Categories: ଜାତୀୟ

ଚିନି କମ୍‌: ଚାଇନା ଉପରେ ଚତୁର୍ଥ ଡିଜିଟାଲ ଷ୍ଟ୍ରାଇକ୍‌…

ନୂଆଦିଲ୍ଲୀ,୧୪ା୨: ପୁଣି ଚାଇନାକୁ ଏକ ବଡ଼ ଝଟ୍‌କା ଲାଗିଛି। ଚାଇନିଜ ଆପ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୫୪ଟି ଆପ ଉପରେ ପ୍ରତିବନ୍ଧକ ଲଗାଇବାକୁ ଭାରତ ସରକାର ପୁଣି ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଇକୋନୋମିକ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଏହି ବିକାଶ ବିଷୟରେ ଅବଗତ ଥିବା ଅଧିକାରୀମାନେ କହିଛନ୍ତି ଯେ ଭାରତୀୟଙ୍କ ଗୋପନୀୟତା ଏବଂ ନିରାପତ୍ତା ପ୍ରତି ବିପଦ ଥିବା ଦର୍ଶାଇ ଏହି ପ୍ରତିବନ୍ଧକ ଲଗାଯାଇଛି। ୫୪ ନିଷିଦ୍ଧ ଆପ ତାଲିକାରେ ଥିବା ଅଧିକାଂଶ ଆପ ଚାଇନାର ଜଏଣ୍ଟସ- ଟେନ୍ସେଣ୍ଟ, ଆଲିବାବା ଏବଂ ନେଟ ଏଜ ସହିତ ଜଡିତ ରହିଛି। ରିପୋର୍ଟ ଅନୁଯାୟୀ, ଅଧିକାଂଶ ଆପ ୨୦୨୦ରେ ନିଷିଦ୍ଧ ହୋଇଥିବା ଆପଗୁଡିକର ରିବ୍ରାଣ୍ଡେଡ ଅବା ରିକ୍ରିଷ୍ଟେଡ୍‌ ଭର୍ସନ ଥିଲା।

୨୯ ଜୁନ ୨୦୨୦ରେ ପ୍ରଥମ ଡିଜିଟାଲ ଷ୍ଟ୍ରାଇକ କରି ଭାରତ ସରକାର ଟିକଟକ, ଶେୟାର୍‌ଇଟ୍‌, ୱି ଚାଟ୍‌, ହେଲୋ, ଲାଇକ, ୟୁସି ନ୍ୟୁଜ, ବିଗୋ ଲାଇଭ, ୟୁସି ବ୍ରାଉଜର୍‌, ଇଏସ ଫାଇଲ, ଏକ୍ସପ୍ଲୋରର, ଏବଂ ମି କମ୍ୟୁନିଟି ଭଳି ଲୋକପ୍ରିୟ ଆପ୍ଲିକେସନ ସହିତ ପ୍ରଥମ ରାଉଣ୍ଡରେ ପ୍ରାୟ ୫୯ଟି ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହା ପରେ ଯଥାକ୍ରମେ ୪୭, ୧୧୮ ଏବଂ ୪୩ ଟି ଆପ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମର ଧାରା ୬୯-ଏ ଅନୁଯାୟୀ, ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏହି ସମସ୍ତ ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲେ।


ସୋମବାର ବିୟୁଟି କ୍ୟାମେରା, ସୁଇଟ୍‌ ସେଲଫି ଏଚଡି, ବିୟୁଟି କ୍ୟାମେରା – ସେଲଫି କ୍ୟାମେରା, ଇକ୍ୱାଲାଇଜର୍‌ ଏବଂ ବ୍ୟାସ ବୁଷ୍ଟର୍‌, ସେଲ୍ସଫୋର୍ସ ଏଣ୍ଟ ପାଇଁ କ୍ୟାମକାର୍ଡ, ଆଇସୋଲାଣ୍ଡ ୨: ଆସେସ୍‌ ଅଫ ଟାଇମ ଲାଇଟ, ଭିଭା ଭିଡିଓ ଏଡିଟର୍‌, ଟେନ୍ସେଣ୍ଟ କ୍ସ୍ରାଇଭର, ଅନ୍ମିଓଜି ଚେସ, ଅନମୋଜି ଆରେନା, ଆପଲକ, ଡୁଆଲ ସ୍ପେସ ଲାଇଟ ଆପ୍ସ ଆଦି ଆପ୍‌ ରହିଛି।

Share