଠ ଜଣକ ଉକ୍ତ ସାଧୁଙ୍କୁ ନିଜ ଘରେ ରାତ୍ରି ଭୋଜନରେ ଆପ୍ୟାୟିତ କରିବା ନିମନ୍ତେ ଘରକୁ ଡାକି ଆଣିଲେ l ସବୁ ପ୍ରକାର ବ୍ୟବସ୍ଥା କରି କୌଣସି ଜରୁରୀ କାର୍ଯ୍ୟରେ ସେ ନିକଟସ୍ଥ ବଜାରକୁ ଚାଲିଗଲେ l

ଏଣେ ସାଧୁ ଭୋଜନ କରୁଥିବା ବେଳେ ସେଠଙ୍କ ଧର୍ମପତ୍ନୀ ସେଠାଣୀଙ୍କୁ ଏମିତି ଗପସପ କରିବା ଭିତରେ ପଚାରିଲେ – ଆପଣଙ୍କ ସନ୍ତାନ ସନ୍ତତି କେତେ? ଆପଣଙ୍କ କୃପାରୁ ଆମର ଚାରି ପୁତ୍ର ଆଜ୍ଞା – ମୁଣ୍ଡରେ ଓଢଣି ଟାଣି ସେଠାଣୀ ଉତ୍ତର ଦେଲେ l

ସାଧୁ ପୁଣି ପଚାରିଲେ – ଆପଣଙ୍କ ଧନରତ୍ନ ସବୁ କେତେ? ସ୍ମିତ ହାସ୍ୟ ପ୍ରକାଶ କରି ସେଠାଣୀ କହିଲେ ପ୍ରଭୁଙ୍କ କୃପାରୁ ଅଞ୍ଚଳ ଲୋକେ ଆମକୁ କୋଟିପତି ବୋଲି କୁହନ୍ତି lକାମ ସାରି ସେଠ ଘରେ ଆସି ପହଞ୍ଚିଲେ l ସେତେବେଳକୁ ସାଧୁଙ୍କ ଭୋଜନ ବି ଶେଷ ହୋଇ ଯାଇଥାଏ l ସାଧୁଙ୍କ ରହିବାର ବ୍ୟବସ୍ଥା ନିକଟସ୍ଥ ଏକ ମନ୍ଦିରରେ କରାଯାଇଥିବାରୁ ସେଠ ସାଧୁଙ୍କ ସହ ମନ୍ଦିର ପର୍ଯ୍ୟନ୍ତ ଯାଉଥିବା ବେଳେ କାହିଁକି କେଜାଣି ସେଠାଣୀଙ୍କୁ ପଚାରିଥିବା ପ୍ରଶ୍ନଗୁଡିକୁ ପୁଣି ଦୋହରାଇ ସେଠଙ୍କୁ ପଚାରିଲେ – ଆପଣଙ୍କ ପୁଅ ଝିଅ କେତେ?

ମୋର ତ ଝିଅ ନାହାନ୍ତି l କେବଳ ଗୋଟିଏ ମାତ୍ର ପୁଅ ଅଛି – ସେଠ ଉତ୍ତର ଦେଲେ l
ସାଧୁ ଚକିତ ହୋଇଗଲେ l ସେଠାଣୀ ତ କହୁଥିଲେ ‘ଚାରି’ ବୋଲି କିନ୍ତୁ ସେଠ କହୁଛନ୍ତି ‘ଏକ’ ! ଏ ଦୁଇ ଜଣଙ୍କ ମଧ୍ୟରୁ କିଏ ସତ କହୁଛନ୍ତି?
ସନ୍ଥ ପୁଣି ଦ୍ୱିତୀୟ ପ୍ରଶ୍ନ ପଚାରିଲେ – ଆପଣଙ୍କ ପାଖରେ ଧନରତ୍ନ କେତେ ଅଛି? ସେଠ ଉତ୍ତର ଦେଲେ – ମାତ୍ର ପଚିଶ ହଜାର ଟଙ୍କା l
ସାଧୁ ଆହୁରି ବିସ୍ମିତ ହେଲେ l ସେଠଙ୍କୁ କୋଟିପତି ବୋଲି ସମସ୍ତେ ଜାଣନ୍ତି l କିନ୍ତୁ ସେ ତାଙ୍କର ପୁଞ୍ଜି ପଚିଶ ହଜାର ବୋଲି କହୁଛନ୍ତି କେମିତି !!

କାଳେ ସେଠ କିଛି ଲୁଚାଉ ଥିବେ – ଏଇୟା ଭାବି ସାଧୁ ଏବେ ତୃତୀୟ ପ୍ରଶ୍ନ ପଚାରିଲେ l ଆପଣଙ୍କ ଆୟୁ କେତେ? ସେଠ କହିଲେ ‘ମାତ୍ର ଚାଳିଶ ବର୍ଷ’ l ସେଠଙ୍କ ଚୁଟି ସବୁ ଧଳା ହୋଇଗଲାଣି l ଚର୍ମ ଲୋଚାକୋଚା l ଏସବୁକୁ ଦେଖିଲେ ଯେ କେହିବି ତାଙ୍କର ବୟସ ସତୁରି କି ପଚସ୍ତରି ବୋଲି କହିବ l କିନ୍ତୁ ଇୟେ କହୁଛନ୍ତି କ’ଣ ନା ଚାଳିଶ l ସାଧୁ ଏଥର ଆଉ ସମ୍ଭାଳି ପାରିଲେ ନାହିଁ l ଏପରି ଉତ୍ତରର ରହସ୍ୟ ବାବଦରେ ସେ ସେଠଙ୍କୁ ସିଧା ପଚାରି ବସିଲେ l

ସହଜ ସୁଲଭ ଢଙ୍ଗରେ ସେଠ କହିଲେ, ଆପଣଙ୍କ ପ୍ରଥମ ପ୍ରଶ୍ନ ଥିଲା- ମୋ ପୁଅ ଝିଅ ବାବଦରେ l ବାସ୍ତବରେ ମୋର ଚାରିପୁଅ l ଏମାନଙ୍କ ମଧ୍ୟରୁ କେବଳ ଜଣେ ହିଁ ଧାର୍ମିକ ଆଉ ଆଜ୍ଞାକାରୀ l ସେଇ ହିସାବରେ କହିଲି ଯେ ପ୍ରକୃତରେ ମୋର ଗୋଟିଏ ପୁତ୍ର l

ଆପଣଙ୍କ ଦ୍ୱିତୀୟ ପ୍ରଶ୍ନ ଥିଲା ଧନକୁ ନେଇ l ମୋ ପାଖରେ ଯଦିଓ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ବାଡ଼ି ଅଛି କିନ୍ତୁ ମୁଁ ମଲା ପରେ ଏହା ମୋ ପୁଅ ନାତିମାନଙ୍କ ପାଖକୁ ପଳେଇବ l ଏଥିରେ ମୋର ଲାଭ କ’ଣ? ଆଜି ପର୍ଯ୍ୟନ୍ତ ପର ଉପକାରରେ, ଧର୍ମ କାର୍ଯ୍ୟରେ ମୁଁ ମାତ୍ର ପଚିଶ ହଜାର ଟଙ୍କା ଖର୍ଚ୍ଚ କରିଛି l ଏହି ପଇସାର ପୁଣ୍ୟ ହିଁ ମଲା ପରେ ମୋ ସହିତ ଯିବ l ତାହା ହିଁ ମୋର ପ୍ରକୃତ ଧନ l ସାଧୁ ସେଠଙ୍କୁ ମନେ ମନେ ତାରିଫ କରୁଥିଲା ବେଳେ ସେଠ ନିଜ ତୃତୀୟ ଉତ୍ତରର ସ୍ପଷ୍ଟୀକରଣ ଦେଇ କହିଲେ ଯେ, ମୋର ବୟସ ହେଉଛି ପ୍ରକୃତରେ ଅଶୀ l କିନ୍ତୁ ମୁଁ ଚାଳିଶ କହିଲି ଏଇଥିପାଇଁ ଯେ ଆଜକୁ ଚାଳିଶ ବର୍ଷ ତଳେ ମୁଁ ଜଣେ ଗୁରୁଙ୍କଠାରୁ ଦୀକ୍ଷା ଗ୍ରହଣ କରି ଏକ ଆଧ୍ୟାତ୍ମିକମୟ ଜୀବନ ଯାପନ କରୁଛି l ପ୍ରଥମ ଚାଳିଶ ବର୍ଷ ବେକାରରେ ବିତି ଯାଇଥିବାରୁ ପର ଚାଳିଶ ବର୍ଷ ହିଁ ମୋର ପ୍ରକୃତ ଆୟୁ ବୋଲି ମୁଁ ମନେ କରେ l

ପାଠକେ ! ସେଠଙ୍କ ମତିଗତି ହିଁ ପ୍ରମାଣ କରେ ଯେ, ସେ ପ୍ରକୃତରେ ଜଣେ ଧାର୍ମିକ ବ୍ୟକ୍ତି l ପ୍ରତ୍ୟେକ ଧାର୍ମିକ ବ୍ୟକ୍ତିର ଏପରି ମାନସିକତା ରହିବା ନିତାନ୍ତ ଜରୁରୀ l ଭିତରଟାକୁ ଠିକ୍‌ ନ କରି କେବଳ ଅନ୍ୟକୁ ଦେଖାଇ ହେବାକୁ ଯାଇ ଦେହ ସାରା ଅଢେଇଶ ଗ୍ରାମ୍‌ର ତିଳକ ବୋଳି, ଚୁଟିରେ ବର କ୍ଷୀର ବୋଳି ଜଟା ତିଆରି କରି ଗେରୁଆ ପିନ୍ଧି ବୁଲିଲେ ଲୋକେ ତ ହସିବେ ବରଂ ଦରକାର ପଡ଼ିଲେ ହାତ ଉଠାଇବାକୁ ବି ପଛଘୁଞ୍ଚା ଦେବେନି l

– ଦିବ୍ୟାଲୋକ ସଂଧାନେ, ରାମନଗର,
ତେଲେଙ୍ଗାପେଣ୍ଠ, କଟକ, ମୋ – ୯୪୩୭୨୯୨୬୯୯


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri