Categories: ଜାତୀୟ

ଭାରତ ମହାସାଗରରେ ଚାଇନା ଗୁପ୍ତଚର ଜାହାଜ

ନୂଆଦିଲ୍ଲୀ, ୭।୧୨: ଭାରତ ବଙ୍ଗୋପସାଗରରେ ଦୀର୍ଘ ଦୂରଗାମୀ ବାଲିଷ୍ଟିକ୍‌ ମିଶାଇଲ୍‌ ପରୀକ୍ଷା କରିବାକୁ ଥିବାବେଳେ ଏହା ପୂର୍ବରୁ ବିଭିନ୍ନ ଟ୍ରାକିଂ ଏବଂ ପର୍ଯ୍ୟବେକ୍ଷଣ ଉପକରଣ ସଂଯୋଗ ହୋଇଥିବା ଚାଇନାର ଗୁପ୍ତଚର ଜାହାଜ ୟୁଆନ୍‌ ଓ୍ବାଙ୍ଗ୍‌-୫ ଭାରତ ମହାସାଗର ଅଞ୍ଚଳରେ ପ୍ରବେଶ କରିଛି। ଚାଇନାର ଏହି ମିଶାଇଲ୍‌ ଏବଂ ସାଟେଲାଇଟ୍‌ ଟ୍ରାକିଂ ଜାହାଜ ଉପରେ ଭାରତୀୟ ନୌସେନା ନଜର ରଖିଛି। ଗତ ଅଗଷ୍ଟରେ ଏହି ଜାହାଜ ହମ୍ବାଣ୍ଟୋଟା ବନ୍ଦରରେ ରହିଥିବାବେଳେ ଏହାକୁ ନେଇ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ କୂଟନୈତିକ ବିବାଦ ଦେଖାଦେଇଥିଲା। ଏବେ ଏହି ଜାହାଜ ଭାରତ ମହାସାଗର ଅଞ୍ଚଳରେ ପ୍ରବେଶ କରିଥିବା ଗୋଇନ୍ଦା ବିଶେଷଜ୍ଞ ଡାମିଏନ୍‌ ସିମୋନ୍‌ ଟୁଇଟ୍‌ କରିଛନ୍ତି। ଚାଇନା ଜାହାଜର ଅବସ୍ଥିତି ପରେ ଭାରତ ଦୂରଗାମୀ ମିଶାଇଲ ପରୀକ୍ଷା କରିବ କି ସ୍ଥଗିତ ରଖିବ, ତାହା ଜଣାପଡ଼ି ନାହିଁ।

Share