ପ୍ରେମିକଙ୍କ ପାଇଁ ପାକିସ୍ତାନରେ ପହଞ୍ଚିଲେ ଚାଇନା ମହିଳା

ଇସଲାମାବାଦ,୨୭।୭: ଆଜିକାଲି ସୀମା ପାର୍‌ର ପ୍ରେମ କାହାଣୀ ଲାଇମଲାଇଟ୍‌ରେଅଛି। ପ୍ରଥମେ ସୀମା ହାୟଦାର ଏବଂ ଅଞ୍ଜୁ ପରେ ବର୍ତ୍ତମାନ ଜଣେ ଚାଇନା ମହିଳାଙ୍କ ମାମଲା ସାମ୍ନାକୁ ଆସିଛି। ପାକ୍‌ ପୋଲିସ ଗୁରୁବାର କହିଛି ଯେ ଜଣେ ଚାଇନା ମହିଳା ନିଜ ପ୍ରେମିକଙ୍କୁ ଭେଟିବା ପାଇଁ ଖେବର ପାଖ୍ଟନଖୱା ପ୍ରଦେଶରେ ପହଞ୍ଚିଛନ୍ତି। ସୋସିଆଲ ମିଡିଆରୁ ସେମାନଙ୍କର ବନ୍ଧୁତା ଆରମ୍ଭ ହୋଇ ପରେ ପ୍ରେମରେ ପରିଣତ ହୋଇଥିଲା॥

ଚାଇନାର ମହିଳାଙ୍କ ନାମ ସୁନ୍‌ ଗାଓ ଫେଙ୍ଗ(୨୧ବର୍ଷ)ବୋଲି କୁହାଯାଉଛି। ଏହି ମହିଳାଙ୍କ ପ୍ରେମିକଙ୍କ ନାମ ଜାଭେଦ। ଏହି ଦୁଇ ପ୍ରେମୀଙ୍କ ବିଷୟରେ ବିଶେଷ କଥା ହେଉଛି ଭରତ ଅଞ୍ଜୁଙ୍କ ଫେସବୁକ ପ୍ରେମୀ ଖେବର ପାଖ୍ଟନଖୱାଙ୍କ ଉପର ଦିର ଜିଲାରେ ରୁହନ୍ତି ଏବଂ ଏହି ଚାଇନାର ମହିଳା ପ୍ରେମିକା ତଳ ଦିର ଜିଲାରେ ରୁହନ୍ତି।

ରିପୋର୍ଟ ଅନୁଯାୟୀ, ଚାଇନାର ଗାଓ ଫେଙ୍ଗ ତିନି ମାସର ପର୍ଯ୍ୟଟନ ଭିସା ନେଇ ଚାଇନାରୁ ଗିଲଗିଟ ଦେଇ ବୁଧବାର ଇସଲାମାବାଦରେ ପହଞ୍ଚିଛି। ପୋଲିସ କହିଛି ଯେ, ଜାଭେଦ ମୂଳତ ଖେବର ପାଖ୍ଟନଖୱା ଆଦିବାସୀ ପ୍ରାଧାନ୍ୟ ଅଞ୍ଚଳରେ ଅବସ୍ଥିତ ବାଜୌର ଜିଲାର ବାସିନ୍ଦା। ଆଫଗାନିସ୍ତାନ ସୀମାବର୍ତ୍ତୀ ବାଜୌର ଜିଲାର ସୁରକ୍ଷା ପରିସ୍ଥିତି ଯୋଗୁ ଜାଭେଦ ମହିଳାଙ୍କୁ ନିଜ ସହର ପରିବର୍ତ୍ତେ ତଳ ଦିର ଜିଲାର ସମରବାଗ ତହସିଲରେ ଥିବା ତାଙ୍କ ମାମୁଁଙ୍କ ଘରକୁ ନେଇ ଯାଇଥିଲେ।

ପୋଲିସ କହିଛି ଯେ, ମହିଳାଙ୍କ ଯାତ୍ରା ଡକ୍ୟୁମେଣ୍ଟ ଠିକ୍‌ ଅଛି ଏବଂ ସେ ଏପର୍ଯ୍ୟନ୍ତ ଜାଭେଦଙ୍କୁ ବିବାହ କରିନାହାଁନ୍ତି। ରିପୋର୍ଟରେ କୁହାଯାଇଛି ଯେ, ଚାଇନାର ମହିଳା ଜଣଙ୍କ ଇସଲାମ ଗ୍ରହଣ କରିଛନ୍ତି। ତଳ ଦିର ଜିଲା ପୋଲିସ ଅଧିକାରୀ କହିଛନ୍ତି ଯେ ଚାଇନା ମହିଳାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ଜାଭେଡ ଏବଂ ଫେଙ୍ଗ ସୋସିଆଲ ମିଡିଆ ଆପ ସ୍ନାପଚାଟରେ ସାକ୍ଷାତ ହୋଇଥିଲା ଏବଂ ତିନି ବର୍ଷ ଧରି ଯୋଗାଯୋଗରେ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ନେଇଥିଲେ ନଗଦ ଟଙ୍କା,ସୁନା ଛାଡ଼ି ନଥିଲେ ବି ଲୁଗା: ଘଟଣାର ୪ ମାସ ପରେ ପର୍ଦ୍ଦାଫାଶ

ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ଗ୍ରାମର ଏନ. ରାଜିୟା ରେଡ୍ଡୀଙ୍କ ଘରେ ପଶି ନଗଦ ୬୦ ହଜାର ଟଙ୍କା,…

ଅତିରିକ୍ତ ଜିଲାପାଳ ତଦାରଖ କଲେ ଜନଗଣନା କାର୍ଯ୍ୟ: ଘର ଘର ବୁଲି କଲେ…

ଗଞ୍ଜାମ,୧୮।୪(ବିଦ୍ୟାଧର ସାହୁ ): ଜନଗଣନା ଚାଲିଥିବାବେଳେ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳରେ ମଧ୍ୟ ଏହା ଜାରି ରହିଛି l ଏଥିରେ ସ୍କୁଲ ଶିକ୍ଷୟିତ୍ରୀ/ଶିକ୍ଷକମାନେ ନିୟୋଜିତ ଅଛନ୍ତି। ଠିକ ଭାବେ…

ବନ୍ଦ ହୋଇଯିବ ହର୍ମୁଜ ପ୍ରଣାଳୀ? ଫେରିଗଲା ୨୧ ଜାହାଜ, ଇରାନ ଦେଲା ବଡ଼ ଓ୍ବାର୍ଣ୍ଣିଂ

ତେହରାନ,୧୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସମୟସୀମା ନିକଟତର ହେବା ସହିତ, ହର୍ମୁଜ ପ୍ରଣାଳୀକୁ ଘେରି ରହିଥିବା ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇବା ଆରମ୍ଭ…

କାମ କରୁଥିବା ବେଳେ ପଡ଼ିଲେ ତଳେ: ଅଂଶୁଘାତରେ  ମୃତ୍ୟୁ ସନ୍ଦେହ

ସମ୍ବଲପୁର,୧୮।୪(ପ୍ରମୋଦ ବହିଦାର): ସମ୍ବଲପୁର ସହର ସମେତ ସମଗ୍ର ଜିଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଶନିବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଅଂଶୁଘାତ ସନ୍ଦେହ କରାଯାଉଛି।…

ବନ୍ତରୁ ଉଦ୍ଧାର ହେଲା ଅତି ବିରଳ ସାପ: ଚିକିତ୍ସା ପାଇଁ ଯିବ ନନ୍ଦନକାନନ

ବନ୍ତ,୧୮।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ବ୍ଲକ ଛୟାଳସିଂ ହରିଜନ ସାହିରୁ ଏକ ଅତି ବିରଳ ରଙ୍ଗର ସାପକୁ ଶୁକ୍ରବାର ଅପରାହ୍ନରେ ଉଦ୍ଧାର କରାଯାଇଛି। ହଳଦିଆ…

ଇରାନ ସହ କଥା ହେବା ମଧ୍ୟରେ ପୁଣି ଧମକ ଦେଲେ ଟ୍ରମ୍ପ, କହିଲେ ବୁଧବାର ସୁଦ୍ଧା ଡିଲ ନ ହେଲେ…

ଓ୍ବାଶିଂଟନ,୧୮।୪: ଇରାନ ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଦେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଙ୍କେତ ଦେଇଛନ୍ତି ଯେ ବର୍ତ୍ତମାନର ଯୁଦ୍ଧବିରତି ଅଧିକ ଦିନ ପର୍ଯ୍ୟନ୍ତ ରହିପାରିବ…

ପ୍ରାଇଭେଟ୍‌ ଚାକିରିଆଙ୍କ ପାଇଁ ଦୁଃଖ ଖବର! ନୂଆ ଲେବର କୋଡ୍‌ ଯୋଗୁ ଦରମାରୁ କଟିଯିବ ଏତେ ଟଙ୍କା…

ନୂଆଦିଲ୍ଲୀ,୧୮।୪: କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ନୂଆ ଲେବର କୋଡ୍ (New Labour Code) ଅଧୀନରେ ବେସରକାରୀ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ଅନେକ ନୂତନ ନିୟମ…

ମାଙ୍କଡ଼ ଆତଙ୍କ: ସିଧା ଆସି ଧରିଲା ଅଣ୍ଟାକୁ …

ବନ୍ତ,୧୮।୦୪(କିଶୋର କୁମାର ସେଠୀ): ମାଙ୍କଡ଼ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ଆହତ ବ୍ୟକ୍ତିଜଣକ ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ତାଳପଦା ଗ୍ରାମର ଦାମୋଦର ବାରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri