ଚାଇନାର ପ୍ରତିରୋଧ

ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଅନୁଯାୟୀ ସାରା ବିଶ୍ୱର ବାଣିଜ୍ୟ ମନ୍ତ୍ରଣାଳୟଗୁଡ଼ିକ ଆମେରିକାକୁ ସେମାନଙ୍କ ମାମଲା ସମ୍ପର୍କରେ ବିଚାର ପାଇଁ ନିବେଦନ କରିବାକୁ ଲାଇନ ଲଗାଉଛନ୍ତି। ଆମେ ସେମାନଙ୍କ ସହ ଅଛୁ କି? ନା, ଆମେ ନାହଁୁ। ସପ୍ତାହାନ୍ତରେ ପ୍ରକାଶିତ ଏକ ଖବରରେ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ କହିଥିଲେ, ଆମେ ଧମକ ସହ ବୁଝାମଣା କରୁ ନାହଁୁ। ଦେଖିବାକୁ ଗଲେ ଏହା ହିଁ ଉତ୍ତମ ତରିକା ଏବଂ ଏହା ସହ ମୁଁ ଏକମତ। ସାର୍ବଭୌମ ଦେଶଗୁଡ଼ିକ ଦୃଢ଼ତାର ସହ କହିବା ଦରକାର ଯେ, ସେମାନଙ୍କୁ ସମାନ ଭାବେ ଦେଖିବା ଆବଶ୍ୟକ, ଅଧସ୍ତନ ବା ଦାସ ରୂପେ ନୁହେଁ। ଟ୍ରମ୍ପଙ୍କ ଟାରିଫ୍‌କୁ କାନାଡା ଭଳି ଚାଇନା ମଧ୍ୟ ଦୃଢ଼ତାର ସହ ପ୍ରତିରୋଧ କରିଛି। ତେବେ ଗୋୟଲ ଯାହା କହିଥିଲେ ତାହା ତାଙ୍କୁ ସମସ୍ୟାରେ ପକାଇଲା। ସେ କହିଥିଲେ, ଭାରତର ନୂଆ ବିଜ୍‌ନେସ୍‌ସବୁ ନୂତନତ୍ୱ ବଦଳରେ କେବଳ ବାଣିଜ୍ୟ (ଦୋକାନଦାରି ଶବ୍ଦ ବ୍ୟବହାର କରିଥିଲେ) ଉପରେ ଗୁରୁତ୍ୱ ଦେଉଛନ୍ତି। ସେ ଏହାକୁ ଚାଇନା ସହ ତୁଳନା କରିଥିଲେ, ଯେଉଁଠି ଷ୍ଟାର୍ଟଅପ୍‌ଗୁଡ଼ିକ ରୋବୋ , କୃତ୍ରିମ ବୁଦ୍ଧିମତ୍ତା ନିର୍ମାଣ କରିବା ସହ ଅତ୍ୟାଧୁନିକ ସାମଗ୍ରୀ ଉତ୍ପାଦନ କରୁଛନ୍ତି। ଏହାକୁ ନେଇ ଏଣ୍ଟ୍ରେପ୍ରିନ୍ୟୁୟରମାନେ ଗୋୟଲଙ୍କୁ ବିରୋଧ କରିଥିଲେ। ତେବେ ଭାରତରେ ନୂଆକରି ଗଢ଼ିଉଠିଥିବା ଅନେକ କମ୍ପାନୀ ଏଭଳି କିଛି କାମ କରୁଛନ୍ତି ଏବଂ ସେମାନେ ଏହା କରିବା ଉଚିତ ବୋଲି ଗୋୟଲ କହିଥିଲେ।
ଭାରତରେ ବିଜ୍‌ନେସ୍‌ର ଇତିହାସକୁ ଦେଖିଲେ ଜଣାଯାଏ ଯେ, ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ବାଣିଜି୍ୟକ ସମୁଦାୟ ମୁଖ୍ୟତଃ ବଣିକ ଓ ବ୍ୟାଙ୍କର ଥିଲେ। ୧୯୧୯ରେ ମାନୁଫାକ୍‌ଚରିଂ କ୍ଷେତ୍ରରେ ବିର୍ଲାଗୋଷ୍ଠୀ ପ୍ରବେଶ କଲା ଏବଂ ଏହା ପୂର୍ବରୁ ପାର୍ସୀଙ୍କ ସମେତ ଅଳ୍ପ କେତେଜଣ ଗୁଜରାଟୀଙ୍କ ଉଦ୍ୟମରେ ୧୯୧୦ରେ ଟାଟା ଷ୍ଟିଲ୍‌ ଆସିଥିଲା। ଆମ ବାଣିଜ୍ୟ ଏହିଭଳି ଇତିହାସ ସହ ଜଡ଼ିତ ରହୁଛି ଏବଂ ଉତ୍ପାଦିତ ସାମଗ୍ରୀ ଓ ତାହାକୁ ଡେଲିଭରି ଆପ୍‌ ଭଳି ବିଷୟ ପର୍ଯ୍ୟନ୍ତ ବିସ୍ତାର କରାଯାଉ ନ ଥିବା ସମ୍ଭବତଃ ଗୋୟଲ ସୂଚିତ କରିଥିଲେ। ତେବେ ପୁନର୍ବାର ତାଙ୍କର ଏହି ବ୍ୟାପକ ଦୃଷ୍ଟିକୋଣ ସହ ମୁଁ ଏକମତ। ପ୍ରଶ୍ନ ହେଉଛି, ଚାଇନାର ଷ୍ଟାର୍ଟଅପ୍‌ ଭଳି ହେବା ପାଇଁ ଭାରତୀୟ ଷ୍ଟାର୍ଟଅପ୍‌ଗୁଡ଼ିକର ବିକାଶ ଓ ସଫଳତା ସକାଶେ କେଉଁସବୁ ବିଷୟ ଜରୁରୀ? ବିଜ୍‌ନେସ୍‌ ସେକ୍ଟରକୁ ଏହି ପ୍ରଶ୍ନ ପଚାରିବା ଠିକ୍‌ ହେବ। ସମାନ ଭାବେ ସରକାରଙ୍କୁ ମଧ୍ୟ ଏହା ପଚାରିବା ଉଚିତ। ଚାଇନା ଏବେ ଯେଉଁଠି ପହଞ୍ଚତ୍ଛି ତାହା ଗତବର୍ଷରଏକ ଅନୁଧ୍ୟାନରୁ ସାମ୍ନାକୁ ଆସିଥିଲା। ଏହା ଦର୍ଶାଇଥିଲା, ”ଚାଇନା ଏବେ ବିଶ୍ୱର ଏକ ମାତ୍ର ମାନୁଫାକ୍‌ଚରିଂ ସୁପରପାଓ୍ବାର। ଚାଇନାର ଉତ୍ପାଦନ ତା’ ପଛକୁ ଥିବା ୯ଟି ଉତ୍ପାଦନକାରୀ ଦେଶର ମୋଟ ଉତ୍ପାଦନଠାରୁ ଅଧିକ।“ ଚାଇନା ସରକାର ଶିଳ୍ପ ନୀତି ଓ କୌଶଳଗତ ପରିଚାଳନା ମାଧ୍ୟମରେ ଏସବୁ ହାସଲ କରିପାରିଲା। ଏହା ଆଫ୍ରିକା ଓ ଲାଟିନ ଆମେରିକାର ଖଣିଜ ସମୃଦ୍ଧ ଦେଶଗୁଡ଼ିକ ସହ ସମ୍ପର୍କ ସ୍ଥାପନ କଲା ଏବଂ ଏହିସବୁ ଦେଶଗୁଡ଼ିକରୁ ଅନେକରେ ବନ୍ଦର ଓ ରେଳପଥ ନିର୍ମାଣ କଲା। ସରକାରଙ୍କ ଅଧୀନରେ ଥିବା ତାହାର କମ୍ପାନୀଗୁଡ଼ିକ ଅନ୍ୟ କାହା ଉପରେ ନିର୍ଭର ନ କରି ବ୍ୟବସାୟଭିତ୍ତିକ ପାଣିଜାହାଜ ଓ ଉଡ଼ାଜାହାଜ ନିର୍ମାଣ କଲେ। ଚାଇନା ସହ ଯୁଦ୍ଧ କରିଥିବା କିମ୍ବା ଏବେ ବିବାଦରେ ଲିପ୍ତ ଥିବା ପଡ଼ୋଶୀ ଦେଶଗୁଡ଼ିକୁ ବୁଝାଇବାକୁ ସକ୍ଷମ ହେଲା ଯେ, ଏହିସବୁ ସମସ୍ୟାକୁ ବାଣିଜ୍ୟ ସହ ଯୋଡ଼ିବା ଠିକ୍‌ ନୁହେଁ। ଚାଇନାର ସବୁଠୁ ବଡ଼ ବାଣିଜି୍ୟକ ଭାଗୀଦାରି ଆମେରିକା କିମ୍ବା ୟୁରୋପୀୟ ସଂଘ ନୁହନ୍ତି ବରଂ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ର ସଂଘ( ଏସିଆନ)। ନର୍ଥ ଆଟ୍‌ଲାଣ୍ଟିକ ଟ୍ରିଟି ଅର୍ଗାନାଇଜେଶନ (ନାଟୋ) ଏବଂ ଆକୁସ୍‌ ଓ କ୍ୱାଡ୍‌ ଭଳି ଆମେରିକାର ସାମରିକ ମେଣ୍ଟଗୁଡ଼ିକ ବିରୋଧରେ ଚାଇନା ବେଲ୍ଟ ଆଣ୍ଡ୍‌ ରୋଡ୍‌ ଇନିସିଏଟିଭ(ବିଆର୍‌ଆଇ) ଅର୍ଥାତ୍‌ ରେଳପଥ, ସଡ଼କ ପଥ, ବନ୍ଦର ଆଦି ଭିତ୍ତିଭୂମି ବିକାଶ ରଣନୀତି ଆପଣାଇଛି।
ଦେଖିବାକୁ ଗଲେ ଅନେକ ଦଶନ୍ଧିଧରି ସମଗ୍ର ବିଶ୍ୱ ଜଳବାୟୁ ପରିବର୍ତ୍ତନକୁ ନେଇ ଚିନ୍ତାପ୍ରକଟ କରିଆସୁଛି, କିନ୍ତୁ କେବଳ ଚାଇନା ଏଭଳି ସମସ୍ୟାକୁ ନିୟନ୍ତ୍ରଣ କରିବା ସହ ସେଥିରୁ ଲାଭ ଉଠାଇବା ପାଇଁ ଏକ ଭିନ୍ନ ଶିଳ୍ପ ରଣନୀତି ଗଢ଼ିଛି। ଅନ୍ତର୍ଜାତୀୟ କମ୍ବଶନ ଇଞ୍ଜିନ କ୍ଷେତ୍ରରେ ଜାପାନ ଏବଂ ଜର୍ମାନୀ କମ୍ପାନୀଗୁଡ଼ିକର ପ୍ୟାଣ୍ଟେଣ୍ଟ ଓ ଅଭିଜ୍ଞତା ସହ ତାହାର ଅଟୋମୋବାଇଲ ସେକ୍ଟର ପ୍ରତିଦ୍ୱନ୍ଦ୍ୱିତା କରିପାରିବ ନାହିଁ ବୋଲି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ଚାଇନା ବୈଦ୍ୟୁତିକ କାର୍‌ ଉପରେ ଧ୍ୟାନ ଦେଲା। ଚାଇନା ୨୦୧୬ରେ ୫ ଲକ୍ଷ, ୨୦୧୮ରେ ୧୦ ଲକ୍ଷ ଏବଂ ଗତ ବର୍ଷ ୧ କୋଟି ନ୍ୟୁ ଏନର୍ଜି ଚାଳିତ କାର୍‌ ଉତ୍ପାଦନ କରିଥିଲା। ଗତବର୍ଷ ଚାଇନା ୫୮ ଲକ୍ଷ କାର୍‌ ରପ୍ତାନି କରିଥିଲା। ସୋଲାର ପ୍ୟାନେଲ କ୍ଷେତ୍ରରେ ସମାନ କଥା ଦେଖିବାକୁ ମିଳିଛି। ବର୍ତ୍ତମାନ ବିଶ୍ୱରେ ବ୍ୟବହାର ହେଉଥିବା ମୋଟ ସୋଲାର ସେଲ୍‌ର ୮୦ ପ୍ରତିଶତରୁ ଅଧିକ ଚାଇନା ଉତ୍ପାଦନ କରିବା ସହ ପୃଥିବୀର ଦୁଇ ତୃତୀୟାଂଶ ବୈଦ୍ୟୁତିକ ଯାନର ବ୍ୟାଟେରି ମଧ୍ୟ ନିର୍ମାଣ କରୁଛି। ମାଇନିଂଠାରୁ ଆରମ୍ଭ କରି ରିଫାଇନିଂ, ମାନୁଫାକ୍‌ଚରିଂ ପର୍ଯ୍ୟନ୍ତ ଯୋଗାଣ ଶୃଙ୍ଖଳ ଚାଇନା ଦ୍ୱାରା ଚାଲୁଛି। ସମସ୍ତ କ୍ଷେତ୍ରରେ ବିଶେଷକରି ଭବିଷ୍ୟତରେ ଯେଉଁସବୁ କ୍ଷେତ୍ରର ଗୁରୁତ୍ୱ ରହିବ ସେଗୁଡ଼ିକରେ ଚାଇନାର ଏକଚାଟିଆ ପ୍ରାଧାନ୍ୟ ରହିଛି। ଏହା ସତ୍ୟ ଯେ, ଚାଇନାର ଏଣ୍ଟ୍ରେପ୍ରିନ୍ୟୁୟରମାନେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି, ଯାହା ଆମେ ନିକଟରେ ଡିପ୍‌ସିକ୍‌ ଏଆଇ କ୍ଷେତ୍ରରେ ଦେଖିଛୁ। ଆମେରିକାର ପ୍ରାଧାନ୍ୟ ଥିବା କ୍ଷେତ୍ର ଯଥା ସୋସିଆଲ ମିଡିଆ(ସାମାଜିକ ଗଣମାଧ୍ୟମ)ରେ ମଧ୍ୟ ଚାଇନାର ଏଣ୍ଟ୍ରେପ୍ରିନ୍ୟୁୟରମାନଙ୍କର ସଫଳତା ଦେଖିବାକୁ ମିଳିଛି। ଚାଇନା ସରକାରଙ୍କ ରଣନୀତି ଓ ଶିଳ୍ପ ନୀତି ଯୋଗୁ ଏଭଳି ବିଜୟ ସମ୍ଭବ ହୋଇଛି। ଚାଇନର ଏଣ୍ଟ୍ରେପ୍ରିନ୍ୟୁୟରମାନେ ସଫଳତା ହାସଲ କରିବାର କାରଣ ପଛରେ ରହିଛି ଉଦାରୀକରଣରେ ହସ୍ତକ୍ଷେପ। ଆମେରିକାର ପଦକ୍ଷେପକୁ ମୁକାବିଲା କରିବା ପାଇଁ ଚାଇନାର ବିଶ୍ୱାସ ଅଛି। ଚାଇନା ମଧ୍ୟ ଭଲ ଭାବେ ବୁଝିଛି ଯେ, ଏବେ ଆମେରିକାକୁ ଶାସନ କରୁଥିବା ବ୍ୟକ୍ତିଙ୍କ ବିଚ୍ଛିନ୍ନତାବାଦୀ କଳ୍ପନା ଯାହା ହେଉନା କାହିଁକି ବିଶ୍ୱ ତା’(ଚାଇନା) ଉପରେ ନିର୍ଭର କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri