Categories: ଫୁରସତ

୨ ବର୍ଷ ହେଲା ଗର୍ଭବତୀ ଅଛନ୍ତି ଏହି ମହିଳା!

ଚିକିତ୍ସା ଜଗତରେ ଏମିତି ଅନେକ କଥା ଶୁଣିବାକୁ ଏବଂ ଦେଖିବାକୁ ମିଳେ ଯାହା ବିଶ୍ୱାସ ହୁଏ ନାହିଁ। ବତ୍ତର୍ମାନ ପର୍ଯ୍ୟନ୍ତ ଆପଣ ୯ ମାସ ପର୍ଯ୍ୟନ୍ତ ଗର୍ଭଧାରଣ କଥା ଶୁଣିଥିବେ। ଏହି ସମୟରେ ଗର୍ଭବତୀ ମା’ର ପେଟର ଆକାର ବହୁତ ବଡ଼ ହୋଇଯାଏ। କିନ୍ତୁ ସନ୍ତାନ ଜନ୍ମ ପରେ ପୁଣିଥରେ ମା’ର ପେଟ ସାଧାରଣ ଆକାରକୁ ଫେରିଆସିଥାଏ। କିନ୍ତୁ ଚାଇନାର ଗୁଇଝୋଉଁ ଅଞ୍ଚଳରେ ରହୁଥିବା ହୁଆଙ୍ଗ ନାମକ ଜଣେ ମହିଳାଙ୍କ ପେଟର ଆକାର ଦୀର୍ଘ ୨ ବର୍ଷ ହେଲା ବଢ଼ିବାରେ ଲାଗିଛି। ଅନେକ ଡାକ୍ତରଙ୍କୁ ଦେଖାଇସାରିଥିଲେ ମଧ୍ୟ କିଛି ଲାଭ ମିଳୁ ନାହିଁ। ଏ ନେଇ ତାଙ୍କୁ ସ୍ଥାନୀୟ ଲୋକ କୁହନ୍ତି, ହୁଆଙ୍ଗ ୨ ବର୍ଷ ହେଲାଣି ଗର୍ଭବତୀ ଅଛନ୍ତି। ଏବେ ସେ ଏକ ୨ ବର୍ଷର ଶିଣୁକୁ ଜନ୍ମ ଦେବେ।
ଏ ନେଇ ହୁଆଙ୍ଗ କୁହନ୍ତି, ପେଟର ଆକାର ଫୁଲିବାରୁ ପ୍ରଥମେ ମୁଁ ଗର୍ଭବତୀ ଥିବା ଭାବିଥିଲି। ମାତ୍ର ପରେ ପିରିୟଡ୍‌ସ ହେଲା। ମାତ୍ର ପେଟ ଫୁଲିଚାଲିଥିଲା। ଏଥିପାଇଁ ଅନେକ ଡାକ୍ତରଙ୍କୁ ଦେଖାଇ ସାରିଥିଲେ ମଧ୍ୟ କିଛି ଲାଭ ମିଳୁ ନ ଥିବା ସେ କହିଛନ୍ତି। ତାଙ୍କର ଲିଭର ଏବଂ ଛାତି ସମ୍ବନ୍ଧୀୟ ସମସ୍ୟା ରହିଛି। ହେଲେ ପେଟ କ’ଣ ପାଇଁ ଫୁଲୁଛି ଡାକ୍ତରମାନେ ମଧ୍ୟ ଜାଣିପାରୁ ନାହାନ୍ତି। ତାଙ୍କ ପେଟର ଓଜନ ୪୪ ପାଉଣ୍ଡ ଅର୍ଥାତ୍‌ ୨୦ କେଜି ହେବ। ଏବେ ମଧ୍ୟ ତାହା ବଢ଼ି ଚାଲିଛି।
ଏ ନେଇ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଅବସ୍ଥା ଏପରି ହେଲାଣି ଯେ, ସେ ଆଉ ବଞ୍ଚିବାକୁ ଚାହୁଁ ନ ଥିବା କହିଛନ୍ତି।

Share