Categories: ଫୁରସତ

ଚାଇନାରୁ ନିଖୋଜ ହେଉଛନ୍ତି ଲକ୍ଷଲକ୍ଷ ପିଲା: ପାଣି ବୋତଲ ସହାୟତାରେ ଖୋଜୁଛନ୍ତି ମା’ବାପା

ଚାଇନାରୁ କରୋନା ସଂକ୍ରମଣ ସୃଷ୍ଟି ହୋଇଥିବାରୁ ଏହା ଏବେ ଅନେକ ଦେଶର ଟାର୍ଗେଟରେ ରହିଛି। ଖାଲି ସେତିକି ନୁହେଁ କୌଣସି ନା କୌଣସି କାରଣକୁ ନେଇ ଚାଇନା ସବୁବେଳେ ଚର୍ଚ୍ଚାରେ ରହିଥାଏ। ଚାଇନା କେବଳ ଅନ୍ୟ ଦେଶପାଇଁ ସମସ୍ୟା ସୃଷ୍ଟି କରୁନାହିଁ ଏହି ଦେଶରେ ମଧ୍ୟ ଅନେକ ପ୍ରକାରର ସମସ୍ୟା ରହିଛି। ପ୍ରତିବର୍ଷ ଚାଇନାରୁ ୨ ଲକ୍ଷରୁ ଊର୍ଦ୍ଧ୍ୱ ଛୋଟ ପିଲା (ଉଭୟ ପୁଅ, ଝିଅ) ନିଖୋଜ ହୋଇଥାନ୍ତି। ଏମାନଙ୍କ ବିଷୟରେ କୌଣସି ସନ୍ଧାନ ମିଳେ ନାହିଁ। ଏହି ପିଲାମାନଙ୍କୁ ଖୋଜିବା ପାଇଁ ଚାଇନା ଏବେ ଏକ ନୂଆ ଶୈଳୀ ଆପଣାଇଛି। ପାଣି ବୋତଲ ସହାୟତାରେ ଏହି ନିଖୋଜ ପିଲାମାନଙ୍କୁ ଖୋଜାଚାଲିଛି। ଏହି ଭିନ୍ନ ଶୈଳୀକୁ ସମଗ୍ର ବିଶ୍ୱରେ ପସନ୍ଦ ମଧ୍ୟ କରାଯାଉଛି। ଚାଇନାର ସ୍କିୟନ ସହରରେ ବିକ୍ରି ହେଉଥିବା ପିଇବା ପାଣି ବୋତଲ ଉପରେ ନିଖୋଜ ପିଲାମାନଙ୍କର ଫଟୋ ଲଗାଯାଉଛି। ଗ୍ରୋସରୀ ଦୋକାନଠାରୁ ଆରମ୍ଭକରି ସୁପରମାର୍କେଟରେ ବିକ୍ରି ହେଉଥିବା ଏହି ପାଣି ବୋତଲ ଉପରେ ନିଖୋଜ ପିଲାଙ୍ଗ ଫଟୋ ସାଙ୍ଗକୁ ସେମାନଙ୍କ ବିଷୟରେ ସୂଚନା ଦିଆଯାଉଛି। ସେମାନଙ୍କ ଜନ୍ମ ତାରିଖ, କେବେଠାରୁ ନିଖୋଜ ଆଦି। ଏଥିସହ ଏକ ବିଶେଷ ବାର୍ତ୍ତା ମଧ୍ୟ ଦିଆଯାଉଛି। ଏଥିରେ ଲେଖାଯାଉଛି, ଆପଣି ଯିଏବି ହୋଇଥାଆନ୍ତିୁ, ଆମ ପିଲାକୁ ସୁରକ୍ଷିତ ଆମ ଘର ପର୍ଯ୍ୟନ୍ତ ଆଣିବାରେ ସହଯୋଗ କରନ୍ତୁ।
୨୦୧୭ ମସିହାରୁ ଚାଇନାରେ ଏହି ଶୈଳୀକୁ ଆପଣାଯାଇଛି। ପାଣି ବୋତଲରେ ପିଲାମାନଙ୍କ ଏହି ଫଟୋ ଲଗାଇବା ଚିନ୍ତାଧାରା ଚାଇନାର ମୁଖ୍ୟ ଚେରିଟି ବେବି ହୋମ୍‌ କେୟାର ଏବଂ ବାଓ ବେଇ ଜିଆ ଫଣ୍ଡ୍‌ର। ଏହି ଅନୁଷ୍ଠାନଗୁଡିକ ୨୦୧୭ରୁ ଚାଇନାର ପ୍ରମୁଖ ବେଭରେଜ୍‌ କମ୍ପାନୀ ଅକ୍ସିଅଙ୍ଗ ସହ କାମ କରୁଛନ୍ତି।
ଏକ ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ଚାଇନାରୁ ୨୦ ହଜାରରୁ ୨ ଲକ୍ଷ ଶିଶୁ ନିଖୋଜ ହୋଇଥାନ୍ତି। ଏଥିମଧ୍ୟରେ ୬୪ ପ୍ରତିଶତ ପୁଅ ରହିଛନ୍ତି। ପିଲାମାନଙ୍କୁ ଖୋଜିବାର ଏହି ଶୈଳୀକୁ ସାରା ବିଶ୍ୱରେ ପସନ୍ଦ କରାଯାଉଛି। ଅନ୍ୟ ଦେଶର ଲୋକମାନେ ମଧ୍ୟ ଏହି ପଦ୍ଧତି ଆପଣାଇବାକୁ ନିଜ ଦେଶର ସରକାରଙ୍କୁ ନିବେଦନ କରୁଛନ୍ତି।

Share