ଆମେରିକୀୟ ଯୁଦ୍ଧ ପୋତକୁ ନିକଟରେ ଅତିକ୍ରମ କଲା ଚାଇନା ଜାହାଜ, ଆମେରିକାର ଚେତାବନୀ ସତ୍ତ୍ୱେ ଚାଇନା ଚୁପ…

ଓ୍ବାଶିଂଟନ,୫।୬ : ଚାଇନା ଏହାର ଆପତ୍ତିଜନକ କାର୍ଯ୍ୟ ବନ୍ଦ କରୁ ନାହିଁ। ଫଳରେ ତାଇଓ୍ବାନର ବିବାଦୀୟ ଅଞ୍ଚଳରେ ଆମେରିକା ସହିତ ସ୍ଥିତି ମୁହାଁମୁହିଁ ହେବାରେ ଲାଗିଛି। ଚାଇନା କ୍ରମାଗତ ଭାବରେ ଆମେରିକାକୁ ଉତ୍ତେଜିତ କରିବାକୁ ଚେଷ୍ଟା କରୁଛି। ଏହି ସମୟରେ, ଆମେରିକା ଦାବି କରିଛି ତାଇୱାନ ଷ୍ଟ୍ରେଟରେ ଥିବା ଆମେରିକୀୟ ଜାହାଜ ନିକଟରେ ଚାଇନ ଯୁଦ୍ଧ ଜାହାଜ ଏକ ଅସୁରକ୍ଷିତ ଢଙ୍ଗରେ ଅତିକ୍ରମ କରିଛି।

ଆମେରିକାର ସାମରିକ ଅଧିକାରୀ କହିଛନ୍ତି ତାଇୱାନ ଷ୍ଟ୍ରାଇଟ ରେ ଆମେରିକାର ଯୁଦ୍ଧପୋତଠାରୁ ୧୫୦ ୟାର୍ଡ (୧୩୭ ମିଟର) ମଧ୍ୟରେ ଏକ ଚାଇନ ଯୁଦ୍ଧ ଜାହାଜ ଅସୁରକ୍ଷିତ ଭାବରେ ଅତିକ୍ରମ କରିଛି। ତେବେ ଚାଇନ ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ଦେଇନାହିଁ।

ଆମେରିକାର ଇଣ୍ଡୋ-ପାସିଫିକ କମାଣ୍ଡ ଏକ ବିବୃତ୍ତିରେ କହିଛି ଆମେରିକା ଏବଂ କାନାଡାର ନୌସେନା ମିଳିତ ସମରାଭ୍ୟାସ କରୁଛନ୍ତି।

କାନାଡିଆନ ୱେବସାଇଟ ଗ୍ଲୋବାଲ ନ୍ୟୁଜ ଦ୍ୱାରା ପ୍ରସାରିତ ଭିଡିଓ ଫୁଟେଜ ଜାହାଜ ମଧ୍ୟରେ ଥିବା ସ୍ଥିତିକୁ ଦର୍ଶାଇଛି।
ଯଦିଓ ୱାଶିଂଟନ ଥିବା ଚାଇନା ଦୂତାବାସ ଏହାର କୌଣସି ପ୍ରତିକ୍ରିୟା ଦେଇ ନାହିଁ। ଆମେରିକାର ଇଣ୍ଡୋ-ପାସିଫିକ କମାଣ୍ଡ କହିଛି ଚାଇନା ଜାହାଜ ଅନ୍ତର୍ଜାତୀୟ ଜଳରେ ସୁରକ୍ଷିତ ଯାତାୟାତର ସାମୁଦ୍ରିକ ନିୟମକୁ ଉଲ୍ଲଂଘନ କରିଛି।

Share