Posted inଫୁରସତ

ସର୍ପ ସହ ରାତିଟିଏ

ସେଦିନ ରାତ୍ରିରେ ଶଯ୍ୟାକୁ ଯିବା ପୂର୍ବରୁ ହଠାତ୍‌ କାହିଁକି ମନେ ପଡ଼ିଗଲା କବିସୂର୍ଯ୍ୟ ବଳଦେବଙ୍କ ”ବାଧିଲା ଜାଣି କ୍ଷମା“ ଜଣାଣରେ ଥିବା କବି ଭାବଧାରାଗୁଡ଼ିକ। ଶ୍ରୀଜଗନ୍ନାଥଙ୍କୁ ସର୍ପ ସହ ତୁଳନା କରି କବି କହୁଛନ୍ତି ହେ ବଳିୟାର ଭୁଜ! ଆପଣ ହେଉଛନ୍ତି କାଳ ସର୍ପ। ସର୍ପର ଫଣା ଚକ୍ରାକାର। ସେ ଚକ୍ରୀ। ଆପଣ ଚକ୍ର ଧରିଥିବାରୁ ବି ଚକ୍ରୀ। ସର୍ପର କାନ ନାହିଁ। ସେ ଆଖି ବାଟେ ଶୁଣେ । ପ୍ରଭୁ, ଆପଣଙ୍କ କାନ ଦିଓଟି କୋଉଠି ଅଛି ଟିକେ ଦେଖେଇଲେ? ସର୍ପ ପରି ଆପଣଙ୍କ କାନ ନାହିଁ। ଭକ୍ତର ଡାକକୁ ଆପଣ ଚକ୍ଷୁ ଦ୍ୱାରା ଶୁଣନ୍ତି । ତେଣୁ ଆପଣ ଚକ୍ଷୁଶ୍ରବା ।

ସର୍ପ ପରି ଆପଣଙ୍କ ପାଦ ନାହିଁ। ତେଣୁ ଆପଣ ସର୍ପ ସହ ତୁଳନୀୟ। ଆପଣ ସର୍ପ ବୋଲି ଅନ୍ୟ ଏକ ପ୍ରମାଣ ମଧ୍ୟ ଅଛି । ଆମମାନଙ୍କର ଶତ୍ରୁ କିଏ? ମଣିମଷର ଶତ୍ରୁ ହିଁ ମଣିଷ । ଅନ୍ୟ କେହି ନୁହେଁ। କଥାରେ ଅଛି ସ୍ବଜାତି ପରମ ହିଂସ୍ରକ। ସାମ୍ବାଦିକଟିର ଶତ୍ରୁ ସାମ୍ବାଦିକ l ଗୋଡ଼ ଟଣାଟଣିରେ କେହି କାହାକୁ ଆଗକୁ ବାଟ ଛାଡ଼ିବା ପାଇଁ ନମଣାରାଜ । ସାମ୍ବାଦିକଟିଏ ଯେଉଁଠି ଆକ୍ରମଣର ଶିକାର ହେଉଥିବ ସେଠି ଦେଖିବେ ଯେ ଆକ୍ରମଣ ପ୍ରେକ୍ଷାପଟରେ ନିଶ୍ଚିତ ଭାବେ ଅନ୍ୟ କେହି ସାମ୍ବାଦିକର ହାତ ନିଶ୍ଚେ ଥିବ। ସଙ୍ଗୀତଜ୍ଞର ଶତ୍ରୁ ସେଇ ସଙ୍ଗୀତଜ୍ଞ l ଠିକ୍‌ ସେମିତି ସାପର ଶତ୍ରୁ ମଧ୍ୟ ସେଇ ସାପ। ଆପଣ କାଳୀୟ ନାଗ ସହ ଦ୍ରୋହ କରିଥିଲେ। ସାପ ନ ହୋଇଥିଲେ ଆପଣ କ’ଣ ଗୋଟିଏ ସାପ ସହ ଦ୍ରୋହ କରିଥାନ୍ତେ ପ୍ରଭୁ?
କବିଙ୍କ ଭାଷାରେ –

ଯେବେ ଭୁଜଙ୍ଗ ନୁହଁ କାଳୀୟଠାରେ ଦ୍ରୋହ
କଲ କାହିଁକି ଏଡ଼େ କରି
କେତେ ନ ଥିଲେ ଗୋପେ ତୁମ୍ଭେ କାହିଁକି କୋପେ
ତାହାକୁ ଦେଲ ପ୍ରାଣେ ମାରି ।
ହେ କୃପାନିଧି!
ତାହାରି ନାମେ ତୁମ୍ଭ ନାମ
ଅଦ୍ୟପି ହୋଇଛି ଜନମ
ଯେବେ ସ୍ବଗୋତ୍ର ଦ୍ରୋହ ନ ଥାନ୍ତା ନାଥ କହ
କିମ୍ପା ହୁଅନ୍ତା ଏ କ୍ରମ ହେ।

ଏ ପଦଟିକୁ ଟିକେ ଗୁଣୁଗୁଣୁ ହୋଇ ଗାଇ ଦେଉ ଦେଉ ହଠାତ୍‌ କାହିଁକି ଏକ ଅଜବ ଖିଆଲ ମନ ଭିତରକୁ ଧସେଇ ପଶି ଆସିଲା । ମନ କହିଲା – ପ୍ରଭୁ! ଆପଣ ଯଦି ପ୍ରକୃତରେ ସର୍ପ, ତେବେ ମୋତେ ସର୍ପ ରୂପରେ ଟିକେ ଦର୍ଶନ ଦିଅନ୍ତେ ନାହିଁ?
ପର ମୁହୂର୍ତ୍ତରେ ମୁଁ ଚମକି ଉଠିଲି । ଆରେ ଆରେ ପ୍ରଭୁଙ୍କୁ ଏ କ’ଣ ମାଗୁଛି ମୁଁ । ସାମାନ୍ୟ ମାଟି ବିରାଡ଼ିଆ ବା କାଣ୍ଡନଳ ସାପ ପ୍ରତି ଯାହାର ଭୟ ସେ ପୁଣି ପ୍ରଭୁଙ୍କୁ ସର୍ପ ରୂପରେ ଦର୍ଶନ କରିବାକୁ ଚାହୁଁଚି!

ଏ ପ୍ରସଙ୍ଗରୁ ବାହାରି ମନ ଚାଲିଲା ଅନ୍ୟ ଆଡ଼େ । ଥାକ ଉପରେ ରଖା ଯାଇଥିବା ‘ ଅଭିରାମ ଲୀଳାମୃତ’ ବହି ଦୁଇ ଖଣ୍ଡ ଉପରେ ଆଖି ପଡ଼ିଗଲା। ଆଶ୍ରମରୁ ସେଇଦିନ ବହି ଦୁଇଟି କିଣି ଆଣିଥିଲି l ନୂଆ ବହି ଖଣ୍ଡେ କିଣିଲା ପରେ ତାକୁ ପଢ଼ି ନ ସାରିବା ପର୍ଯ୍ୟନ୍ତ ଭଲ ଲାଗେ ନାହିଁ । ରାତ୍ରି ଶୟନ ପୂର୍ବରୁ ଆଧ୍ୟାତ୍ମିକ ପୁସ୍ତକଟିଏ ପଢ଼ି ପ୍ରସଙ୍ଗ ବାବଦରେ ଟିକେ ମନନ ନ କଲେ ମୋତେ କାହିଁକି ନିଦ ହୁଏନା। ବହିଟିକୁ ଥାକରୁ ଆଣି ଖଟରେ ପଡ଼ିଥିବା ଦୁଇ ତକିଆର ମଧ୍ୟ ସ୍ଥଳରେ ବହିର ମଝିକୁ ରଖି ଦୁଇ ଫାଳକୁ ଦୁଇ ତକିଆ ଉପରେ ରଖି ପଢ଼ିବାକୁ ଆରମ୍ଭ କରିଛି ତ ବହିଟି ହଠାତ୍‌ ଥରିଉଠିଲା । ଗୋଟିଏ ଫାଳ ଅନ୍ୟ ଉପରେ ଲୋଟିପଡ଼ିଲା । ପୁଣି ବହି ଖୋଲି ପଢ଼ିବା ପାଇଁ ଉଦ୍ୟତ ହେଲି । ଦୁଇ ତିନି ସେକେଣ୍ଡ୍‌ ପରେ ସେଇ ଅବସ୍ଥା। ଏମିତି ଚାରି ପାଞ୍ଚ ଥର ହେବାରୁ ବିରକ୍ତିରେ ପଢ଼ା ବନ୍ଦ କରି ବହିଟିକୁ ଅନ୍ୟ ତକିଆ ଉପରେ ରଖି ଜଗନ୍ନାଥଙ୍କୁ ସର୍ପ ସହ ତୁଳନା କରିବାର ପ୍ରସଙ୍ଗକୁ ପୁନଶ୍ଚ ମନନ କରି ଶୋଇପଡ଼ିଲି l ରାତି ଦଶ ଭିତରେ ମୁଁ ପ୍ରାୟ ଶୋଇପଡ଼େ ।

ରାତ୍ରି ପାହିଲା । ସକାଳୁ ଉଠି ଖଟରେ ପଡ଼ିଥିବା ବେଡ଼ଶିଟ୍‌କୁ ଟେକି ଦେବା ବେଳକୁ ଦୁଇ ତକିଆ ସନ୍ଧିରେ ଯାହା ଦେଖିଲି ସେଥିରେ ମୋ ହାଲୁକ ଶୁଖିଗଲା l ଦେଢ଼ ଫୁଟ୍‌ ଲମ୍ବର ମୋଟା ସର୍ପ ଟିଏ । ଦୁଇ ତକିଆର ସନ୍ଧିରେ ନିଜକୁ ନିଜେ ଗୁଡ଼େଇ ହୋଇ ଶୋଇଛି । କଳା ମଚ ମଚ ରଙ୍ଗ । ମଝିରେ ମଝିରେ ମୁହଁ ଟେକି ଚାହୁଁଚି। ସାପକୁ ଦେଖି ବୋଉ ମୋର କହି ଉଠିଲା – ରାତିସାରା ସାପଟି ତୋ ଖଟ ଉପରେ ତକିଆ ସନ୍ଧିରେ ରହିଲା ।
ତୋର କିଛି କ୍ଷତି କରିନି । ତୋତେ ଜଗନ୍ନାଥ ସାହା ହୋଇଛନ୍ତି ।

ବୋଉ କଥା ଶୁଣି ମୁଁ ପୂର୍ବ ରାତିରେ ଜଗନ୍ନାଥଙ୍କୁ ସର୍ପ ରୂପରେ ଦର୍ଶନ କରିବା ପାଇଁ ଇଚ୍ଛା ପ୍ରକାଶ କରୁଥିବା କଥାଟି ମନକୁ ପଳେଇ ଆସିଲା । କୃତାର୍ଥ ହେଲି ପ୍ରଭୁ କହି ସର୍ପଟିକୁ ମୁଣ୍ଡ ନୁଆଇଁ ଦଣ୍ଡବତ କଲି । ପରେ ମୋ କକେଇ ଏବଂ ଅନ୍ୟମାନେ ଆସି ସର୍ପଟିକୁ ବାହାର କରି ଏକ ସୁରକ୍ଷିତ ସ୍ଥାନରେ ଛାଡ଼ିବାର ବ୍ୟବସ୍ଥା କଲେ । ଆଶ୍ଚର୍ଯ୍ୟ କଥା ହେଉଛି ସର୍ପଟି ଖୁବ୍‌ ଧୀର ସ୍ଥିର ଥାଏ । କାତି ଛାଡି ନ ଥିବା ସର୍ପମାନଙ୍କର ଗତି ସାଧାରଣତଃ ଶିଥିଳ ଥାଏ କିନ୍ତୁ ଉକ୍ତ ସର୍ପଟିର ସେପରି କିଛି ପରିସ୍ଥିତି ନ ଥିଲା । ଠିକ୍‌ ଭାବେ ଚାଲି ପାରୁ ନ ଥିବା ସର୍ପ ଟିଏ କେମିତି ଆମ ଅଗଣା ଏବଂ ବାରଣ୍ଡା ଅତିକ୍ରମ କରି ପୁଣି ଖଟ ଗୋଡ଼ ସାହାଯ୍ୟରେ ଖଟ ଉପରକୁ ଉଠି ପାରିଲା ତାହା ଆଜି ପର୍ଯ୍ୟନ୍ତ ବି ମୋତେ ଆଶ୍ଚର୍ଯ୍ୟ ଚକିତ କରୁଛି । ଖଟ ତଳେ କିଛି ବି ଅନାବନା ଜିନିଷ ନ ଥାଏ । ଘର ଭିତର ବି ଖୁବ୍‌ ପରିଷ୍କାର ପରିଚ୍ଛନ୍ନ। ପ୍ରତିଦିନ ସକାଳେ ପୋଛା ହୁଏ । ସର୍ପଟି ପୂର୍ବ କିଛି ଦିନ ଆଗରୁ ଆସି ମୋ ଅଜାଣତରେ ଯେ ଘରେ ରହିଯାଇଥିବ ତା ବି ନୁହେଁ । ମୋ ଶଯ୍ୟା ପ୍ରତିଦିନ ଝଡ଼ାଝଡ଼ି ହୋଇ ରୁହେ । ସାରା ରାତି ସର୍ପଟି ମୋ ତକିଆ ତଳେ ରହିଲା । ନିଦରେ କଡ଼ ଲେଉଟାଇବା ବେଳେ ମୋ ହାତ ବା ମୁହଁ ନିଶ୍ଚେ ତା ଉପରେ ପଡିଯାଇଥିବ । କିନ୍ତୁ ସର୍ପଟି ମୋର କିଛି ବି କ୍ଷତି କରିନି ।

ତେବେ ସେ କ’ଣ ସେଇ ଜଗନ୍ନାଥ ନୁହନ୍ତି ତ!
ନିଶ୍ଚୟ ହୋଇଥିବେ। ସେ ତ ସକଳ ଘଟରେ ଅଛନ୍ତି । ଭାବର କଥା ଶୁଣୁଥିବାରୁ ସେ ଭାବଗ୍ରାହୀ । ଅନ୍ତର କଥା ଜାଣୁଥିବାରୁ ତାଙ୍କ ନାମ ଅନ୍ତର୍ଯ୍ୟାମୀ। ଭକ୍ତର ଭାବ ଅନୁଯାୟୀ କେତେବେଳେ ଯେ ସେ କୋଉ ରୂପ ନେଇ ତା’ ପାଖରେ ପହଞ୍ଚତ୍ ଯାଆନ୍ତି, ସେକଥା ସେ ହିଁ ଜାଣନ୍ତି । ସର୍ପକୁ ମୋର ଭୟ ଅଛି ବୋଲି ଜାଣି ସେ ମୋତେ ରାତିସାରା ଦେଖା ଦେଇ ନାହାନ୍ତି । ସକାଳୁ ବ୍ରାହ୍ମ ମୁହୂର୍ତ୍ତରେ ଯାହା ଦେଖାଦେଲେ । ହେ ପ୍ରଭୁ! ଏ ଅଧମ ଅଧୀନ ଉପରେ ଏମିତି ଜନ୍ମ ଜନ୍ମାନ୍ତରରେ କୃପା ରଖିଥିବ ପ୍ରଭୁ । ମୋତେ ଏତିକି କଲ୍ୟାଣ କରିବ ହେ ବିକଚ ପଦ୍ମ ନେତ୍ର! ତୁମର ଜୟ ହେଉ… ମୋ ମଣିମାଙ୍କର ଜୟ ହେଉ ।

-ପ୍ରିନ୍ସିିପାଲ, ଆପେକ୍ସ ଆଇଟି୍‌ଆଇ,
ପତ୍ରକଣା, କସର୍ଦା, କଟକ
ମୋ:୯୪୩୭୨୯୨୬୯୯


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?